thelifelinemedia
Latest Odisha News, Breaking News Today

ଆକାଶରୁ ବର୍ଷୁଛି ନିଆଁ, ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ପ୍ରବାହ । ଆକାଶରୁ ବର୍ଷୁଛି ନିଆଁ । ପ୍ରବଳ ଖରା ଓ ତତଲା ପବନ ଯୋଗୁଁ ଅସ୍ତବ୍ୟସ୍ତ ଜନଜୀବନ । ଆଜି ୪୩.୮ ଡିଗ୍ରୀ ସହ ଝାରସୁଗୁଡା ସହର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଅନ୍ୟପଟେ ୨୨ଟି ସହରରେ ଦିନ ତାପମାତ୍ରା ୪୨ ଡିଗ୍ରି କିମ୍ବା ଅଧିକ ତାପମାତ୍ରା ରେକର୍ଡ ହୋଇଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
୪୩.୬ ଡିଗ୍ରୀ ସେଲସିୟସ ସହ ବାରିପଦା ରାଜ୍ୟର ଦ୍ୱିତୀୟ ଉତ୍ତପ୍ତ ସହର ହୋଇଛି । ଝାରସୁଗୁଡା ଓ ବାରିପଦା ସମେତ ନୂଆପଡା, ତାଳଚେର ଓ ବୋୖଦ୍ଧରେ ଦିନ ତାପମାତ୍ରା ୪୩ ଡେଇଁଛି । କେନ୍ଦ୍ରାପଡା, କଟକ ଓ ବଲାଙ୍ଗୀରରେ ତାପମାତ୍ରା ୪୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।
ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୪୨ ଦଶମିକ ୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ରାଜ୍ୟରେ ଏପ୍ରିଲ ୨୮ ତାରିଖ ଯାଏଁ ପ୍ରଖର ଗ୍ରୀଷ୍ମ ପ୍ରବାହ ଜାରି ରହିବ ।
ଅନ୍ୟପଟେ ପାଣିପାଗ ବିଭାଗର ସୂଚନାନୁସାରେ, ଆଗାମୀ ୨ ଦିନ ମଧ୍ୟରେ ରାଜ୍ୟର କିଛିକିଛି ସ୍ଥାନରେ ଦିନ ତାପମାତ୍ରାରେ ଆହୁରି ୨ ରୁ ୩ ଡ଼ିଗ୍ରୀ ବୃଦ୍ଧି ହେବା ସହ ପରବର୍ତ୍ତୀ ସମୟରେ ଏଥିରେ ବିଶେଷ ପରିବର୍ତନର ସମ୍ଭାବନା ନାହିଁ । ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ଆଗାମୀ ୫ ଦିନ ଯାଏଁ ସ୍ୱାଭାବିକ ତୁଳନାରେ ୩ ରୁ ୬ ଡ଼ିଗ୍ରୀ ଯାଏଁ ଅଧିକ ରହିବା ସହ ଗ୍ରୀଷ୍ମ ପ୍ରବାହରୁ ଭୀଷଣ ଗ୍ରୀଷ୍ମ ପ୍ରବାହ ପରିସ୍ତିତି ଲାଗିରହିବାର ସମ୍ଭାବନା ରହିଛି ।

 

Leave A Reply

Your email address will not be published.