ବିଜେଡିର ନାରା ଦୁଇ ଯୋଡି ଶଙ୍ଖ, ଥରେ ଲୋକସଭା ପାଇଁ ଆଉ ଥରେ ବିଧାନସଭା ପାଇଁ..

ଭୁବନେଶ୍ୱର:ରାଜ୍ୟବାସୀଙ୍କୁ ନବୀନଙ୍କ ଅପିଲ। ପ୍ରଚାର ମଇଦାନକୁ ଓଲ୍ହାଇବା ପୂର୍ବରୁ ଭୋଟ ପାଇଁ ଓଡ଼ିଶାବାସୀଙ୍କୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥର ଦୁଇଟି ଶଙ୍ଖକୁ ଆଶୀର୍ବାଦ କରିବେ। ଗୋଟେ ଶଙ୍ଖ ବିଧାନସଭା ପାଇଁ ଆଉ ଗୋଟିଏ ଶଙ୍ଖ ଲୋକସଭା ପାଇଁ। ବିଜେଡିର ପ୍ରମୁଖ ରାଣାନୀତିକାର କାର୍ତିକ ପଣ୍ଡିଆନ ମଧ୍ୟ ଯୋଡି ଶଙ୍ଖକୁ ନେଇ ରାଜ୍ୟବାସୀଙ୍କୁ ଅପିଲ କରିଛନ୍ତି।
ଏଥର ଦକ୍ଷିଣ ଓଡିଶାରୁ ଆରମ୍ଭ ହବ ୨୪ ମିଶନ l ୨୪ ତାରିଖରୁ ହିଞ୍ଜିଳୁ ପ୍ରଚାର ଆରମ୍ଭ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ l ଗତକାଲି ବିଜେଡି ନେତା ତଥା ରଣନୀତିଜ୍ଞ କାର୍ତ୍ତିକ ପାଣ୍ଡିଆନ,ଘୋଷଣା କରିସାରିଥିବା ବେଳେ, ନବୀନ ଯୋଡ଼ି ଶଙ୍କରେ ଭୋଟ ଦେବା ପାଇଁ ଭୋଟରଙ୍କୁ ଅପିଲ କରିଛନ୍ତି l
ସେପଟେ ବିଜେଡି 6ଟି ଆସନ ଙ୍କୁ ଛାଡି ସପ୍ତମ ପର୍ଯ୍ୟାୟ ସୁଦ୍ଧା ୧୪୧ ପାଇଁ ଟିକେଟ ଘୋଷଣା କରି ସାରିଛି l କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀଙ୍କ ଫୋଟ ସାମ୍ନାଙ୍କୁ ଆସିଥିଲା, କ୍ୟାପଟେନ ସବୁବେଳେ ପ୍ରସ୍ତୁତ ବୋଲି ବାର୍ତ୍ତା ଦବା ସହିତ ମିଶନ ପାଇଁ ଦଳ ସଂକେତ ଦେଇ ସାରିଥିଲା l
ସେପଟେ ଅମିତ ଶାହ ୨୫ ତାରିଖରେ ଓଡିଶା ଆଉଥିବା ବେଳେ ଫୋକସ ରହିଛି ପଶ୍ଚିମ ଓଡିଶା। ଅନ୍ୟପଟେ ଓଡ଼ିଶାରେ ପ୍ରଚାର ଜୋରଦାର କରିବାକୁ ଯାଉଛି କଂଗ୍ରେସ। ଆସନ୍ତା ୨୮ ତାରିଖରେ ରାହୁଲ ଗାନ୍ଧୀ ଓଡିଶା ଆସି ପ୍ରଚାର ଅନୁକୂଳ କରିବେ।
ରାଜ୍ୟରେ ପାଣି ପାଗ ଉପରେ ମୁହାଁ ରହିଥିବା ବେଳେ ଦୁଇ ଦୁଇ ହେଭି୍ୱେଟ ମଇଦାନକୁ ଓଲ୍ହାଇବା ନିଶ୍ଚିତ ହେଇ ସାରିଥିବା ବେଳେ, ରାଜନୈତିକ ପାଣିପାଗ ବେଶ ସରଗରମ ହେଇଛି।