ଦଳକୁ ଫେରିଲେ ରିଷଭ, ଟି ଟ୍ୱେଣ୍ଟି ବିଶ୍ୱକପ ଦଳରେ ହେଲେ ସାମିଲ, ନିରାଶ ହେଲେ ରାହୁଲ

ନୂଆଦିଲ୍ଲୀ:ଅନ୍ତର୍ଜାତୀୟ କ୍ରିକେଟକୁ ରିଷଭ ପନ୍ଥଙ୍କ କମବ୍ୟାକ। ଲମ୍ବା ସମୟ ପରେ ଦଳରେ ତାଙ୍କୁ ଜାଗା ମିଳିଛି। ୨୦୨୨ ଡିସେମ୍ବର ପର ଠାରୁ କ୍ରିକେଟରୁ ଦୁରେଇ ରହିଥିଲେ ରିଷଭ। ଦୁର୍ଘଟଣା ପର ଠାରୁ ସେ ବିଶ୍ରାମ ନେଉଥିଲେ। କିନ୍ତୁ ପରେ ସୁସ୍ଥ ହୋଇ ଆଇପିଏଲ ଖେଳୁଥିବା ରିଷଭ ଏବେ ବିଶ୍ୱ କପ ଦଳରେ ସାମିଲ ହୋଇଛନ୍ତି। ଚଳିତ ଆଇପିଏଲରେ ରିଷଭ ପନ୍ଥ ଦିଲ୍ଲୀ କ୍ୟାପିଟାଲସର ନେତୃତ୍ୱ ନେଉଛନ୍ତି। ଦୁର୍ଘଟଣାରୁ ଫେରି ଜବରଦସ୍ତ ଖେଳ ଦେଖାଉଛନ୍ତି ରିଷଭ। ବ୍ୟାଟିଂ ଏବଂ କିପିଙ୍ଗରେ ଭଲ ଉପଯୋଗୀତା ଖେଳ ଦେଖାଉଛନ୍ତି। ଆଇପିଏଲରେ ରିଷଭଙ୍କ ପ୍ରଦର୍ଶନ ଆଧାରରେ ତାଙ୍କୁ ବିଶ୍ୱକପରେ ଜାଗା ମିଳିଛି ବୋଲି କୁହାଯାଉଛି। ତେବେ କେ ଏଲ ରାହୁଲଙ୍କୁ ଦଳରେ ସ୍ଥାନ ମିଳିନି। ସେ ନିରାଶ ହୋଇଛନ୍ତି।
୧୫ ଜଣିଆ ସଦସ୍ୟ ବିଶିଷ୍ଟ ଟିମର ଘୋଷଣା କରାଯାଇଛି ଯେଉଁଥିରେ ରୋହିତ ଶର୍ମା ଅଧିନାୟକ ହୋଇଛନ୍ତି। ରୋହିତଙ୍କ ସମେତ ଯଶସ୍ୱୀ ଜୟଶୱାଲ, ବିରାଟ କୋହଲୀ, ରିଷଭ ପନ୍ଥ(ୱିକେଟ କିପର), ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସେମସନ, ଶିଭମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା(ଉପ ଅଧିନାୟକ), ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଳଦୀପ ଯାଦବ, ଜସପ୍ରୀତ ବୁମରାହ, ଅର୍ଶଦୀପ ସିଂହ, ୟୁଜବେନ୍ଦ୍ର ଚହଲ, ମହମ୍ମଦ ସିରାଜ ଏବଂ ଅତିରିକ୍ତ ଖେଳାଳି ଭାବେ ଶୁଭମନ ଗିଲ, ରିଙ୍କୁ ସିଂହ, ଖଲୀଲ ଅହମଦ ଏବଂ ଆବେଶ ଖାନଙ୍କୁ ଜାଗା ମିଳିଛି।
ଗତବର୍ଷ ଡିସେମ୍ବରରେ ରିସଭ ପନ୍ଥ ଦୁର୍ଘଟଣାର ଶିକାର ହୋଇଥିଲେ। ବିଳମ୍ବିତ ରାତିରେ ତାଙ୍କର କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା।ପରେ ତାଙ୍କ ଆଣ୍ଠୁ ଅପେରସନ ହୋଇଥିଲା। ଲମ୍ବା ସମୟ ଧରି କ୍ରିକେଟରୁ ଦୁରେଇ ରହିବା ପରେ ଏବେ ରିସଭ ଆଇପିଏଲ ଖେଳୁଛନ୍ତି। ଦିଲ୍ଲୀ କପିଟାଲସର ନେତୃତ୍ୱ ନେଉଛନ୍ତି। ଏବେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିଛନ୍ତି ରିଷଭ। ଟି ଟ୍ୱେଣ୍ଟି ବିଶ୍ୱକପରେ ସାମିଲ ହେବା ପରେ ଏବେ ରିସଭଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି।