ଜଳୁଛି ଭୁବନେଶ୍ୱର, ପାରଦ ଛୁଇଁଲା ୪୬.୬ ଡିଗ୍ରୀ

ଭୁବନେଶ୍ୱର : ରାଜଧାନୀରେ ଅସହ୍ୟ ତାତି। କଲବଲ ହେଉଛନ୍ତି ଲୋକେ।ଦିନ ୨ଟା ୩୦ ସୁଧା ଭୁବନେଶ୍ୱର ୪୬ .୬ ଡିଗ୍ରୀ ସହ ସବୁଠାରୁ ଉତ୍ତପ୍ତ ସହର। ରାଜ୍ୟରେ ଭୀଷଣ ଗ୍ରୀଷ୍ମପ୍ରବାହ ରୁ ଗ୍ରୀଷ୍ମ ପ୍ରବାହ ସ୍ଥିତି ଲାଗିରହିଥିବା ବେଳେ ଆହୁରି ୫ ଅସହ୍ୟ ତାତିରେ ସନ୍ତୁଳି ହେବ ସାରା ରାଜ୍ୟ। ଭୀଷଣ ଗ୍ରୀଷ୍ମପ୍ରବାହ କୁ ନେଇ ଆଗାମୀ ୨୪ ଘଣ୍ଟା ପାଇଁ ୧୦ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। । ୧୦ ରେଡ ଆଲର୍ଟ ହୋଇଥିବା ଜିଲ୍ଲାଗୁଡ଼ିକ ହେଉଛି ଯାଜପୁର, କେନ୍ଦୁଝର ,ଅନୁଗୁଳ, ଢେଙ୍କାନାଳ ,ବୌଦ୍ଧ, ସୁନ୍ଦରଗଡ ଝାରସୁଗୁଡା , ଖୋର୍ଦ୍ଧା ଏବଂ କଟକ।ଗ୍ରୀଷ୍ମପ୍ରବାହ ପାଇଁ ଟ୍ୱିନସିଟି କୁ ରେଡ ଆଲର୍ଟ ଜାରି କରାଯାଇଛି। ଆଜି ଉଭୟ ଭୁବନେଶ୍ୱର ଏବଂ କଟକ ସହର ପାଇଁ ଭୀଷଣଗ୍ରୀଷ୍ମ ପ୍ରବାହ ସମ୍ଭାବନା ଥିବାରୁ ରେଡଆଲର୍ଟ ଜାରିକରଯାଇଛି। ସେହିପରି ୧୬ ଜିଲ୍ଲାକୁ ଭୀଷଣ ଗ୍ରୀଷ୍ମ ପ୍ରବାହ ପାଇଁ ଅରେଞ୍ଜ ବର୍ଣ୍ଣିଙ୍ଗ ଜାରି କରିଛି ବିଭାଗ। ନବରଙ୍ଗପୁର ଓ ବରଗଡରେ ୟେଲୋ ବର୍ଣ୍ଣିଙ୍ଗ ଜାରି କରାଯାଇଛି।
ଏହାସହ ଉଷ୍ମ ଓ ଆଦ୍ର ସ୍ଥିତି ପାଇଁ ପୁରୀ ଓ କୋରାପୁଟ ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ବିଭାଗ। ଆସନ୍ତାକାଲି ପାଇଁ ଭୀଷଣ ଗ୍ରୀଷ୍ମ ପ୍ରବାହ ସ୍ଥିତିରେ ବିସ୍ତୃତି ବୃଦ୍ଧି ହେଉଥିବାରୁ ଏଠିପାଇଁ ୧୩ ଜିଲ୍ଳାକୁ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଉତ୍ତର,ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ତାପମାତ୍ରା ଅଧିକ ରହିବ। ଏନେଇ ୧୫ ଜିଲ୍ଲା କୁ ଅରେଞ୍ଜ ଓ ୨ ଜିଲ୍ଲାକୁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ବିଶେଷ କରି ଆଗାମୀ ତିନିଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରଵାହକୁ ନେଇ ୩୦ ଟି ଜିଲ୍ଲା ଚେତାବନୀ ଚେତାବନୀ ପରିସରରେ ରହିବ ବୋଲି ବିଭାଗ ସୂଚନା ଦେଇଛି ।
ସେପଟେ ୨୯ ତାରିଖ ପରେ ସାମାନ୍ୟ ତାତି କମିବ। ଦକ୍ଷିଣ ଉପକୂଳବର୍ତ୍ତ ଓଡିଶା ଓ ପାଶ୍ୱବର୍ତୀ ଜିଲ୍ଲାଗୁଡ଼ିକରେ ସାମୁଦ୍ରିକ ବାୟୁ ପ୍ରବାହର ସମ୍ଭାବନା ରହୁଛି। ଯଦିଓ ବି ତାପମାତ୍ର କମିବ ନାହିଁ କିନ୍ତୁ ତାତିର ଅନୁଭୂତି କମିବାର ସମ୍ଭାବନା ରହୁଛି। କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି । ଆଗାମୀ ୨୪ ଘଂଟାରେ ବିଜୁଳି ଘଡଘଡି ସହ ବର୍ଷା ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହେବାର ସମ୍ଭାନାନା ଦେଇଛି ପାଣିପାଗ ବିଭାଗ । ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ଏହି ସ୍ଥିତି ୧୫ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ କ୍ରମାଗତ ଭାବେ ୧୩ ଦିନ ଧରି ଜାରି ହୋଇଛି । ଏହା ଏପ୍ରିଲ ମାସର ୨୦୧୦ ପରେ ସବୁଠାରୁ ବଡ ସ୍ପେଲ ର ଗ୍ରୀଷ୍ମ ପ୍ରବାହ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ।