thelifelinemedia
Latest Odisha News, Breaking News Today

ଗେରୁଆ ହେଲା ଡ଼ିଡ଼ି ଲୋଗୋ: ନାଲିରୁ ହେଲା ଗେରୁଆ ରଙ୍ଗ,ଆରମ୍ଭ ହେଲା ରାଜନୈତିକ ବୟାନବାଜି

ଭୁବନେଶ୍ୱର: ନାଲି ରଙ୍ଗରୁ ଗେରୁଆ ହେଲା ଜାତୀୟ ପ୍ରସାରଣ ସଂସ୍ଥା ଦୂରଦର୍ଶନ ଲୋଗୋ। ଦୀର୍ଘ ଦିନ ଧରି ରହି ଆସିଥିବା ନାଲି ରଙ୍ଗ ଲୋଗୋକୁ ପରିବର୍ତ୍ତନ କରାଯାଇଛି । ଡିଡି ନ୍ୟୁଜର ଅଫିସିଆଲ୍ ଏକ୍ସ ହ୍ୟାଣ୍ଡେଲ ମାଧ୍ୟମରେ ଏହି ଘୋଷଣାନାମା ସାମ୍ନାକୁ ଆସିଛି। ପୂର୍ବ ପରି ଆମର ମୂଲ୍ୟବୋଧ ସମାନ ରହିବ, କିନ୍ତୁ ଆମେ ଏକ ନୂଆ ଅବତାରରେ ଆସିଛୁ ବୋଲି ଡିଡି ନ୍ୟୁଜ୍ ପୋଷ୍ଟରେ କୁହାଯାଇଛି।

ତେବେ ଏହାକୁ ନେଇ ବିରୋଧ ଆରମ୍ଭ ହୋଇଗଲାଣି। ସମାଲୋଚନାର ଶିକାର ହୋଇଛି ଦୂରଦର୍ଶନ। ଯାହାକୁ ସହଜରେ ଗ୍ରହଣ କରୁନାହାନ୍ତି କିଛି ଲୋକ । ଏତେ ବର୍ଷ ପରେ କାହିଁକି ଡିଡି ନିଜ ଲୋଗୋ ରଙ୍ଗ ପତିବର୍ତ୍ତନ କଲା ତାକୁ ନେଇ ପ୍ରଶ୍ନ ଉଠିଛି। ଅନେକ ଏହାକୁ ରାଜନୀତି ଆଡକୁ ଟାଣିଛନ୍ତି। ନିର୍ବାଚନ ସମୟ ହେତୁ ଏହାକୁ ଗେରୁଆ ରଙ୍ଗକୁ ନେଇ ରାଜନୀତି ଆରମ୍ଭ ହୋଇଛି। ଏହି ପରିବର୍ତ୍ତନକୁ ନେଇ ରାଜନୈତିକ ମନ୍ତବ୍ୟ ଦେବା ଆରମ୍ଭ କଲେଣି ବିରୋଧୀ। ରାଜ୍ୟସଭା ସଦସ୍ୟ ତଥା ପ୍ରସାର ଭାରତୀ (DD, AIR)ର ପୂର୍ବତନ ସିଇଓ ଜବାହର ସିର୍କର କହିଛନ୍ତି, ଜାତୀୟ ପ୍ରସାରଣକାରୀ “ଗେରୁଆକରଣ” ଉପରେ ନଜର ରଖିଛନ୍ତି। ଏହା ପ୍ରସାର ଭାରତୀ ନୁହେଁ ପ୍ରଚାର ଭାରତୀ ବୋଲି ସେ କହିଛନ୍ତି।

ସେହିପରି ୨୦୧୨ ରୁ ୨୦୧୪ ପର୍ଯ୍ୟନ୍ତ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଥିବା କଂଗ୍ରେସର ମନୀଷ ତିୱାରୀ ମଧ୍ୟ ଏହି ପରିବର୍ତ୍ତନକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ବର୍ତ୍ତମାନର ସରକାର ସରକାରୀ ସଂସ୍ଥାକୁ ନିଜ ଅଧୀନକୁ ନେବାକୁ ଚେଷ୍ଟା କରୁଛନ୍ତି। ସରକାରୀ ସଂସ୍ଥା ଦ୍ୱାରା ନିଜ ପ୍ରଚାର କରିବାକୁ ଚେଷ୍ଟା କରୁଛି ବର୍ତ୍ତମାନର ସରକାର।

Leave A Reply

Your email address will not be published.