ତାତିରୁ ମିଳିବ ବ୍ରେକ, ଆଗକୁ ଆସୁଛି କାଳବୈଶାଖୀ ବର୍ଷା

ଭୁବନେଶ୍ୱର : ତାତିର କହରରେ ଆଉଟପାଉଟ ହେଉଛନ୍ତି ରାଜ୍ୟବାସୀ। କିନ୍ତୁ ଆଗକୁ ତାତିରୁ ସାମୟିକ ଆଶ୍ବସ୍ତି ମିଳିବାକୁ ଯାଉଛି। କିଛି ଜାଗାରେ କାଳବୈଶାଖୀ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦିନ ତାପମାତ୍ରା ରେ ବିଶେଷ ପରିବର୍ତନର ସମ୍ଭାବନା ନଥିବା ବେଳେ ପରବର୍ତୀ ୩ ଦିନ ମଧ୍ୟରେ ପଶ୍ଚିମା-ଝଡ ଦ୍ୱାରା ପ୍ରଶମିତ କାଳବୈଶାଖୀ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ୨ ରୁ ୩ ଡ଼ିଗ୍ରୀ ଯାଏଁ ହ୍ରାସ ଘଟିବାରେ ସମ୍ଭାବନା ରହିଛି | ଯାହାର ପ୍ରଭାବରେ ୨୧ ରୁ ୨୪ ଅପ୍ରେଲ ମଧ୍ୟରେ ରାଜ୍ୟରେ ତାତିରୁ ସାମୟିକ ଆଶ୍ବସ୍ତି ମିଳିବାର ସମ୍ଭାବନା ରହିଛି।
ଆଜି ରାଜ୍ୟର ମୟୁରଭଞ୍ଜ, ବୌଦ୍ଧ, କଟକ, କେନ୍ଦୁଝର, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ନବରଙ୍ଗପୁର, ଗଞ୍ଜାମ, ଖୋର୍ଦ୍ଧା, ଦେବଗଡ, ଏବଂ ଢେଙ୍କାନାଳ ଜିଲ୍ଲାରେ ଗ୍ରୀଷ୍ମ ଲହରୀ ଅନୁଭୂତ ହୋଇଛି, ଏଥି ସହ ଚଳିତ ଅପ୍ରେଲରେ ୭ଦିନ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇସାରିଛି | ତେବେ ଆଗକୁ କାଳବୈଶାଖୀ ହେଲେ କିଛି ଜାଗାରେ ୨ରୁ ୩ ଡିଗ୍ରୀ ତାପମାତା କମିପାରେ ବୋଲି ପାଣିପାଗ ବିଭାଗ କହିଛି। ବର୍ଷା ଦ୍ୱାରା ଆଗାମୀ କିଛି ଦିନ ତାତିରୁ ସାମୟିକ ଆଶ୍ବସ୍ତି ମିଳିବ କିନ୍ତୁ ୨୫ ତାରିଖ ପରଠାରୁ ପୁଣି ଶୁଷ୍କ ବାୟୁର ପ୍ରଭାବ ବୃଦ୍ଧି ସହ ରାଜ୍ୟର ତାପମାତ୍ରା ବୃଦ୍ଧି ସହ ଅପ୍ରେଲ ଶେଷ ଆଡକୁ ଗ୍ରୀଷ୍ମ ଲହରୀ ସହ କିଛି ଅଞ୍ଚଳରେ ଉଷ୍ମ ଆଦ୍ର ପାଣିପାଗ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି |