thelifelinemedia
Latest Odisha News, Breaking News Today

ବଡ଼ଚଣାରୁ ଲଢ଼ିବେ ବର୍ଷା, କାଟିଲା ଛଅ ଥରିଆ ବିଧାୟକ ଅମର ଶତପଥୀଙ୍କ ଟିକେଟ

ଭୁବନେଶ୍ୱର : ବଡ଼ଚଣାରେ ବଡ ସରପ୍ରାଇଜ। ଛଅ ଥରର ବିଧାୟକ ଅମର ଶତପଥୀଙ୍କ ଟିକେଟ କାଟି ସିନେ ଅଭିନେତ୍ରୀ ବର୍ଷାଙ୍କ ପ୍ରାର୍ଥୀତ୍ୱ ଉପରେ ମୋହର ମାରିଲେ ବିଜେଡି ସୁପ୍ରିମୋ। ନିକଟରେ ବର୍ଷା ବିଜେଡିରେ ସାମିଲ ହୋଇଥିଲେ। ଆଜି ଦଳ ତାଙ୍କୁ ବଡ଼ଚଣାରୁ ବିଧାୟିକା ପ୍ରାର୍ଥୀ କରିଛି। ବଡ଼ଚଣାରେ ଅମରଙ୍କ ସମେତ ଅନେକ ଆଶାୟୀ ଥିଲେ ଟିକେଟ ପାଇବା ପାଇଁ ହେଲେ ସବୁ ଚର୍ଚ୍ଚା ଆଲୋଚନାର. ପୂର୍ଣ୍ଣଛେଦ ଟାଣିଛନ୍ତି ନବୀନ। ସିନେ ଅଭିନେତ୍ରୀ ବର୍ଷାଙ୍କୁ ଦଳ ଟିକେଟ ଦେଇଛି। ପୂର୍ବରୁ ଏହି ଆସନରୁ ଦଳର ବରିଷ୍ଠ ନେତା ତଥା ସେଠାରେ ଲଗାତାର ଭାବେ ବିଜୟୀ ହୋଇଆସୁଥିବା ନେତା ଅମର ଶତପଥୀଙ୍କ ଉପରେ ଭରସା କରିନି ଦଳ । ଏହି ଆସସନରୁ ବର୍ଷାଙ୍କ ଉପରେ ଭରଷା କରିଛି ବିଜେଡି ।

ବର୍ଷା ପ୍ରିୟଦର୍ଶିନୀ ୨୦୧୯ରୁ ନିର୍ବାଚନ ଠାରୁ ବିଜେଡିରେ ସାମିଲ ହୋଇଥିଲେ । ସେ ସମୟରେ ଦଳ ପାଇଁ ବେଶ୍ ପ୍ରଚାର ମଧ୍ୟ କରିଥିଲେ । ପଂଚାୟତ ନିର୍ବାଚନ ହେଉ କି ପୌର ନିର୍ବାଚନ ସବୁଠି ବିଜେଡିର ଷ୍ଟାର ପ୍ରଚାରକ ଭାବେ ବର୍ଷା ନଜର ଆସୁଥିଲେ। ଏବେ ସେ ଦଳରେ ବିଦ୍ଧିବଦ୍ଧ ଭାବେ ଦଳରେ ମିଶିବା ପରେ ଦଳ ତାଙ୍କୁ ବଡଚଣାରୁ ପ୍ରାର୍ଥୀ କରିଛି । ତେବେ ଏହି ଆସନରୁ ବିଜେପି ଅମର ନାୟକଙ୍କୁ ପ୍ରାର୍ଥୀ କରିଥିବାବେଳେ ଏହି ଆସନରେ ଲଢେଇ ରୋଚକ ହେବ ବୋଲି କୁହାଯାଉଛି। କଂଗ୍ରେସ ଏ ଯାଏ ଏହି ଆସନରୁ ପ୍ରାର୍ଥୀ ଦେଇନି। ବର୍ଷା ଏବେ ବିଜେଡିରେ ଥିବା ବେଳେ ତାଙ୍କର ପୂର୍ବତନ ସ୍ୱାମୀ ଅନୁଭବ ମହାନ୍ତି ଏବେ ବିଜେପିରେ ଅଛନ୍ତି। ପୂର୍ବରୁ ଦୁଇ ଜଣ ପାରିବାରିକ ବିବାଦରେ ମୁହାଁମୁହିଁ ହୋଇଥିଲେ ଏବେ ରାଜନୈତିକ ମଇଦାନରେ ପୁଣି ଥରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଉଭୟ ଯାହା ରୋଚକ ସ୍ଥିତି ସୃଷ୍ଟି କରିବ ବୋଲି କୁହାଯାଉଛି।

Leave A Reply

Your email address will not be published.