ସାଲେପୁରରେ କାହିଁକି ଅରିନ୍ଦମ , ଅନୁଭବଙ୍କ ପରିବର୍ତ୍ତେ ଅରିନ୍ଦମଙ୍କୁ ଟିକଟ ମିଳିଲା କାହିଁକି ?

ଭୁବନେଶ୍ୱର : ସାଲେପୁର ଆସନ ପାଇଁ ଅନୁଭବ ଦାବିଦାର ଥିଲେ। ହେଲେ ଅରିନ୍ଦମଙ୍କୁ ଟିକେଟ ମିଳିଲା। ଏହା ପଛର କାରଣ ଅତି ସରଳ। ୨୦୧୯ ନିର୍ବାଚନରେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଅନୁଭବ ମହାନ୍ତି ବିଜେଡି ଟିକେଟରେ ଲଢ଼ି ବିପୁଳ ଭୋଟରେ ବିଜୟୀ ହୋଇଥିଲେ। ସାଲେପୁର ଆସନରୁ ସେ ବିପୁଳ ଭୋଟ ହାତେଇବାରେ ସକ୍ଷମ ହୋଇଥିଲେ। ତେଣୁ ମାପକାଠି ହିସାବରେ ଏଠି ସାଲେପୁର ଆସନ ପାଇଁ ଅନୁଭବ ମହାନ୍ତି ପ୍ରମୁଖ ଦାବିଦାର ଥିଲେ। ହେଲେ ଅରିନ୍ଦମଙ୍କୁ ଦଳ ଟିକେଟ ଦେଲା। ୟା ପଛର କାରଣ ହେଉଛନ୍ତି ବୈଜୟନ୍ତ ପଣ୍ଡା।ଯଦି ସାଲେପୁରରୁ ଅନୁଭବ ଲଢ଼ିଥାନ୍ତେ ତା ହେଲେ ବୈଜୟନ୍ତ ପଣ୍ଡାଙ୍କ ମଧ୍ୟ ପ୍ରଚାର କରିଥାନ୍ତେ।କାହିଁକି ନା କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରେ ସାଲେପୁର ଆସୁଛି।ଏକାଠି ବୈଜୟନ୍ତ ଓ ଅନୁଭବ ପ୍ରଚାର ମୈଦାନରେ ଓଲ୍ଲାଇଥାନ୍ତେ। ହେଲେ ଏହା କେବେ ସମ୍ଭବ ହୋଇନଥାନ୍ତା । କାହିଁକି ନା ୧୯ ନିର୍ବାଚନରେ ଦଳ ପରସ୍ପର ବିରୋଧରେ ଲଢ଼ିଥିଲେ ଅନୁଭବ ଓ ବୈଜୟନ୍ତ। ସେତେବେଳେ ଅନୁଭବ ବିଜେଡି ଟିକେଟରୁ ସାଂସଦ ପାର୍ଥି ହୋଇଥିଲେ ଏବଂ ବୈଜୟନ୍ତ ପଣ୍ଡା ବିଜେପି ପକ୍ଷରୁ ସାଂସଦ ପ୍ରାର୍ଥୀ ହୋଇଥିଲେ। ଏଇ ନିର୍ବାଚନରେ ଅନୁଭବ ବିଜୟ ହାସଲ କରିଥିଲେ।ବିଜେପି ସାସଂଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ବିପୁଳ ଭୋଟରେ ପରାସ୍ତ କରିଥିଲେ ଅନୁଭବ। ତେଣୁ ପାଗ ଯେମିତି ନ ବିଗିଡେ ସେଥିପାଇଁ ଅନୁଭବଙ୍କୁ ସାଲେପୁର ଟିକେଟ ନ ଦେଇ ଅରିନ୍ଦମଙ୍କୁ ଦଳ ଟିକେଟ ଦେଇଛି।
ଏବେ ଅନୁଭବଙ୍କ ପାଇଁ ବିକଳ୍ପ ଆସନ ହେଉଛି କଟକ ବାରବାଟୀ ଆସନ। ଯେହେତୁ ଅନୁଭବଙ୍କ ଘର କଟକରେ ତେଣୁ ସେଠାରୁ ସେ ପ୍ରାର୍ଥୀ ହେବା ସମ୍ଭାବନା ଅଧିକ ରହୁଛି।