thelifelinemedia
Latest Odisha News, Breaking News Today

ସରପଞ୍ଚ ହେଲେ ବିଧାୟିକା ପ୍ରାର୍ଥୀ, ରେମୁଣା ପାଇଁ ବିଦ୍ୟାଶ୍ମିତାଙ୍କୁ ପ୍ରାର୍ଥୀ କଲା ବିଜେଡି

ଭୁବନେଶ୍ୱର : ପତ୍ରିପାଲ ସରପଞ୍ଚ ଏବେ ବିଜେଡିର ବିଧାୟକ ପ୍ରାର୍ଥୀ। ରେମୁଣା ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି। ଜଣେ ମହିଳା ସରପଞ୍ଚଙ୍କୁ ବିଧାନସଭାରେ ଲଢ଼ିବାକୁ ସୁଯୋଗ ଦେଇଛି ଦଳ। ପତ୍ରିପାଲ ସରପଞ୍ଚ ବିଦ୍ୟାଶ୍ମିତା ମହାଳିକଙ୍କୁ ଏଠାରେ ବିଜେଡି ପ୍ରାର୍ଥୀ କରିଛି। ତାଙ୍କ ନାଁ ରେମୁଣା ବିଧାନସଭା ପାଇଁ ଘୋଷଣା ହେବା ପରେ ଭାବବିହ୍ୱଳ ହୋଇପଡିଥିଲେ ବିଦ୍ୟାଶ୍ମିତା। ଖୁସିରେ ତାଙ୍କର ଆଖିରୁ ଲୁହ ଝରି ପଡିଥିଲା।
ସରପଞ୍ଚ ଭାବେ ଲୋକଙ୍କ ପାଖରେ ଆସ୍ଥା ଭାଜନ ହୋଇପାରିଛନ୍ତି ବିଦ୍ୟାଶ୍ମିତା। ଲୋକଙ୍କ ସହିତ ତାଙ୍କର ଭଲ ସମ୍ପର୍କ ରହି ଆସିଛି। ତେଣୁ ସେହି ମାପକାଠି ଆଧାରରେ ତାଙ୍କୁ ବିଧାନସଭା ପ୍ରାର୍ଥୀ କରିଛି ବିଜେଡି।
ଆଜି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ଜାରି କରି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ବିଜେଡି ଷଷ୍ଠ ପର୍ଯ୍ୟାୟରେ ୯ ଜଣ ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ବିଜେଡି ବର୍ତ୍ତମାନ ସୁଦ୍ଧା ସମସ୍ତ ୨୧ ଲୋକସଭା ଓ ୧୩୫ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି। ତେବେ ମୋଟ ୧୪୭ ବିଧାନସଭା ଆସନ ମଧ୍ୟରୁ ଆଉ ୧୨ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଘୋଷଣା କରିନାହିଁ।

Leave A Reply

Your email address will not be published.