thelifelinemedia
Latest Odisha News, Breaking News Today

ଆସନ୍ତା ୬ରେ ଓଡିଶା ଆସିବେ ମୋଦି, ଦକ୍ଷିଣ ଓଡିଶାରୁ କରିବେ ନିର୍ବାଚନୀ ପ୍ରଚାର

ଭୁବନେଶ୍ୱର: ନିର୍ବାଚନୀ ପ୍ରଚାର ପାଇଁ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦକ୍ଷିଣ ଓଡିଶାରୁ ଆରମ୍ଭ କରିବେ ନିର୍ବାଚନୀ ପ୍ରଚାର।ବିଜେପି ପାଇଁ ଭୋଟ ଭିକ୍ଷା କରିବେ ମୋଦି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଦକ୍ଷିଣ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦି କରିବେ ହାଇ ଭୋଲଟେଜ ପ୍ରଚାର। ଆସନ୍ତା ୬ ତାରିଖରେ ମୋଦିଙ୍କ ନିର୍ବାଚନୀ ସଭା କାର୍ଯ୍ୟକ୍ରମ ରହିଛି। ଗୋଟିଏ ଦିନରେ ଦୁଇଟି ଲାକସଭା କ୍ଷେତ୍ରରେ ମୋଦିଙ୍କ କାର୍ଯ୍ୟକ୍ରମ ରହିଛି। ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ସାଧାରଣ ସଭାରେ ଯୋଗ ଦେବେ। ଦକ୍ଷିଣ ଓଡିଶାରେ ନିର୍ବାଚନୀ ପ୍ରଚାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସୁଥିବାରୁ ବିଜେପି ଶିବିରରେ ଚଳ ଚଞ୍ଚଳ ଦେଖା ଦେଲାଣି।ସୂଚନା ଅନୁସାରେ ୬ ତାରିଖ ସକାଳ ୧୦ଟାରେ ବ୍ରହ୍ମପୁରଠାରେ ସମାବେଶ କରିବେ ମୋଦି।ସେହିଦିନ ଅପରାହ୍ନରେ ନବରଙ୍ଗପୁର ଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ। ଉଭୟ ସମାବେଶରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ। ଶେଷ ପର୍ଯ୍ୟାୟ ନିର୍ବାଚନ ଭିତରେ ଓଡିଶାକୁ ମୋଦିଙ୍କ ଘନ ଘନ ଓଡିଶା ଗସ୍ତ ରହିଛି ବୋଲି ରାଜ୍ୟ ବିଜେପି ପକ୍ଷରୁ ସୂଚନା ଦିଆ ଯାଇଛି।

ପୂର୍ବରୁ ବିଜେପିର ହେଭିୱେଟ ନେତା ଅମିତ ସାହା ଓ ଜେପି ନଡ୍ଡା ଓଡିଶା ଆସି ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ଏବେ ପ୍ରଧାନମନ୍ତ୍ରୀ ମୋଦି ଓଡିଶା ଆସି କିଭଳି ଦଳୀୟ କର୍ମୀଙ୍କ ଜୋଶ ଭରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।

Leave A Reply

Your email address will not be published.