thelifelinemedia
Latest Odisha News, Breaking News Today

ପଦ୍ମ ଧରିପାରନ୍ତି ସୌମ୍ୟ, ବିଜେପି ନେତାଙ୍କ ସହିତ ଚାଲିଛି ଯୋଗାଯୋଗ

ଭୁବନେଶ୍ୱର : ବିଜେପିରେ ସାମିଲ ହୋଇପାରନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ। ଖୁବ ଶୀଘ୍ର ପଦ୍ମ ପୋଖରୀରେ ସେ ବୁଡ଼ ପକାଇ ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ବିଜେଡିରୁ ବହିସ୍କୃତ ହୋଇଥିବା ଏଇ ନେତାଙ୍କ ରାଜନୈତିକ ଗତି କୁଆଡ଼େ? ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା କେଉଁ ଦଳରୁ ଏଥର ନିର୍ବାଚନ ଲଢ଼ିବେ ତାକୁ ନେଇ ସାମାଜିକ ଗଣ ମାଧ୍ୟମରେ ଚର୍ଚ୍ଚା ଜୋର୍ ଧରିଛି। ଏମିତି ବି ଚର୍ଚ୍ଚା ହେଉଛି ୨୦୨୪ରେ ସୋମ୍ୟ ନିର୍ବାଚନ ଲଢ଼ିବେ କି ନାହିଁ? ଯଦି ଲଢ଼ିବେ କେଉଁ ଦଳରୁ ଲଢ଼ିବେ? ଏନେଇ ସୋସିଆଲ ମିଡ଼ିଆ ରେ ଭିନ୍ନ ଭିନ୍ନ ଚର୍ଚ୍ଚା ଲାଗି ରହିଛି।

ବିଶ୍ୱସ୍ତ ସୂତ୍ରରୁ ଖବର ମିଳୁଛି ସୌମ୍ୟ ବିଜେପି ଦଳକୁ ଯାଇପାରନ୍ତି। ସୌମ୍ୟଙ୍କ ଗତିବିଧି ଉପରେ ନଜର କଲେ କିଛି ଏମିତି କଥା ସାମ୍ନାକୁ ଆସୁଛି। କିଛି ଦିନ ହେବ ସେ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଏ ନେଇ ସେ କିଛି ପ୍ରତିକ୍ରିୟା ରଖିନାହାନ୍ତି। କିଛି ଦିନ ତଳେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୌମ୍ୟ ରଞ୍ଜନଙ୍କୁ ଭେଟି ଥିବା ନେଇ ବିଶ୍ଵସ୍ତ ସୂତ୍ରରୁ ଜଣା ପଡ଼ିଛି। ଏହା ପରେ ସେ ବିଜେପିରେ ମିଶିବା ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି। ଗତକାଲି ବିଜୟ ପଲ୍ ସିଂହ କିଛି ବଡ଼ ନେତା ବିଜେପିରେ ଯୋଗ ଦେବା ନେଇ ସୂଚନା ଦେଇଥିଲେ। ଯଦି ସୌମ୍ୟ ବିଜେପିରେ ମିଶନ୍ତି ତା ହେଲେ ସେ
ଘଷିପୁରାରୁ ଲଢ଼ିପାରନ୍ତି । ସୌମ୍ୟ ରଂଜନ ବିଜେଡିରୁ ଦଳ ବିରୋଧୀ କାମ ପାଇଁ ବହିଷ୍କୃତ ହୋଇଥିଲେ। ଏମିତି ବି ଚର୍ଚ୍ଚା ହେଉଛି ସୌମ୍ୟ ବିଜେଡିକୁ ଫେରି ପାରନ୍ତି। ସୌମ୍ୟଙ୍କୁ ବିଜେଡି କୁ ପୁଣି ଫେରାଇବା ପାଇଁ କିଛି ବରିଷ୍ଠ ନେତା ତାଙ୍କ ସହ ଯୋଗା ଯୋଗ କରିଥିବା ଜଣା ପଡ଼ିଛି।
ତେବେ ସବୁଠୁ ବଡ଼ କଥା ହେଉଛି ସୌମ୍ୟ ବିଜେପି ରେ ରହିବେ ନା ବିଜେଡିକୁ ଫେରିବେ? ଦିନେ ଦୁଇ ଦିନ ଭିତରେ ଚିତ୍ର ସ୍ପଷ୍ଟ ହୋଇଯିବ।

Leave A Reply

Your email address will not be published.