thelifelinemedia
Latest Odisha News, Breaking News Today

ଶଙ୍ଖ ଛାଡ଼ିବେ କି ସମୀର, ଟିକେଟ କଟିଲା ପରେ ବିଜେଡିକୁ ବାଏ ବାଏ କରି ପାରନ୍ତି ସମୀର ଦାସ

ନିମାପଡା: ୧୫ ବର୍ଷର ନେତାଙ୍କ ଉପରେ ଦଳ ଭରଷା କଲାନି କିନ୍ତୁ ୧୪ଦିନର ନେତା ଉପରେ ଦଳ ଭରଷା କଲା। ନିମାପଡା ରାଜନୀତି ସମୀକରଣ ଏବେ ରାଜ୍ୟ ରାଜନୀତିର ଚର୍ଚ୍ଚାର ଶିରୋନାମା ପାଲଟିଛି। ବିଜେଡି ସିଟିଙ୍ଗ ବିଧାୟକ ସମୀର ଦାସଙ୍କ ଟିକେଟ କଟିବା ଆଉ ଦିଲ୍ଲୀପ ନାୟକଙ୍କୁ ଟିକେଟ ଦେବା ନିମାପଡା ରାଜନୀତିରେ ନୂଆ ସମୀକରଣ ସୃଷ୍ଟି ହୋଇଛି।

ନିମାପଡ଼ାରୁ ବିଜେଡି ଟିକେଟ ଘୋଷଣା ପରେ ସିଟିଂ ବିଧାୟକ ସମୀର ରଞ୍ଜନ ଦାଶଙ୍କ ସମର୍ଥକ ହତୋତ୍ସାହିତ ହୋଇପଡ଼ିଛନ୍ତି। ଏଥର ନିମାପଡାରୁ ଲଢ଼ି ଚତୁର୍ଥ ଥର ବିଧାୟକ ହେବା ନେଇ ଲକ୍ଷ୍ୟ ରଖିଥିବା ସମୀରଙ୍କ ସମର୍ଥକ ନିରାଶା ଭିତରେ ଅଛନ୍ତି। ଦଳ ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ ଘୋଷଣା କରିଥିବାରୁ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି
ସମୀରଙ୍କ ଅନୁଗତ । ଏବେ ଚର୍ଚ୍ଚା ହେଉଛି ବିଜେଡି ବିଧାୟକ ସମୀର ରଞ୍ଜନ ଦାଶ ବିଜେଡ଼ି ଛାଡି କଂଗ୍ରେସ ଶିବିରରେ ଯୋଗଦେଇ ପାରନ୍ତି।
ଭାଜପା, ବିଜେଡି ନିମାପଡ଼ା ବିଧାନସଭା ଆସନରୁ ପ୍ରାର୍ଥୀ ଘୋଷଣା କରିସାରି ଥିବାବେଳେ କଂଗ୍ରେସ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ।
କଂଗ୍ରେସର ପ୍ରାର୍ଥୀ ଘୋଷଣାରେ ବିଳମ୍ବ ହେଉଥିବାରୁ ରାଜନୈତିକ ମହଲରେ ନାନା କଳ୍ପାନଜଳ୍ପନା ପ୍ରକାଶ ପାଇଛି। ନିମାପଡା ରାଜନୀତି ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ଦିନେ ଦୁଇ ଦିନ ଭିତରେ କିଛି ଗୋଟେ ହଲଚଲ ହେଲା ଭଳି ଖବର ନିମାପଡାରୁ ଆସିପାରେ ବୋଲି ଚର୍ଚ୍ଚା ହେଉଛି।

Leave A Reply

Your email address will not be published.