thelifelinemedia
Latest Odisha News, Breaking News Today

ସାମ୍ନାକୁ ଆସିଲେ ବିଜେପିର ୮ ଯୋଦ୍ଧା, ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି

ଭୁବନେଶ୍ୱର : ୮ଟି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ବାକି ରହିଥିବା ଆସନରୁ ୮ଟି ଆସନରେ ଦଳ ପ୍ରାର୍ଥୀ ଦେଇଛି।ଅଭିନେତାରୁ ରାଜନେତା ବନିଥିବା ଅରିନ୍ଦମ ରାୟଙ୍କୁ ସାଲେପୁର ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ କରିଛି। ଅରିନ୍ଦମଙ୍କୁ ନେଇ ଅନେକ ଚର୍ଚ୍ଚା ହେଉଥିଲା। ନିକଟରେ ଓଡିଶା ପାଇଁ ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ତାଙ୍କ ନାଁ ନଥିଲା। ତେଣୁ ତାଙ୍କୁ କୋଉ ଜାଗାରୁ ଦଳ ଟିକେଟ ଦେବ ସେ ନେଇ ସଂଶୟ ବଢିଥିଲା। ଶେଷରେ ସେ ସାଲେପୁରରୁ ପ୍ରାର୍ଥୀ ହୋଇଛନ୍ତି।
ସେହିପରି ନିକଟରେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିବା ସୀମାରାଣୀ ନାଏକଙ୍କୁ ହିନ୍ଦୋନ ଆସନରେ ପ୍ରତିଦ୍ବନ୍ଦ୍ବୀତା କରିବା ପାଇଁ ବିଜେପି ତାଙ୍କୁ ଟିକଟ ଦେଇଛି।ତେଲକୋଇ ପାଇଁ ଫକୀର ମୋହନ ନାଏକଙ୍କୁ ଦଳ ପ୍ରାର୍ଥୀ କରିଛି। ସେଠାରୁ ପ୍ରେମାନନ୍ଦ ନାୟକଙ୍କୁ ଟିକେଟ ମିଳିବା ନେଇ ଚର୍ଚ୍ଚା ହେଉଥିଲା କିନ୍ତୁ ବିଜେପି ଫକୀର ମୋହନଙ୍କ ଉପରେ ଭରଷା କରିଛି। ସେହିପରି ଚମ୍ପୁଆ ପାଇଁ ମୁରଲୀ ମନୋହର ଶର୍ମା, ବସ୍ତା ପାଇଁ ରୀବନ୍ଦ୍ର ଅଣ୍ଡିଆ, ବାସୁଦେବପୁର ପାଇଁ ବାଣୀ କଲ୍ୟାଣ ମହାନ୍ତି, କେନ୍ଦ୍ରାପଡ଼ା ପାଇଁ ଗୀତାଞ୍ଜଳି ସେଠୀ ଏବଂ ଖୋର୍ଦ୍ଧା ପାଇଁ ପ୍ରଶାନ୍ତ କୁମାର ଜଗଦେବଙ୍କୁଦଳ ଟିକେଟ ଦେଇଛି।

Leave A Reply

Your email address will not be published.