thelifelinemedia
Latest Odisha News, Breaking News Today

ସ୍ୱାମୀ ସ୍ତ୍ରୀଙ୍କୁ ଟିକେଟ, ସ୍ୱାମୀ ଲୋକସଭା ଏବଂ ସ୍ତ୍ରୀ ଲଢ଼ିବେ ବିଧାନସଭା

ଭୁବନେଶ୍ୱର: ନିର୍ବାଚନ ମଇଦାନରେ ସ୍ୱାମୀ ସ୍ତ୍ରୀ। ଜଣେ ଲୋକସଭା ଟିକେଟରେ ଲଢ଼ିବେ ଅନ୍ୟ ଜଣେ ବିଧାନସଭାରେ ଲଢ଼ିବେ। ରାଜନୀତିରେ ସବୁବେଳେ ରୋଚକ କଥା ଦେଖିବାକୁ ମିଳେ। ସ୍ୱାମୀ ସ୍ତ୍ରୀ ଏକା ସାଙ୍ଗରେ ନିର୍ବାଚନରେ ମଇଦାନକୁ ଓଲ୍ହାଇବା କିଛି ନୂଆ କଥା ନୁହେଁ। ମୟୁରଭଞ୍ଜ ସଂସଦୀୟ କ୍ଷେତ୍ରରେ ସ୍ୱାମୀଙ୍କୁ ଲୋକସଭା ଟିକେଟ ମିଳିବା ପରେ ସ୍ତ୍ରୀଙ୍କୁ ମିଳିଛି ବିଧାନସଭା ଟିକେଟ।
ବିଜେଡି ସୋମବାର ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ୪ ଜଣ ବିଧାୟକଙ୍କ ଟିକେଟ କଟିଥିବାବେଳେ ଦୁଇ ଜଣ ବିଧାୟକଙ୍କ ସ୍ତ୍ରୀଙ୍କୁ ଟିକେଟ ଦେଇଛି ଦଳ। ସବୁଠୁ ଏଥର ରୋଚକ ସ୍ଥିତି ମୟୁରଭଞ୍ଜରେ ଦେଖିବାକୁ ମଳିଛି। ଏଠାରେ ବିଜେଡି ଉଭୟ ସ୍ବାମୀ-ସ୍ତ୍ରୀଙ୍କୁ ଟିକେଟ୍‌ ଦେଇଛି। ମୟୁରଭଞ୍ଜ ଲୋକ ସଭା ଆସନରୁ ସୁଦାମ ମାର୍ଣ୍ଡିଙ୍କୁ ଟିକେଟ୍‌ ଦିଆଯାଇଥିବାବେଳେ ତାଙ୍କ ସ୍ତ୍ରୀ ରଞ୍ଜିତାଙ୍କୁ ବିଧାୟକ ପ୍ରାର୍ଥୀ କରାଯାଇଛି। ଯେହେତୁ ସୁଦାମ ମାରାଣ୍ଡି ଲୋକସଭା ଲଢୁଛନ୍ତି ତେଣୁ ବାଙ୍ଗିରିପୋଷିରେ ତାଙ୍କ ସ୍ତ୍ରୀଙ୍କୁ ସୁଯୋଗ ଦେଇଛି ବିଜେଡି।
ଏଥର ମୟୁରଭଞ୍ଜରେ କଡା ଲଢେଇ ହେବ। ଏହି ସଂସଦୀୟ କ୍ଷେତ୍ରରେ ବିଜେପିର ଦବଦବା ରହି ଆସିଛି। ଗତ ନିର୍ବାଚନରେ ବିଜେପି ଲୋକସଭା ଆସନ ହାତେଇବା ସହିତ ଏଠି ଅନ୍ତର୍ଗତ ୭ ଟି ବିଧାନସଭା ଆସନରୁ ବିଜେପି ୫ଟିରେ ବିଜୟ ହୋଇଥିଲା। ମାତ୍ର ୨ଟି ଆସନରେ ବିଜୟ ହୋଇଥିଲା ବିଜେଡି। ବାଙ୍ଗିରିପୋଷି ଏବଂ ମୋରଡ଼ାରେ ଦଳ ବିଜୟ ହୋଇଥିଲା। ତେଣୁ ଏଥର ରଣନୀତି ଦୃଷ୍ଟିରୁ ବିଜେଡି ସ୍ୱାମୀ ସ୍ତ୍ରୀ ଅର୍ଥାତ ସୁଦାମ ଓ ରଂଜିତାଙ୍କୁ ଟିକେଟ ଦେଇଥିବା କଥା କୁହାଯାଉଛି।

Leave A Reply

Your email address will not be published.