ବିଜେଡିର ଲୁଙ୍ଗି ପିନ୍ଧା ରାଜନୀତି, ଲୁଙ୍ଗିକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଲୁଙ୍ଗି ପିନ୍ଧା ଭିଡିଓ ପରେ ଏବେ ଦଳୀୟ କର୍ମୀ ବି ଲୁଙ୍ଗି ପିନ୍ଧା ଦୃଶ୍ୟ ସାମ୍ନାକୁ ଆସିଛି।ଲୁଙ୍ଗି ପିନ୍ଧି ନିଆରା ଷ୍ଟ୍ରାଟେଜି ଆପଣେଇଛି ବିଜେଡି। ରାଜନୀତି ମଇଦାନରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କିଏ କେତେ ପ୍ରକାର ତରିକା ଆପଣେଇଥାନ୍ତି। ଏବେ ବିଜେଡିର ଲୁଙ୍ଗି ପିନ୍ଧା ରାଜନୀତିକୁ ନେଇ ସବୁଠି ଚର୍ଚ୍ଚା। ମୁଖ୍ୟମନ୍ତ୍ରୀ ଦଳୀୟ ପ୍ରଚାର ପାଇଁ ଲୁଙ୍ଗି ପିନ୍ଧି ଯୋଡି ଶଙ୍ଖ ବାବଦରେ ଲୋକଙ୍କୁ ଅପିଲ କରିଥିଲେ। ନବୀନଙ୍କ ଭଳି ବିଜେଡି କର୍ମୀ ବି ଲୁଙ୍ଗି ପିନ୍ଧି ଏଥର ସମ୍ବାଦିକ ସମିଳନୀ କରୁଛନ୍ତି।
ସମ୍ବଲପୁରୀ ଲୁଙ୍ଗି ପିନ୍ଧି ସାଂସଦ ସସ୍ମିତ ପାତ୍ର ଓ ମୁଖପାତ୍ର ସ୍ଵୟଂ ପ୍ରକାଶ ମହାପାତ୍ର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ କଡା ସମଲୋଚନା । ଯେଉଁ ସମ୍ବଲପୁରୀ ଲୁଙ୍ଗି ପିନ୍ଧି ଯୋଡ଼ା ଶଙ୍ଖ ଭିଡିଓ ଜାରିକରିଥିଲେ ମୁଖ୍ୟମନ୍ତ୍ରୀ , ତାହାକୁ କଟାକ୍ଷ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ଓଡ଼ିଶାର ପରମ୍ପରାର ଅପମାନ କରିଛନ୍ତି । ଖାଲି ସେତିକି ନୁହେଁ , ସମ୍ବଲପୁରୀ କାରିଗରଙ୍କ ଅପମାନ କରିଛନ୍ତି । ଆସନ୍ତା କାଲି ଠୁ ପ୍ରଚାର ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଯୋଡ଼ି ଶଙ୍ଖର ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏଥିରେ ବିରୋଧୀ ଙ୍କ ନିଦ ହଜିଛି । ୨୪ ଘଣ୍ଟାରେ ୪୦ ଲକ୍ଷ୍ୟ ଲୋକ ଏହାକୁ ଏନଷ୍ଟାଗ୍ରାମରେ ଦେଖିବାକୁ ମିଳିଛି । ଏହା ଧର୍ମେନ୍ଦ୍ର ପ୍ରଧାନଙ୍କ ଈର୍ଷା ର କାରଣ ପାଲଟିଛି। ସେହିଭଳି ଏହା ଓଡ଼ିଶାର ସଶକ୍ତି ଅର୍ଥନୀତି ଉପରେ ଲାଞ୍ଛନା ଲଗାଇଛନ୍ତି କେନ୍ଦ୍ରମନ୍ତ୍ରୀ । ଗ୍ରାମାଞ୍ଚଳର ଲୋକଙ୍କ ଲୁଙ୍ଗି ଏକ ପ୍ରମୁଖ ପୋଷାକ । ଏଠାରେ ସେ ସେହି ଗ୍ରାମାଞ୍ଚଳର ଲୋକଙ୍କ ଅପମାନ କରିଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ବାହାରେ ରହି ଓଡ଼ିଶାର ପରମ୍ପରା ଓ ସଂସ୍କୃତିକୁ ଭୁଲିଗଲେଣି । ଏଥିପାଇଁ ସେ ଆମ ସଂସ୍କୃତିକୁ ଆଘାତ ପହଂଚିଛନ୍ତି । ଏଥିପାଇଁ ସମ୍ବଲପୁର ଲୋକ ତଥା ଓଡ଼ିଆ ଲୋକଙ୍କୁ କ୍ଷମା ପର୍ଥାନା କରନ୍ତୁ ବୋଲି ଦାବି କରିଛି ବିଜେଡି ।