thelifelinemedia
Latest Odisha News, Breaking News Today

ଅସହ୍ୟ ହେଲାଣି ତାତି, ୪୪.୬ ଡିଗ୍ରୀ ସହ ଅନୁଗୁଳ ଉତ୍ତପ୍ତ ସହର

ଭୁବନେଶ୍ବର : ଗତ କିଛି ଦିନ ହେବ ରାଜ୍ୟବାସୀଙ୍କୁ କଲବଲ କରୁଥିବା ଗ୍ରୀଷ୍ମପ୍ରବାହ ଆଜିଠୁ ଅସମ୍ଭାଳ ହୋଇଛି। ସ୍ଥିତି ଯାହା ଥିଲା, ତାହାଠୁ ଆହୁରି ବିଗିଡ଼ିଛି। ଟାଣ ଖରା କଲବଲ କରିବା ସହ ଝାଞ୍ଜିମାଡ଼ରେ ଶରୀର ଝାଇଁଝାଇଁ ହୋଇଯାଉଛି। ଏପରି ସ୍ଥିତି ଆହୁରି ୫ ଦିନ ରହିବ ବୋଲି ମଧ୍ୟ ପାଣିପାଗ ବିଭାଗ କହିସାରିଛି। ସେଥିପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସକାଳ ୧୧ରୁ ଅପରାହ୍ନ ୩ଟା ଭିତରେ ଘରୁ ବାହାରିଲେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି ପାଣିପାଗ ବିଭାଗ।

 

ଆଜି ରାଜ୍ୟର ୩୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ସେହିପରି ୧୨ ସହରର ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଛି। ୪୪.୬ ଡିଗ୍ରୀ ତାପମାତ୍ରା ସହ ଅନୁଗୁଳ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ରହିଥିବା ବେଳେ ବୌଦ୍ଧରେ ୪୪.୫, ନୂଆପଡା ଏବଂ ବଲାଙ୍ଗୀରରେ ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

 

ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ଶନିବାର ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଜିଲ୍ଲାରେ ଭୟଙ୍କର ଗ୍ରୀଷ୍ମ ପ୍ରବାହ ଜାରି ହେବ। ସେଥିପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି।

Leave A Reply

Your email address will not be published.