ମେ ୩ରେ ଓଡିଶା ଆସିବେ ରାହୁଲ ଗାନ୍ଧୀ, ରାୟଗଡା କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ କରିବେ

ଭୁବନେଶ୍ୱର : ପୁଣି ଓଡିଶା ଆସିବେ ରାହୁଲ ଗାନ୍ଧୀ। ସାଲେପୁର ଆସି କଂଗ୍ରେସ ଶିବିରରେ ଜୋସ ଭରିବା ପରେ ପୁଣି ଆଉ ଥରେ ଓଡିଶା ଆସୁଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ସୂଚନା ଅନୁସାରେ ମେ ୩ତାରିଖରେ ରାହୁଲ ଓଡିଶା ଆସିବେ।ରାୟଗଡା କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ଖାଲି ରାହୁଲ ନୁହନ୍ତି ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଓଡିଶା ଆସିବା ନେଇ ସମ୍ଭାବନା ରହିଛି।
ପୂର୍ବରୁ ରାହୁଲ ଗାନ୍ଧୀ ଦିନିକିଆ ଓଡ଼ିଶା ଗସ୍ତରେ ଆସିସାଲେପୁର ସଭାରେ ଉଭୟ ଭାଜପା ଏବଂ ବିଜେଡି ଉପରେ ବର୍ଷିଥିଲେ । ଏହାସହ ଆଗାମୀ ଦିନରେ ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିଲେ ଲୋକଙ୍କୁ କେଉଁସବୁ ସୁବିଧା ମିଳିବ ତା’ର ଏକ ଚିତ୍ର ଦଳୀୟ କର୍ମୀଙ୍କ ଜରିଆରେ ଲୋକଙ୍କ ନିକଟକୁ ବାର୍ତ୍ତା ଦେଇଛନ୍ତି , ଯାହାକୁ ନେଇ ଉଭୟ ଭାଜପା ଏବଂ ବିଜେଡି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ରାହୁଲଙ୍କ ଗସ୍ତ ରାଜ୍ୟରେ କିଛି ପ୍ରଭାବ ପକାଇବ ନାହିଁ ବୋଲି ବିଜେପି ଓ ବିଜେଡି କହିଥଲେ।
ଏବେ ରାହୁଲଙ୍କ ରୟାଗଡା ନର୍ବାଚନୀ ପ୍ରଚାର କଂଗ୍ରେସକୁ କେତେ ବଳ ଦେଉଛି ତାହା ଦେଖିବାର କଥା।