ଟିକେଟ ଫେରାଇଲେ ସୁଚରିତା, ପୁରୀର କଂଗ୍ରେସ ସାଂସଦ ପ୍ରାର୍ଥୀ ସୁଚରିତା ଫେରାଇଲେ ଟିକେଟ

ପୁରୀ : କଂଗ୍ରେସ ପାଇଁ ବଡ ଝଟକା।ଟିକେଟ ଫେରାଇଲେ ପୁରୀର କଂଗ୍ରେସ ସାଂସଦ ପ୍ରାର୍ଥୀ।ପୁରୀର କଂଗ୍ରେସ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି ଟିକେଟ ଫେରାଇଦେଇଛନ୍ତି।କଂଗ୍ରେସ ପାର୍ଟି ନିର୍ବାଚନ ଖର୍ଚ୍ଚ ନ ଦେବାରୁ ଟିକେଟ ଫେରାଇଲେ ବୋଲି ସେ କହିଛନ୍ତି lକଂଗ୍ରେସରେ ଅଛି ଆଗକୁ ମଧ୍ୟ ରହିବି, କିନ୍ତୁ ଦଳ ପଇସା ଦେବାକୁ ମନା କଲା ପରେ ସେଥିଲାଗି ଟିକେଟ ଫେରାଇଲି ବୋଲି କହିଛନ୍ତି ପୁରୀ ଲୋକସଭା ସାଂସଦ ପାର୍ଥୀ ସୂଚରିତା ମହାନ୍ତି।ତା ସହିତ ଆଉ ଏକ ସଂଗୀନ ଅଭିଯୋଗ ଆଣିଛନ୍ତି ସୁଚରିତା।ପୁରୀ ସଂସଦୀୟ କ୍ଷେତ୍ରରେ ଦଳ ପ୍ରାୟ ଜାଗାରେ ଦୁର୍ବଳ ପ୍ରାର୍ଥୀ ଦେଇଛି।ସବୁ ବିଧାନସଭା କ୍ଷେତ୍ର ରେ ଦୁର୍ବଳ ପ୍ରାର୍ଥୀ ଦେଇଥିବା ଅଭିଯୋଗ କଲେ।୪ଟି ବିଧାନସଭା କ୍ଷେତ୍ରରେ ବିଧାନସଭା ପ୍ରାର୍ଥୀ ବଦଳାଇବାକୁ ଅନୁରୋଧ ରକ୍ଷା କଲାନି ଦଳ। ତେଣୁ ଟିକେଟ ଫେରେଇବାର ଏଇ ଏକ କାରଣ ବୋଲି କହିଛନ୍ତି ସୁଚରିତା।
ସୁଚରିତା ମହାନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜମୋହନ ମହାନ୍ତିଙ୍କ କନ୍ୟା l ବ୍ରଜ ମୋହନ ମହାନ୍ତି ପୁରୀରୁ ୧୯୮୦ ଓ ୧୯୮୪ରେ ୨ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ l ସୁଚରିତା ଗତ ୨୦୧୪ ନିର୍ବାଚନରେ କଂଗ୍ରେସରୁ ପୁରୀ ଲୋକସଭା ପାଇଁ ପ୍ରାର୍ଥୀ ହୋଇ ଦ୍ଵିତୀୟ ସ୍ଥାନରେ ରହିଥିଲେ l୨୦୧୪ ନିର୍ବାଚନରେ ସେ ପ୍ରାୟ 2 ଲକ୍ଷ 59 ହଜାର ଭୋଟ ପାଇଥିଲେ ମଧ୍ୟ ବିଜେଡିର ପିନାକୀ ମିଶ୍ରଙ୍କଠାରୁ ପ୍ରାୟ ୨ ଲକ୍ଷ ୬୩ହଜାର ଭୋଟରେ ହାରିଯାଇଥିଲେ।ପରେ ୨୦୧୯ରେ ତାଙ୍କୁ କଂଗ୍ରେସ ଟିକେଟ ମିଳିନଥିଲା lସୁଚରିତାଙ୍କୁ ବଦଳାଇ ସତ୍ୟପ୍ରକାଶ ନାୟକଙ୍କୁ ଦଳ ଟିକେଟ ଦେଇଥିଲା, ସେ ମାତ୍ର ୪୪ ହଜାର ଭୋଟ ପାଇ ଅମାନତ ହରାଇଥିଲେ।ଏବେ ସୁଚରିତା ଟିକେଟ ଫେରାଇବା ପରେ ଦଳ ସେଠୁ କାହାକୁ ଟିକେଟ ଦେଉଛି ତାହା ଦେଖିବାର କଥା।ପୁରୀ ସଂସଦୀୟ କ୍ଷେତ୍ରରେ ହାଇ ଭୋଲ୍ଟେଜ ଲଢେଇ ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ କଂଗ୍ରେସ ସେଠି ଅସୁଵିଧାରେ ପଡିଛି। ସୁଚରିତାଙ୍କ ଜାଗାରେ ଦଳ କାହାକୁ ଟିକେଟ ଦେବ ତାରି ଉପରେ ସମସ୍ତଙ୍କର ନଜର ରହିଛି।