thelifelinemedia
Latest Odisha News, Breaking News Today

ବର୍ଷା ସତ୍ତ୍ୱେ ତାତିରୁ ନାହିଁ ନିସ୍ତାର, ଆହୁରି ଦୁଇ ଦିନ କଲବଲ କରିବ ଖରା

ଭୁବନେଶ୍ୱର: ବର୍ଷା ସତ୍ତ୍ୱେ ତାତିରୁ ନିସ୍ତାର ମିଳିବ ନାହିଁ। ଆଜି କିଛି ଜାଗାରେ ବର୍ଷା ହୋଇଥିବା ବେଳେ ଖରାରୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ହେଲେ ତାତିରୁ ଏବେ ମୁକ୍ତି ନାହିଁ। ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ତାତି ତାଉ ଦେଖାଇବ। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଲାଗି ରହିବ ତାତି । ୪୮ଘଣ୍ଟା ଭିତରେ ରାଜ୍ୟର କିଛି ଜିଲ୍ଲା କୁ ରେଡ ଆଲର୍ଟ ସହିତ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି। ମୟୁରଭଞ୍ଜ, କେନ୍ଦୁଝର,ସମ୍ବଲପୁର, ଝାରସୁଗୁଡା, ଅନୁଗୁଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର,ନୂଆପଡା, କଳାହାଣ୍ଡି ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି । ଟ୍ୱିନ ସିଟି ଭୁବନେଶ୍ୱର କଟକକୁ ଅରେଞ୍ଜ ଆଲର୍ଟ ଜାରିହୋଇଥିବା ବେଳେ ୨ ରୁ ୩ ଡିଗ୍ରୀ ଖସିବ ପାରଦ ଖସିବ ବୋଲି କୁହାଯାଇଛି। ୪୧ ଡିଗ୍ରୀରୁ ୪୨ ଡିଗ୍ରୀ ରହିବ ଅନେକ ସହର ତାପମାତ୍ରା । ଏହାସହ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସହ ଉଷ୍ମ ଓ ଆଦ୍ର ସ୍ଥିତି ଲାଗିରହିବାର ସମ୍ଭାବନା ରହିଛି । ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ ସହ ରେଡ ଆଲର୍ଟର ସତର୍କତା ଥିବା ବେଳେ ୩ ତାରିଖ ବେଳକୁ ପାଗରେ ପରିବର୍ତନ ସହ ସାମାନ୍ୟ ତାପମାତ୍ରାରେ ହ୍ରାସ ହେବାର ସମ୍ଭାବନା ରହିଛି । ପରେ ୫ରୁ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଂଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଢେଙ୍କାନାଳ, କଟକ, ନୟାଗଡ଼, ଖୋର୍ଦ୍ଧା, କନ୍ଧମାଳ, ରାୟଗଡା, ଗଜପତିରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଆଗୁଆ ଆକଳନ କରିଛି ପାଣିପାଗ ବିଭାଗ।

ଆଜି ରାଜ୍ୟର କିଛି ଜାଗାରେ ବର୍ଷା ହେବା ସହିତ ପାଗ ମେଘୁଆ ରହିଛି। ଗତକାଲି ଅପେକ୍ଷା ଆଜି ଖରା କମିଛି। କଟକ ଓ ଭୁବନେଶ୍ୱର ସମତେ କିଛି ଜାଗାରେ ହାଲକା ବର୍ଷା ହୋଇଛି। କିନ୍ତୁ ତଥାପି ଗୁଳୁଗୁଳି ଜାରି ରହିଛି। ଆସନ୍ତାକାଲି ପୁଣି ତାତି ବଢିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

Leave A Reply

Your email address will not be published.