thelifelinemedia
Latest Odisha News, Breaking News Today

କଣ୍ଟାବାଞ୍ଜିକୁ କାହିଁକି ବାଛିଲେ ନବୀନ, କଣ୍ଟାବାଞ୍ଜିରୁ ବିଜେଡିର ପଶ୍ଚିମ ଓଡିଶା ଗୋଟି ଚାଳନା

ଭୁବନେଶ୍ୱର: ପରମ୍ପାରିକ ଆସନ ହିଞ୍ଜିଳି ପରେ କଣ୍ଟାବାଞ୍ଜିରୁ ନାମାଙ୍କନ ଭରିଛନ୍ତି ନବୀନ ପଟ୍ଟନାୟକ। ଟିଟିଲାଗଡ଼ ସହରରେ ବିଶାଳ ଶୋଭାଯାତ୍ରା କରି କଣ୍ଟାବାଞ୍ଜି ଆସନ ପାଇଁ ନାମାଙ୍କନ ଭରିବା ପରେ ଏବେ ପଶ୍ଚିମ ଓଡିଶା ଗୋଟିଚାଳନା ଉପରେ ବିଜେଡିର ନଜର ରହିଛି। ତେବେ କଣ୍ଟାବାଞ୍ଜିଆସନରୁ ବିଜେଡିର ଭିଜନ ୨୪ ନିର୍ବାଚନୀ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ଗତ ୧୯ ନିର୍ବାଚନରେ ପଶ୍ଚିମଓଡିଶାରୁ ୫ଟି ଯାକ ଆସନରୁ ୫ଟି ଯାକରେ ବିଜୟ ହାସଲ କରିଥିଲା ବିଜେପି। ତେଣୁ ସେ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଏଥର କଣ୍ଟାବାଞ୍ଜି ଆସନରୁ ଲଢେଇ କରିବାକୁ ଯାଉଛନ୍ତି। ଯେଉଁଠି ଦଳ ଦୁର୍ବଳ ସେଠି ଲଢ଼ି ଦଳକୁ ସବଳ କରିବାକୁ ନବୀନ କଣ୍ଟାବାଞ୍ଜି ରଣନୀତି କରିଛନ୍ତି। ୨୦୧୯ ମସିହାରେ ନବୀନ ବରଗଡ଼ ବିଜେପୁର ଆସନରୁ ଲଢ଼ିଥିଲେ ନବୀନ। ଫଳ ସ୍ୱରୂପ ବିଜେଡି ବରଗଡ଼ ସଂସଦୀୟ କ୍ଷେତ୍ରର ସମସ୍ତ ବିଧାନସଭା ଆସନ ଅକ୍ତିଆର କରିଥିଲା। ତେଣୁ ସେହି ରଣନୀତି କଣ୍ଟାବାଞ୍ଜିରେ ଆପଣାଇଛନ୍ତି ନବୀନ ପଟ୍ଟନାୟକ।

ପଶ୍ଚିମ ଓଡିଶାରେ ବିଜେଡି ବିଜେପି ଅପେକ୍ଷା ଟିକେ ଦୁର୍ବଳ। ତେଣୁ ଦଳ ପଶ୍ଚିମ ଓଡିଶାରେ ଭଲ ପ୍ରଦର୍ଶନ କରିବା ପାଇଁ ନବୀନ କଣ୍ଟାବାଞ୍ଜି ଆସନକୁ ବାଛିଛନ୍ତି।ଦଳୀୟ କାର୍ଯ୍ୟକ୍ରମ ହେଉ କି ସରକାରୀ କାର୍ଯ୍ୟକ୍ରମ, ବିଭିନ୍ନ କ୍ଷେତ୍ରରେ ପଶ୍ଚିମ ଓଡ଼ିଶାକୁ ପ୍ରାଥମିକତା ଦେଉଛି ବିଜେଡି । ପଶ୍ଚିମ ଓଡ଼ିଶା ବିକାଶ ପରିଷଦରେ ଅନୁଦାନ ବୃଦ୍ଧି, ସ୍ବତନ୍ତ୍ର ଉନ୍ନୟନ ପରିଷଦରେ ଅଧିକ ଜିଲ୍ଲା ସାମିଲ, ଚାଷୀଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ, ବିଭିନ୍ନ ବର୍ଗକୁ ସ୍ଵତନ୍ତ୍ର ଅନୁଦାନ, ପଦ୍ମପୁର ଜିଲ୍ଲା ମାନ୍ୟତାକୁ ଗ୍ରୀନ ସିଗ୍ନାଲ, ବୃହତ ଜଳସେଚନ ପ୍ରକଳ୍ପ, କଳାହାଣ୍ଡି ମେଡ଼ିକାଲ କଲେଜ, ସିଏମଓ ଜିଲ୍ଲା ଗସ୍ତ ବେଳେ ସମସ୍ୟାର ତ୍ୱରିତ ପଦକ୍ଷେପ ଭଳି ଅନେକ ନଜିର ରହିଛି
ରାଜନୀତିକ ସମୀକ୍ଷକଙ୍କ ମତରେ ୨୦୧୯ ରେ ବିଜେପି ୫ରୁ ୫ ଲୋକସଭା ପୋଛି ନେଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ପ୍ରାର୍ଥିତ୍ଵ ଯୋଗୁଁ ୨୫ଟି ବିଧାନସଭା କ୍ଷେତ୍ରରେ ବାଜି ମାରିନେଇଥିଲା ବିଜେଡି। ଆଉ ଚଳିତ ନିର୍ବାଚନରେ ବି ଦୁଇ ଦଳର ଶୀର୍ଷ ନେତୃତ୍ୱଙ୍କୁ ମଇଦାନକୁ ଓହ୍ଲାଇଛନ୍ତି । ସେ ଦୃଷ୍ଟିରୁ ନବୀନ କଣ୍ଟାବାଞ୍ଜି ଆସନକୁ ବାଛିଛନ୍ତି ବୋଲି ଚର୍ଚ୍ଚା ହେଉଛି। କଣ୍ଟାବାଞ୍ଜି ଆସନକୁ ଲାଗି ୫ଜିଲ୍ଲାର ସୀମା ଲାଗିଛି।

Leave A Reply

Your email address will not be published.