thelifelinemedia
Latest Odisha News, Breaking News Today

ସାଲେପୁରରୁ ରାହୁଲଙ୍କ ରଣହୁଙ୍କାର, କଂଗ୍ରେସ ଆସିଲେ ଲୋକଙ୍କୁ ମିଳିବ ଏଇସବୁ ସୁବିଧା

ସାଲେପୁର: ସାଲେପୁର ମହାମଞ୍ଚରୁ ରାହୁଲଙ୍କ ରାଣାହୁଙ୍କାର। କଂଗ୍ରେସର ମହାସଭାରୁ ବଡ ପ୍ରତିଶୃତି ଦେଇଛନ୍ତି ରାହୁଲ ଗାନ୍ଧୀ। ଓଡ଼ିଶାରେ ସରକାର ହେଲେ ମହିଳାଙ୍କ ଆକାଉଣ୍ଟକୁ ୨ ହଜାର ଏବଂ କେନ୍ଦ୍ରରେ ସରକାର ହେଲେ ପ୍ରତି ଗରିବ ପରିବାରର ଜଣେ ମହିଳାଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି ରାହୁଲ । ଏହାସହ ବେରୋଜଗାର ଯୁବବର୍ଗଙ୍କୁ ନେଇ ବଡ ଘୋଷଣା କରିଛନ୍ତି ରାହୁଲ ଗାନ୍ଧୀ। ଖାଲି ସେତିକି ନୁହେଁ ଓଡିଶାରେ ଚାରା ରୋପଣରେ ୧୫ ହଜାର କୋଟି ଟଙ୍କା ଖଣିରେ ପ୍ରଚୁର ଲୁଟ ହୋଇଥିବା କଥା କହିଛନ୍ତି ରାହୁଲ।କଂଗ୍ରେସ କ୍ଷମତାକୁ ଆସିଲେ ଲୁଟ୍ ହୋଇଥିବା ଟଙ୍କା ରାଜ୍ୟବାସୀଙ୍କୁ ଟଙ୍କା ଫେରସ୍ତ ହେବ ବୋଲି ସେ କହିଛନ୍ତି।
ଗତ ୧୦ ବର୍ଷ ହେବ ଚାକିରି ପାଇଁ ଯୁବବର୍ଗ ସମସ୍ତଙ୍କ ଆଗରେ ହାତ ପତାଇଲେଣି । କିନ୍ତୁ କଂଗ୍ରେସ ସରକାର ଆସିଲେ ସେ ସ୍ଥିତି ରହିବନି । କାରଣ କଂଗ୍ରେସ ପେହେଲି ନୌକରି ପକ୍କି ଯୋଜନା ଆଣିବ । ଯେଉଁ ଯୋଜନା ଜରିଆରେ ବେରୋଜଗାର ଯୁବକଙ୍କୁ ଚାକିରି ଗ୍ୟାରେଣ୍ଟି ଦିଆଯିବ । ସରକାରୀ, ପିଏସୟୁ, ପ୍ରାଇଭେଟ ସଂସ୍ଥାରେ ୧ ବର୍ଷ ପର୍ଯ୍ୟନ୍ତ ଚାକିରି ମିଳିବ । ସରକାରଙ୍କ ପାଖରେ ଚାକିରି ଆବେଦନ କରିବା ମାତ୍ରେ ୧ ବର୍ଷର ଆପ୍ରେଣ୍ଟିସିପ୍ ମିଳିବ ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।

ସାଲେପୁର ସଭାରେ ଆରମ୍ଭରୁ ବର୍ଷିଥିଲେ ରାହୁଲ ଗାନ୍ଧି। ସେ କହିଥିଲେ , ନବୀନ ଏଠାରେ କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ନେଇ ସରକାର ଚଳାଉଛନ୍ତି। ଅଳ୍ପ କିଛି ଲୋକ ହିଁ ସବୁ ଫାଇଦା ଉଠାଉଛନ୍ତି। କଂଗ୍ରେସ ତେଲେଙ୍ଗାନାରେ ବିଜେପି-ବିଆର୍‌ଏସ୍‌ ମେଣ୍ଟ ପଦାକୁ ଆଣିଥିଲା। ନିର୍ବାଚନ ହେଲା, ସେଠାରେ ବିଆର୍‌ଏସ୍‌ ପୂରା ଉଡ଼ିଗଲା। ଏଠାରେ ବିଜେପି-ବିଜେଡିର ବାହାଘର ହୋଇଯାଇଛି। ଏଠାରେ ଦୁଇ ଜଣ ଏକାଠି ରହି ଓଡ଼ିଶାବାସୀଙ୍କୁ ପାନ ଦେଇଛନ୍ତି। ଅଙ୍କଲ୍‌ ଓ ନବୀନ ବାବୁ ମିଶି ଓଡ଼ିଶା ଲୋକଙ୍କୁ ପାନ ଧରାଇଦେଲେ। ରାହୁଲଙ୍କ ଓଡିଶା ଗସ୍ତରେ ରାଜ୍ୟ କଂଗ୍ରେସ ଶିବିରରେ ଜୋଶ ଭରି ରହିଛି। ରାହୁଲଙ୍କ ନିର୍ବାଚନୀ ପ୍ରଚାର କଂଗ୍ରେସକୁ ୨୪ ନିର୍ବାଚନରେ ସହାୟକ ହେବ ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି।

Leave A Reply

Your email address will not be published.