thelifelinemedia
Latest Odisha News, Breaking News Today

କ୍ଷୀର ପ୍ୟାକେଟରେ ଭୋଟର ସଚେତନତା, ଓମଫେଡ ପକ୍ଷରୁ ନିଆରା ପ୍ରୟାସ

ଭୁବନେଶ୍ୱର: ଭୋଟର ସଚେତନତାକୁ ନେଇ ଅଭିନଵ ତରିକା।ଭୁବନେଶ୍ବରରେ ଅଧିକ ମାତ୍ରାରେ ଭୋଟର ମାନେ କିପରି ସଚେତନ ହେବେ ସେଥି ପାଇଁ ଓମଫେଡ ପକ୍ଷରୁ ନିଆରା ପ୍ରୟାସ। ଓମଫେଡ କ୍ଷୀର ପ୍ୟାକେଟ ମାଧ୍ୟମରେ ଭୋଟର ସଚେତନତାର ବାର୍ତ୍ତା। କ୍ଷୀର ପ୍ୟାକେଟରେ ଭୋଟର ସଚେତନତା ପାଇଁ ‘ ମଇ ୨୫,୨୦୨୪ରେ ମତଦାନ ପାଇଁ ଭୁଲନ୍ତୁ ନାହିଁ (Don’t Forget to vote on 25 May 2024 )। ଏହି ବାର୍ତ୍ତାଯୁକ୍ତ କ୍ଷୀର ପ୍ୟାକେଟକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଉନ୍ମୋଚନ କରିଥଲେ।

ଶରୀରର ପୃଷ୍ଟି ସହ ଗଣତନ୍ତ୍ରର ପୌଷ୍ଟିକତା ଉପରେ ମଧ୍ୟ ଧ୍ୟାନ ଦିଆଯାଉଛି। ଲୋକଙ୍କ ପାଖରେ ଓମଫେଡର ମଧ୍ୟ ବେଶ ଲୋକପ୍ରିୟତା ରହିଛି। ତେଣୁ ଏହା ମାଧ୍ୟମରେ ସଚେତନ ପାଇଁ ଚେଷ୍ଟା କରାଯିବ।ଖୋର୍ଦ୍ଧା ଜିଲ୍ଲାରେ ଭୋଟ ପ୍ରତିଶତ ବଢେଇବାରେ ଏହା ସଫଳ ହେବ ବୋଲି ଆଶା କରିଛନ୍ତି ଓମଫେଡ MD ବିଜୟ ଅମୃତ କୁଲାଙ୍ଗେ।ନାଗରିକ ମାନଙ୍କ କର୍ତ୍ତବ୍ୟକୁ ପ୍ରୋତ୍ସାହିତ କରିବା, ସେମାନଙ୍କୁ ତାଙ୍କ ମତଦାନର ତାରିଖ ବିଷୟରେ ଅବଗତ କରାଇବା ପାଇଁ ଓମଫେଡ୍ ଓ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତରଫରୁ ମିଳିତ ପ୍ରଚେଷ୍ଟା କରାଯାଇଛି।
ନାଗରିକ ମାନେ କିଣୁଥିବା ଓମଫେଡର ବିଭିନ୍ନ ଉତ୍ପାଦରେ ଏବେ ଛପା ହେବ ଜିଲ୍ଲାୱାରୀ ମତଦାନର ତାରିଖ ଓ ଏହା ଭୋଟର ମାନଙ୍କୁ ସୂଚାଇ ଦେବ ନିଜ ନିଜ ଜିଲ୍ଲାରେ ମତଦାନର ତାରିଖ । ରାଜ୍ୟରେ ୪ଟି ପର୍ଯ୍ୟାୟରେ ମତଦାନ ହେବ। ମେ ୧୩ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ବେଳେ ୨୦ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଏବଂ ମେ ୨୫ରେ ତୃତୀୟ ପର୍ଯ୍ୟାୟ ଏବଂ ଶେଷ ପର୍ଯ୍ୟାୟ ଜୁନ ୧ରେ ହେବାକୁ ଯାଉଛି।

Leave A Reply

Your email address will not be published.