thelifelinemedia
Latest Odisha News, Breaking News Today

ନବୀନଙ୍କ ଉପରେ ବର୍ଷିବେ ନା ନୀରବ ରହିବେ ମୋଦି, ରିପିଟ ହୋଇପାରେ ମୋଦୀ-ନବୀନଙ୍କ ମଧ୍ୟରେ ବାକ୍ ଯୁଦ୍ଧ

ଭୁବନେଶ୍ୱର: ପୁଣିଥରେ ଦେଖିବାକୁ ମିଳିପାରେ ମୋଦୀ-ନବୀନଙ୍କ ମଧ୍ୟରେ ବାକ୍ ଯୁଦ୍ଧ।୨୪ ନିର୍ବାଚନରେ ଦୁଇ ହେଭିୱେଟ ନେତାଙ୍କ ଭିତରେ ଆରୋପ ପ୍ରତ୍ୟାରୋପ ଦେଖିବାକୁ ମିଳିପାରେ। ଆସନ୍ତା ୬ରେ ବ୍ରହ୍ମପୁର ଓ ନବରଙ୍ଗପୁରରେ ଦୁଇଟି ରାଲିରେ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ ମୋଦୀ।ତେଣୁ ଓଡିଶା ଆସି ଓଡିଶା ମାଟିରୁ ନବୀନଙ୍କୁ ଟାର୍ଗେଟ କରିବାର ସୁଯୋଗ ଛାଡ଼ିବେ ନାହିଁ ମୋଦି। ବିଜେପି ଏଥର ୩୭୦ ଆସନ ବିଜୟ ଲକ୍ଷ୍ୟରେ ମଇଦାନକୁ ଓଲ୍ହାଇଥିବାରୁ ନବୀନ ବା ରାଜ୍ୟ ସରକାର ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିପାରନ୍ତି ପ୍ରଧାନମନ୍ତ୍ରୀ। ଯେମତି ୨୦୧୯ ମସିହା ନିର୍ବାଚନ ସମୟରେ ମୋଦି ଓ ନବୀନଙ୍କ ମଧ୍ୟରେ ବାକଯୁଦ୍ଧ ଦେଖିବାକୁ ମିଳିଥିଲା ଠିକ ସେମିତି ୨୪ ନିର୍ବାଚନରେ ମଧ୍ୟ ଅନୁରୂପ ଚିତ୍ର ଦେଖିବକୁ ମିଳିପାରେ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ପ୍ରକାଶ କରିଛନ୍ତି।

ନବୀନ ବାବୁ ଆପଣଙ୍କର ଏଥର ବିଦାୟ ନିଶ୍ଚିତ। ୨୦୧୯ ନିର୍ବାଚନରେ ଶେଷ ପର୍ଯ୍ୟାୟରେ କେନ୍ଦ୍ରାପଡାରେ ପ୍ରଚାର କରି ନବୀନ ବାବୁଙ୍କ ଉପରେ ଏହା କହିଥିଲେ ମୋଦି।ଏହାର ଜବାବ୍ ମଧ୍ଯ ତୁରନ୍ତ ଦେଇଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।ଶପଥ ଗ୍ରହଣ ଉତ୍ସବକୁ ମୋଦିଙ୍କୁ ନିମନ୍ତ୍ରଣ ଦେଇ ନବୀନ ମଧ୍ଯ କଡା ଜବାବ ରଖିଥିଲେ।ସେତେବେଳେ ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟରେ ୬ଟି ଲୋକସଭା ଆସନ ଓ ୪ଟି ବିଧାନସଭା ଆସନରେ ନିର୍ବାଚନ ହେବାକୁ ବାକି ଥିବା ବେଳେ ନବୀନ-ମୋଦିଙ୍କ ମଧ୍ୟରେ ଜୋରଦାର ଆଟାକ୍ ଓ କାଉଣ୍ଟର ଆଟାକ୍ ଦେଖିବାକୁ ମିଳିଥିଲା।ଏପରିକି କିଛି ଅଧିକାରୀଙ୍କୁ ନେଇ ପ୍ରଧାନମନ୍ତ୍ରୀ ୨୦୧୯ ନିର୍ବାଚନରେ ସମାଲୋଚନା କରିଥିଲେ।କିନ୍ତୁ ନିର୍ବାଚନ ପରେ ପିଏମ-ସିଏମ୍ ଙ୍କ ମଧ୍ୟରେ ସୌହାର୍ଦ୍ଦପୂର୍ଣ୍ଣ ସମ୍ପର୍କ ରହିଆସିଛି।ଏହା ଭିତରେ ଓଡିଶା ଗସ୍ତ ବେଳେ ଅନେକ ସରକାରୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିତ୍ର ବୋଲି ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ।ଏବେ ୨୦୨୪ ନିର୍ବାଚନ ପ୍ରଚାର କରିବା ପାଇଁ ଆସନ୍ତା ୬ ରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି।ତେଣୁ ୨୦୧୯ ଭଳି ୨୦୨୪ ନିର୍ବାଚନରେ ପୁଣିଥରେ ମୋଦି-ନବୀନଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଦେଖିବାକୁ ମିଳିପାରେ ।

Leave A Reply

Your email address will not be published.