ପାର୍ଲିଆମେଣ୍ଟ ନୁହେଁ ଜେଲ ପଠାନ୍ତୁ, ନାଁ ନ ନେଇ ପ୍ରଦୀପ ପାଣିଗ୍ରାହୀଙ୍କୁ ଏମିତି କହିଲେ ପାଣ୍ଡିଆନ

ଭୁବନେଶ୍ୱର: ଚିକିଟି ମାଟିରୁ ବିଜେଡି ନେତା ପାଣ୍ଡିଆନଙ୍କ ଶାଣିତ ଟାର୍ଗେଟ। ନାଁ ନ ନେଇ ପ୍ରଦୀପ ପାଣିଗ୍ରାହୀଙ୍କୁ ଟାର୍ଗେଟ କଲେ। କହିଲେ ସଂସଦ ନୁହେଁ ତାଙ୍କୁ ଜେଲ ପଠାନ୍ତୁ। ଚିକିଟି ନିର୍ବାଚନୀ ସଭାରୁ ଆଜି ଆକ୍ରମକ ମୁଡ଼ ଦେଖାଇଥିଲେ ବିଜେଡିର ଏଇ ବରିଷ୍ଠ ନେତା। ଜେଲ୍ ଯାଇ ବେଲ୍ରେ ଆସିଥିବା ବ୍ୟକ୍ତିଙ୍କୁ ଆମେ ଜେଲ ପଠାଇବା, ସଂସଦକୁ ନୁହେଁ। ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ପ୍ରଚାର କରି ମୋହନା ଓ ଚିକିଟି ମାଟିରୁ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ କର୍ତ୍ତିକ ପାଣ୍ଡିଆନ।ବିରୋଧୀ ସବୁବେଳେ ବଡ ବଡ କଥା କହିଥାନ୍ତି, କିନ୍ତୁ କାମ ଘର ଶୁନ। ଡବଲ ଇଞ୍ଜିନ କଥା କହୁଥିବା ବିରୋଧୀ ଦେଉଛନ୍ତି ୩୦୦ ଟଙ୍କା ଭତ୍ତା, ନବୀନ ଇଞ୍ଜିନ ଦେଉଛନ୍ତି ୧୦୦୦ ଟଙ୍କା। ତେଣୁ ଡବଲ କି ସିଙ୍ଗଲ ଇଞ୍ଜିନ ନୁହେଁ ଓଡିଶା ପାଇଁ ଦରକାର ଡବଲ ଇଂଜିନ।
ବ୍ରହ୍ମପୁର ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ ହୋଇଛନ୍ତି ଭୃଗୁ ବକ୍ସିପାତ୍ର।ସେହିପରି ବିଜେପି ଲୋକସଭା ପ୍ରାର୍ଥୀ ହୋଇଛନ୍ତି ପ୍ରଦୀପ ପାଣିଗ୍ରାହୀ।ଏଥର ବ୍ରହ୍ମପୁର ଆସନରେ ଜବରଦସ୍ତ ଲେଢେଇ ହେବ। ପ୍ରଦୀପ ପାଣିଗ୍ରହୀ ନିର୍ବାଚନ ପ୍ରଚାରରେ ଜି ଜାନ ଲଗେଇ ଦେଇଛନ୍ତି। ଦଳୀୟ କର୍ମୀଙ୍କୁ ନେଇ ଡୋର ଟୁ ଡୋର କ୍ୟାମ୍ପେନ କରୁଛନ୍ତି। ଭୃଗୁ ବକ୍ସିପାତ୍ର ମଧ୍ୟ କିଛି କମ ନୁହନ୍ତି। ବ୍ରହ୍ମପୁର ଆସନ ଦଖଲ କରିବା ପାଇଁ ଅଣ୍ଟା ଭିଡିଛନ୍ତି। ଏଥର ଦୁଇ ହେଭିୱେଟ ନେତାଙ୍କ ପାଇଁ ବ୍ରହ୍ମପୁର ଲୋକସଭା ଆସନ ସାମ୍ମନର ଲଢେଇ ହେବାକୁ ଯାଉଛି।