thelifelinemedia
Latest Odisha News, Breaking News Today

ଜଳୁଛି ଓଡିଶା, ଆହୁରି ଜାଳିବ ମୁଣ୍ଡ ଫଟା ଖରା

ଭୁବନେଶ୍ୱର :ସକାଳୁ ମୁଣ୍ଡ ଫଟା ଖରା। ଅସହ୍ୟ ତାତିରେ ଜନଜୀବନ ଅସ୍ତ ବ୍ୟସ୍ତ। ଉପକୂଳରୁ ଉପାନ୍ତ ସବୁଠି ତାତିର ତାଉ କଲବଲ ହେଉଛି ମଣିଷ। ପ୍ରବଳ ଗୁଳୁଗୁଳି ସାଙ୍ଗକୁ ମୁଣ୍ଡ ଫଟା ଖରାରେ ପ୍ରଭାବିତ ସାରା ରାଜ୍ୟ। ରାସ୍ତା ଘାଟ ଶୂନଶାନ। ଲୋକେ ଡରରେ ଘରୁ ବାହାରକୁ ଆସୁ ନାହାନ୍ତି। ଆଜି ସକାଳ ୮ ଟା ୩୦ ସୁଦ୍ଧା ତାଳଚେରରେ ୩୫ ଡ଼ିଗ୍ରୀ ତାପମାତ୍ରା ସହ ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ସେହିପରି ଭବାନୀପାଟଣାରେ ୩୪.୫ ଡିଗ୍ରୀ ରେକର୍ଡ ଥିବା ବେଳେ ଟିଟିଲାଗଡ଼ରେ ୩୩ .୩ ଡିଗ୍ରୀ ରେକର୍ଡ କରାଯାଇଛି। ଗତକାଲି ତାପମାତ୍ରା ଅଧିକ ଥିଲେ ବି ଆଜି ଆଦ୍ରତାର ମାତ୍ରା ଅଧିକ ହେତୁ ଅନୁଭୂତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହୋଇନାହିଁ ବୋଲି ପାଣିପାଗ ବିଭାଗ କହିଛି। ସେହିପରି ଝାରସୁଗୁଡ ରେ 33°ଛି, ବାରିପଦାରେ 33°ଛି, ବାଲେଶ୍ୱରରେ 32.2°ଛି, ଭୁବନେଶ୍ୱରରେ 31.8°,ଚାନ୍ଦବାଲିରେ 31.6°ଛି, କେନ୍ଦୁଝରରେ 31.6°ଛି, ସମ୍ବଲପୁରରେ 31.6°, ପୁରୀରେ 31°ଛି, ବୌଦ୍ଧ: 31°C
ରାଉରକେଲାରେ 30.8°, ପାରାଦ୍ୱୀପରେ 30.6° ତାପମାତ୍ରା ରେକର୍ଡ କରାଯାଇଛି।

Leave A Reply

Your email address will not be published.