thelifelinemedia
Latest Odisha News, Breaking News Today

ଜୀବନ ନେଇଯିବ ମୁଣ୍ଡଫଟା ଖରା: ପଦାକୁ କାଢ଼ନ୍ତୁନି ଗୋଡ, ଆହୁରି ବଢିବ ତାତି

ଭୁବନେଶ୍ୱର: ପ୍ରଚଣ୍ଡ ଖରାରେ ସିଜୁଛି ଓଡିଶା। ତାତିରେ ଆଉଟୁପାଉଟ ହେଇଛନ୍ତି ରାଜ୍ୟ ବାସୀ। ଖରା ଏମିତି ହେଉଛି ଯେ ସତେ ଯେମିତି ଜୀବନ ନେଇଯିବ। ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର କିଛି କିଛି ସ୍ଥାନରେ ଦିନ ତାପମାତ୍ରାରେ ଆହୁରି ୨°C ଯାଏଁ ବୃଦ୍ଧି ହେବାର
ସମ୍ଭାବନା ରହିଛି। ଆହୁରି ୪ ରୁ ୫ ଦିନ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ଉଷ୍ମ ପାଣିପାଗ ସ୍ଥିତି ଜାରି ରହିବା ସହ କିଛି ଜିଲ୍ଲାରେ ଭୀଷଣ ଗ୍ରୀଷ୍ମପ୍ରବାହରୁ ଗ୍ରୀଷ୍ମ ପ୍ରବାହ ସ୍ଥିତି ଲାଗିରହିବାର ସମ୍ଭାବନା ରହିଛି।
ତେଣୁ ଘରୁ ବାହାରକୁ ବାହାରନ୍ତୁନି। ଯଦି କୌଣସି କାମରେ ବାହାରୁଛନ୍ତି ତା ହେଲେ ପୁରା ସଚେତନ ହୁଅନ୍ତୁ। ପାଣି ବୋତଲ, ଛତା ଆଦି ନେଇ ସାଙ୍ଗରେ ଯାଆନ୍ତୁ।

ଆଜି ୪୪.୬°C ସହ ଅନୁଗୁଳ ରାଜ୍ୟର ଉତ୍ତପ୍ତ ସହର ପାଲଟିଛି।ବୌଦ୍ଧ ରେ ୪୪.୫°C, ନୂଆପଡା ଏବଂ ବଲାଙ୍ଗୀରରେ ୪୪°C ତାପମାତ୍ରା ରେକର୍ଡ କରାଯାଇଛି। ୧୨ସହରରେ ୪୩°C ଅତିକ୍ରମ କରିଛି ଦିନ ତାପମାତ୍ରା। ଆଗକୁ ୪ରୁ ୫ ଦିନ ଭୀଷଣ ତାତି ଅନୁଭୂତ ହେବ। ପ୍ରଚଣ୍ଡ ଖରାରେ ଭାଜି ହେବ ଓଡିଶା।

Leave A Reply

Your email address will not be published.