thelifelinemedia
Latest Odisha News, Breaking News Today

କୋଟିପତି ମନ୍ମଥ, ୧୫ କୋଟିର ମାଲିକ ଭୁବନେଶ୍ୱରର ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ

ଭୁବନେଶ୍ୱର : ଭୁବନେଶ୍ୱରର ବିଜେଡି ସଂସାଦ ପ୍ରାର୍ଥୀ ମନ୍ମଥ ରାଉତରାୟ ୧୫ କୋଟିର ମାଲିକ। ବର୍ଷକୁ ରୋଜଗାର କରୁଛନ୍ତି ପାଖାପାଖି କୋଟିଏ ଟଙ୍କା। ବିମାନ ଉଡାଇ ସେ ୫ ବର୍ଷରେ କମାଇଛନ୍ତି ୪.୮ କୋଟି ଟଙ୍କା। ବ୍ୟାଙ୍କ ଆକାଉଣ୍ଟ, ମ୍ୟୁଚାଲ ଫଣ୍ଡ ଓ ପୋଷ୍ଟାଲରେ ନିବେଶ କରିଛନ୍ତି ମନ୍ମଥ ରାଉତରାୟ। ଅନେକ ଦାମୀ ଗାଡିର ମାଲିକାନା ହେଉଛନ୍ତି ମନ୍ମଥ।
ଭୁବନେଶ୍ୱର ଅଶୋକ ନଗରରେ ମନ୍ମଥ ଓ ତାଙ୍କ ଭାଇ ସିଦ୍ଧାର୍ଥଙ୍କ ନାଁରେ ଗୋଟିଏ ବଡ଼ ମାର୍କେଟ କମ୍ଲେକ୍ସ ରହିଛି. ଯାହାର ମୂଲ୍ୟ ପାଖାପାଖି ୧୪.୫ କୋଟି ହେବ ବୋଲି କୁହାଯାଇଛି। ସୁନାଗହଣା ହିସାବରେ ୨୫୦ ଗ୍ରାମର ସୁନା ରହିଛି ତାଙ୍କ ପାଖରେ। ଯାହାର ବଜାର ମୂଲ୍ୟ ୧୫ ଲକ୍ଷ ଟଙ୍କା ହୋଇପାରେ। ନିର୍ବାଚନୀ ପାଇଁ ବିଜେଡି ଠାରୁ ଅଗ୍ରିମ ୫୦ ଲକ୍ଷ ଟଙ୍କା ନେଇଛନ୍ତି।
ମାମଲା ହିସାବରେ ଅନେକ ଅପରାଧିକ ମାମଲା ରହିଛି ମନ୍ମଥଙ୍କ ପାଖରେ ରହିଛି। ୨୦୧୯ରେ ଲିଙ୍ଗରାଜ ଥାନାରେ ଏକ ଠକେଇ ମାମଲାରେ ତାଙ୍କ ନାଁରେ ଅପରାଧିକ ମାମଲା ରହିଥିବା ବେଳେ ଚନ୍ଦକା ଥାନାରେ ଏକ ମାମଲା ରହିଛି। ଉଭୟ ମାମଲା ଏବେ ବିଚାରଧୀନ ରହିଛି।

Leave A Reply

Your email address will not be published.