thelifelinemedia
Latest Odisha News, Breaking News Today

ଜୟ ନାରାୟଣ ପଟ୍ଟନାୟକ ହେଲେ ପୁରୀ କଂଗ୍ରେସ ସାଂସଦ ପ୍ରାର୍ଥୀ, ସୁଚରିତା ଟିକେଟ ଫେରେଇବା ପରେ ଜୟଙ୍କୁ ଟିକେଟ ଦେଲା କଂଗ୍ରେସ

ପୁରୀ: ଜୟ ନାରାୟଣ ପଟ୍ଟନାୟକ ହେଲେ ପୁରୀ କଂଗ୍ରେସ ଲୋକସଭା ପ୍ରାର୍ଥୀ। ବିଦ୍ଧି ବଦ୍ଧ ଭାବେ ଦଳ ତରଫରୁ ତାଙ୍କ ନାଁରେ ମୋହର ମାରିଛି। ସୁଚରିତା ମହାନ୍ତି ଟିକେଟ ଫେରାଇବା ପରେ ଜୟନାରାୟଣ ପଟ୍ଟନାୟକଙ୍କୁ ପୁରୀ ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ କରିଛି କଂଗ୍ରେସ। ପୁରୀ ଲୋକସଭା କଂଗ୍ରେସ ପ୍ରାର୍ଥୀ ଭାବେ ସୁଚରିତା ମହାନ୍ତିଙ୍କୁ ସ୍ଥାନରେ ମନୋନୀତ ହୋଇଥିବା ଜୟ ନାରାୟଣ ପଟ୍ଟନାୟକ ଏବେ ଜିଲ୍ଲା କଂଗ୍ରେସର ସଭାପତି ଅଛନ୍ତି lଏହା ପୂର୍ବରୁ ସେ ରାଜ୍ୟ କଂଗ୍ରେସର ସଂପାଦକ ଓ ପୁରୀ ଜିଲ୍ଲା କଂଗ୍ରେସର ଉପସଭାପତି ରୂପେ ଦାୟିତ୍ୱ ତୁଲାଇ ଥିଲେ lକଂଗ୍ରେସ ସଂଗଠନ ସହ ସେ ପ୍ରାୟ ୩ ଦଶନ୍ଧି ଧରି ସମ୍ପୃକ୍ତ ଅଛନ୍ତି l୨୦୧୭ରେ ସେ ପୁରୀ ବାର ଆସୋସିଏସନର ସମ୍ପାଦକଭାବେ ନିର୍ବାଚିତ ହୋଇଥିଲେ l
ପୁରୀ ଲୋକସଭା ଆସନରେ କଂଗ୍ରେସ ପାର୍ଥୀଙ୍କ ଭୂମିକା ଓ ଭୋଟ ହାର ନିର୍ଣ୍ଣାୟକ ହୋଇପାରେ lବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ଭିତରେ ନୂଆ ପ୍ରାର୍ଥୀ ଜୟ ନାରାୟଣ ପଟ୍ଟନାୟକ ତଥା କଂଗ୍ରେସର ପାରମ୍ପରିକ ଭୋଟ ପ୍ରଭାବ ପକାଇବା ଆଶା କରଯାଉଛି lଗତ ନିର୍ବାଚନରେ ବିଜେଡିର ପିନାକୀ ମିଶ୍ର ଓ ବିଜେପିର ସମ୍ବିତ ପାତ୍ରଙ୍କ ମଧ୍ୟରେ ଭୋଟ ବ୍ୟବଧାନ ମାତ୍ର ୧୧ହଜାର ରହିଥିଲା ଓ କଂଗ୍ରେସ ପ୍ରାର୍ଥୀ ସତ୍ୟ ପ୍ରକାଶ ନାୟକ ମାତ୍ର ୪୪ହଜାର ଭୋଟ ପାଇଥିଲେ l ନୂଆ କଂଗ୍ରେସ ପ୍ରାର୍ଥୀ ଜୟନାରାୟଣ ପଟ୍ଟନାୟକ ପୁରୀ ଜିଲ୍ଲାସଭାପତି ଓ ଜିଲ୍ଲାବାସୀ ହୋଇଥିବାରୁ ଯଦି ଅଧିକ ଭୋଟ ହାସଲ କରନ୍ତି ତେବେ ଏହା ବିଜୟ ପ୍ରାର୍ଥୀଙ୍କ ପାଇଁ ନିର୍ଣ୍ଣାୟକ ହେବ l ଗତ ୩ଟି ନିର୍ବାଚନର କଂଗ୍ରେସ ଭୋଟ ହାର ଦେଖିଲେ ୨୦୦୯ରେ କଂଗ୍ରେସ ପ୍ରାର୍ଥୀ ଦେବେନ୍ଦ୍ର ମାନସିଂ ପୁରୀରୁ ୨ଲକ୍ଷ ୨୫ ହଜାର ୬୫୬ଖଣ୍ଡ ଭୋଟ ପାଇଥିବା ବେଳେ ୨୦୧୪ରେ ସୁଚରିତା ମହାନ୍ତି ୨ଲକ୍ଷ ୫୯ ହଜାର ୮୦ ଖଣ୍ଡ ଭୋଟ ଓ ୨୦୧୯ରେ ସତ୍ୟପ୍ରକାଶ ନାୟକ ସବୁଠାରୁ କମ ଭୋଟ ୪୪ ହଜାର ୭୩୪ଖଣ୍ଡ ପାଇଥିଲେ l୧୯୯୬ ମସିହା ପରେ ହୋଇଥିବା ୬ଟି ନିର୍ବାଚନରେ କଂଗ୍ରେସ ପୁରୀ ଆସନ ଜିତିପାରିନାହିଁ lକଂଗ୍ରେସ ଯଦିଓ ଜିତିବା ଦୌଡରେ ନାହିଁ କିନ୍ତୁ ପାର୍ଟିର ଭୋଟ ହାର ଅନ୍ୟ ଦୁଇ ପ୍ରାର୍ଥୀଙ୍କ ପାଇଁ ଚିନ୍ତାର କାରଣ ହେବାକୁ ଯାଉଛି l

Leave A Reply

Your email address will not be published.