ପ୍ରବୋଧ ତୀର୍କୀଙ୍କ ଟିକେଟ କାଟିବା ପ୍ରସଙ୍ଗ, ମୁହଁ ଖୋଲିଲେ ପ୍ରଭାରୀ ଅଜୟ କୁମାର

ଭୁବନେଶ୍ୱର : ପ୍ରବୋଧ ତୀର୍କୀଙ୍କ ଟିକେଟ କାଟିବା ପ୍ରସଙ୍ଗରେ ପ୍ରଭାରୀ ଅଜୟ କୁମାର କହିଛନ୍ତି ପ୍ରବୋଧଙ୍କ ଟିକେଟ କରିବରେ ମଧ୍ୟ ମୁଁ ବହୁତ ଦୁଃଖିତ। ଆମେ ବି ଆମ ଛାତି ଉପରେ ପଥର ରଖି ଏଭଳି ନିଷ୍ପତି ନେଇଛୁ। କିନ୍ତୁ ନିଷ୍ପତି କେହି ଏକୁଟିଆ ନେଇ ନାହାନ୍ତି। ମୋ ଉପରେ ମଧ୍ୟ ବରିଷ୍ଠ ନେତା ଏବଂ ଟିମ ରହିଛି। ପ୍ରବୋଧଙ୍କୁ ବାରମ୍ବାର କହିବା ପରେ ମଧ୍ୟ ପ୍ରବୋଧଙ୍କ ତାଙ୍କ ନିର୍ବାଚନ ମଣ୍ଡଳୀରେ ମୁମମେଣ୍ଟ ଭଲ ନଥିଲା। ସେଥିପାଇଁ ବାଧ୍ୟ୍ୟ ହୋଇ ଏଭଳି ନିଷ୍ପତି ନିଆହେଲା ବୋଲି ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର କହିଛନ୍ତି। ସେହିପରି
କୃଷ୍ଣଚନ୍ଦ୍ର ସଗରିଆଙ୍କୁ ଜୟଦେବ ନିର୍ବାଚନ ମଣ୍ଡଳୀରେ ହୋଇନଥିବା ବେଳେ ତାଙ୍କୁ କେମିତି ଜୟଦେବ ଟିକେଟ ଦିଆଯାଇଛି ପ୍ରଶ୍ନରେ ପ୍ରଭାରୀ ଅଜୟ କୁମାର କହିଛନ୍ତି ଜୟଦେବ ନିର୍ବାଚନ ମଣ୍ଡଳୀରେ ଗତ ଦୁଇଟି ନିର୍ବାଚନରେ ସ୍ଥିତି କେମିତି ରହିଛି ସମସ୍ତେ ଜାଣିଛନ୍ତି। ତେଣୁ କୃଷ୍ଣଙ୍କୁ ଦଳ ସେଠାରୁ ଟିକେଟ ଦେଇ ଗୋଟେ ବଡ ଚାନ୍ସ ନେଇଛି। ଯଦି ଆପଣ ସିଏ ସେହି ନିର୍ବାଚନ ମଣ୍ଡଳୀର ନୁହେଁ ବୋଲି କହିବେ ତେବେ ଅଶ୍ୱନୀ ବୈଷ୍ଣବ ଏବଂ ପାଣ୍ଡିଆନ ବାହାରୁ ଆସି କେମିତି ନିର୍ବାଚନରେ ସାମିଲ ହେଉଛନ୍ତି ପ୍ରଶ୍ନ କରିଛନ୍ତି ପ୍ରଭାରୀ ଅଜୟ କୁମାର।
ଅନ୍ୟପଟେ ଟିକେଟକୁ ନେଇ କଂଗ୍ରେସରେ ବିଦ୍ରୋହ ପ୍ରସଙ୍ଗରେ ମତ ରଖିଛନ୍ତି ପ୍ରଭାରୀ ଅଜୟ କୁମାର। ସେ କହିଛନ୍ତି ବିଦ୍ରୋହ ସବୁ ଦଳରେ ରହିଛି। ବିଜେପି ଭଳି କଂଗ୍ରେସ ଭବନରେ ଭଙ୍ଗାରୁଜା ତ ହଉନାହିଁ। ବିଦ୍ରୋହ କର୍ମୀ ମଧ୍ୟ ଆମ ପରିବାରର ଲୋକ। ତାଙ୍କ ସହ ଆଲୋଚନା କରିବୁ ଏବଂ ଯଦି ସମସ୍ତଙ୍କୁ ଲାଗିବ କୌଣସି ନିର୍ବାଚନ ମଣ୍ଡଳୀରେ ପାର୍ଥି ପରିବର୍ତ୍ତନ ହେବା ଆବଶ୍ୟକ ଅଛି ତେବେ ତାହା ଉପରେ ମଧ୍ୟ ନିଷ୍ପତି ନିଆଯିବ