thelifelinemedia
Latest Odisha News, Breaking News Today

ହିଞ୍ଜିଳିରୁ ନବୀନଙ୍କ ଯୋଡି ଶଙ୍ଖର ପ୍ରଚାର, କହିଲେ ବିକାଶ ବିରୋଧୀଙ୍କ ଅସଲ ଚେହେରା ଜାଣିଛନ୍ତି ରାଜ୍ୟବାସୀ

ଭୁବନେଶ୍ୱର:ହିଞ୍ଜିଳିରୁ ଆରମ୍ଭ ହେଲା ବିଜେଡିର ଜୟଯାତ୍ରା। ଯୋଡି ଶଙ୍ଖର ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ହିଞ୍ଜିଳି-ଶେରଗଡରେ ଜନସଭା ସହ ଆଜି ବିଜେଡିର ପ୍ରଚାର ଶଙ୍ଖ ଫୁଙ୍କିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହିଞ୍ଜିଳି ଓ ଶେରଗଡରେ ଦୁଇଟି ଜନସଭାରେ ଉଦବୋଧନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ପ୍ରଚାର ଆରମ୍ଭରୁ ହିଁ ସିଧାସଳଖ ବିରୋଧୀଙ୍କୁ ନିଶାନା କଲେ ନବୀନ । ମଞ୍ଚ ଉପରୁ ବିରୋଧୀଙ୍କୁ ଟାର୍ଗେଟ କରି ନବୀନ କହିଛନ୍ତି ଯେ, ବିରୋଧୀମାନେ ସବୁକଥାରେ ରାଜନୀତି କରୁଛନ୍ତି । ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା ସୃଷ୍ଟି କରୁଛନ୍ତି । ବିକାଶକୁ ବିରୋଧ କରି କେହି କେବେ ସଫଳ ହୋଇନାହିଁ । ଓଡ଼ିଶାବାସୀ ବିରୋଧୀଙ୍କ ଅସଲ ରୂପ ଜାଣିଛନ୍ତି । ଏହି ନିର୍ବାଚନର ଓଡ଼ିଶା ବିଧାନସଭାରେ ବିପୁଳ ବିଜୟ ହାସଲ କରିବ ବିଜେଡି। ଲୋକସଭାରେ ବହୁତ୍ ଭଲ କରିବ। ଯୋଡି ଶଙ୍ଖ ଓଡ଼ିଶାର ବିକାଶର ପରିଚୟ । ଯୋଡି ଶଙ୍ଖଙ୍କୁ ଆଶିର୍ବାଦ କରନ୍ତୁ ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।

Leave A Reply

Your email address will not be published.