thelifelinemedia
Latest Odisha News, Breaking News Today

ମୋଦିଙ୍କ ଚେଲା ନବୀନ, ଗୁରୁ ଯେମିତି ଚେଲା ସେମିତି କହିକି ବର୍ଷିଲା କଂଗ୍ରେସ

ଭୁବନେଶ୍ୱର: ବିଜେଡି ଉପରେ ବର୍ଷିଲା କଂଗ୍ରେସ। ବିଜେଡି ମହିଳା ବିରୋଧୀ ସରକାର ବୋଲି କାହାକୁ ଅଛପା ନାହିଁ। ଓଡିଶାରେ ମହିଳା ସୁରକ୍ଷିତ ନୁହନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ରାଜ୍ୟରେ ମହିଳାଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି। ରିପୋର୍ଟ ଅନୁଯାୟୀ ମହିଳା ଅତ୍ୟାଚାର ମାମଲାରେ ୬ ନମ୍ବର ସ୍ଥାନରେ ରହିଛି ଓଡିଶା।ପିପିଲି ବେବିନା, ମମିତା ମେହେର, ପରି ମାମଲାରେ ବିଜେଡି ନେତାଙ୍କର ସିଧାସଳଖ ସମ୍ପୃକ୍ତି ରହିଛି। ତଥାପି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ସରକାର। ସେପଟେ ଶ୍ରୀକାନ୍ତ ସାହୁ, ବିଜୟ ଶଙ୍କର ଦାସ ମହିଳା ବିରୋଧୀ ମାମଲାରେ ସମ୍ପୃକ୍ତ ଅଛନ୍ତି। ସେମାନଙ୍କୁ ମଧ୍ୟ ଦଳରେ ରଖାଯାଇଛି। ଏହାର ଅର୍ଥ ବିଜେଡି ସରକାର ମହିଳା ବିରୋଧୀ ସରକାର। ନବୀନ ବାବୁ ହେଉଛନ୍ତି ନରେନ୍ଦ୍ର ମୋଦୀଙ୍କ ଚେଲା।ତେଣୁ ଗୁରୁ ଯେମିତି ଚେଲା ସେମିତି।

ବିଜେପିକୁ ମଧ୍ୟ ଟାର୍ଗେଟ କରିଛି କଂଗ୍ରେସ।ଦେଶରେ ମହିଳା ଅତ୍ୟାଚାର ବଢିଛି। ୧୦ ବର୍ଷ ମଧ୍ୟରେ ମହିଳାଙ୍କ ଉପରେ ୫୦ ପ୍ରତିଶତ ଅତ୍ୟାଚାର ବଢିଛି। ବଳାତ୍କାରିଙ୍କୁ ବିଜେପି ଦଳରେ ସାଂସଦ ଏବଂ ନେତା କରାଉଛି ବିଜେପି ଦଳ। ଏହାଶହ ତାଙ୍କୁ ଦେଶ ବାହରକୁ ଫେରାର ହେବାରେ ମଧ୍ୟ ସହଯୋଗ କରୁଛି। ତେଣୁ ଆମେ କହୁଛୁ ବିଜେପି ଭାରତୀୟ ଜନତା ପାର୍ଟି ନୁହେଁ ବରଂ ବଲାତ୍କାରୀ ଜନତା ପାର୍ଟି ବୋଲି କଂଗ୍ରେସ କହିଛି।

ଓଡ଼ିଆ ଅସ୍ମିତା ବିଜେପି ପାଇଁ ବିପଦ। ଓଡ଼ିଆ ଭାଷା ଓ ଅସ୍ମିତା ବିପଦରେ ବୋଲି ଆଗରୁ କହୁନଥିଲେ ପ୍ରଧାନମନ୍ତ୍ରୀ। ଓଡ଼ିଆଙ୍କ କଥା କେବେ କହିନଥିଲେ ପ୍ରଥମ ଥର କହିଛନ୍ତି ତାହା ପୁଣି ଭୟରେ। ଗୋଟିଏ ରାଷ୍ଟ୍ର ଗୋଟିଏ ଧର୍ମ ଗୋଟିଏ ଭାଷା ଓ ଗୋଟିଏ ସଂସ୍କୃତି ବୋଲି ଆରଏସଏସ ଓ ବିଜେପିର ଆରମ୍ଭରୁ ଏଯେଣ୍ଡା ରହିଛି। କେବଳ ଓଡିଶା ନୁହେଁ ବେଙ୍ଗଲ ସମେତ ଅନ୍ୟ ସବୁ ଭାଷା ଓ ସଂସ୍କୃତି ବିପଦରେ ବୋଲି କହିଛନ୍ତି ଓଡିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର।

Leave A Reply

Your email address will not be published.