ଲାଇଭ ନ୍ୟୁଜରେ ବେହୋସ ହୋଇଗଲେ ଉପସ୍ଥାପିକା, ପଶ୍ଚିମବଙ୍ଗ ଦୂରଦର୍ଶନରେ ଘଟିଲା ଏମିତି ଘଟଣା

ପଶ୍ଚିମବଙ୍ଗ:ଖବର ପଡୁଥିଲେ ଉପସ୍ଥାପିକା। ସବୁ ଦିନ ପରି ଖବର ପରିବେଷଣ ହେଉଥିଲା। କିନ୍ତୁ ହଠାତ ଘଟିଗଲା ଅଘଟଣ। ବେହୋସ ହୋଇ ପଡିଲେ ଉପସ୍ଥାପିକା। ସ୍ତୁଡିଓରେ ଉପସ୍ଥିତି ଥିବା ସବୁ କର୍ମଚାରୀ ଭୟଭୀତ ହୋଇପଡିଲେ। ଦୌଡ଼ି ଆସିଲେ ଉପସ୍ଥାପିକାଙ୍କ ପାଖକୁ। ତାଙ୍କ ହୋସ ଆଣିବା ପାଇଁ ପ୍ରୟାସ କଲେ। ହାତ ନାଡୀ ଚିପିଲେ। ହାତ ଘଷା ଘଷି କଲେ। ଶେଷରେ ବହୁ ସମୟ ପରେ ହୋସ ଆସିଲା। ଏଭଳି ଘଟଣା ଘଟିଛି ପଶ୍ଚିମବଙ୍ଗ ଦୂରଦର୍ଶନରେ। ଦୂରଦର୍ଶନ କୋଲକାତାର ଆଙ୍କର ଲୋପାମୁଦ୍ରା ସିହ୍ନା ହିଟ ଓ୍ବେଭ ନ୍ୟୁଜ ପଢିବା ସମୟରେ ବ୍ଲାକ ଆଉଟ ହୋଇଯାଇଥିଲେ। ସେ ନିଜ ଫେସବୁକ ପେଜରେ ଶେୟାର କରିଥିବା ଏକ ଭିଡିଓରେ କହିଛନ୍ତି ଯେ ଟେଲିପ୍ରମ୍ପ୍ଟର୍ ଫେଡେଡ ହୋଇଗଲା ଏବଂ ମୁଁ ବ୍ଲାକଡ ଆଉଟ ହୋଇଗଲି … ମୁଁ ମୋ ଚେୟାରରେ ପଡ଼ିଗଲି, ଅର୍ଥାତ୍ ଅଚେତ ହୋଇଗଲି ବୋଲି ଲୋପାମୁଦ୍ରା କହିଛନ୍ତି।
ଷ୍ଟୁଡିଓରେ ଏସି ଚାଲୁ ନଥିଲା। ପ୍ରବଳ ଉତ୍ତାପ ଅନୁଭୁତ ହେଉଥିଲା ଫଳରେ ଲୋପାମୁଦ୍ରାଙ୍କ ବ୍ଲଡ ପ୍ରେସର ହଠାତ୍ କମି ଯାଇଥିଲା,ତେଣୁ ସେ ସିଧା ପ୍ରସାରଣ ସମୟରେ ହିଁ ବେହୋସ ହୋଇଯାଇଥିଲେ।୨୧ ବର୍ଷର କ୍ୟାରିୟର ଭିତରେ ଏହା ହେଉଛି ପ୍ରଥମ ଘଟଣା। ତେବେ ପ୍ରସାରଣ ସମୟରେ ମୁଁ ସବୁବେଳେ ପାଣି ବୋତଲ ସାଙ୍ଗରେ ଧରିଥିବା ବେଳେ ଏଥର କିନ୍ତୁ ସେ ପାଣି ବୋତଲ ପାଖରେ ରଖି ନ ଥିଲେ ବୋଲି ଲୋପାମୁଦ୍ରା କହିଛନ୍ତି।
ଭାରତର ଅନେକ ଜାଗାରେ ହିଟଓ୍ବେଭ ସ୍ଥିତି ଜାରି ରହିଛି । କେତେକ ରାଜ୍ୟରେ ବର୍ତ୍ତମାନ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସରୁ ୪୬ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ରହିଛି। ଏଭଳି ସ୍ଥିତିରେ ଅଂଶୁଘାତରେ ଅନେକ ଲୋକଙ୍କ ଜୀବନ ଯାଇଛି।