ଜାମିନ ପାଇଁ ମିଠା ଖାଉଛନ୍ତି କେଜ୍ରିୱାଲ, ଇଡି ଆଣିଲା ଏଭଳି ସାଙ୍ଘାତିକ ଅଭିଯୋଗ

ନୂଆଦିଲ୍ଲୀ :ଜାମିନ ପାଇଁ କାଜ୍ରିୱାଲଙ୍କ ନୂଆ ତରିକା। ଆଇନ ଗତ ଲଢେଇରେ ଜାମିନ ନ ମିଳିବାରୁ ଏବେ କେଜ୍ରିୱାଲ ଆପଣାଇଛନ୍ତି ନୂଆ ତରିକା। ଜାମିନ ପାଇଁ ମିଠା ଖାଉଛନ୍ତି ସେ। ଅରବିନ୍ଦ କେଜ୍ରିୱାଲ ମଧୁମେହ ରୋଗୀ ଅଟନ୍ତି । ସେ ଘରେ ତିଆରି ଖାଦ୍ୟ ଏବଂ ମିଠା ଖାଉଛନ୍ତି, ତେଣୁ ତାଙ୍କର ସୁଗାର ସ୍ତର ବୃଦ୍ଧି ପାଇଛି । କେଜ୍ରିୱାଲ ଏହା ଜାଣିଜାଣି କରୁଛନ୍ତି ଯାହା ଦ୍ବାରା ତାଙ୍କୁ ମେଡିକାଲ ଆଧାରରେ ଜାମିନ ମିଳିପାରିବ ।ଏଭଳି ଅଭିଯୋଗ ଇଡି କରିଛି। ଜାମିନ ପାଇଁ ଜାଣିଶୁଣି ଜେଲରେ ମିଠା ଖାଉଛନ୍ତି କେଜ୍ରିୱାଲ। କେଜ୍ରିୱାଲ ପୂର୍ବରୁ ମଧୁମେହ ରୋଗରେ ପୀଡ଼ିତ। ତଥାପି ସେ ଜେଲରେ ପ୍ରଚୁର ଆମ୍ବ, ଆଳୁ ପୁରୀ ଓ ମିଠା ଖାଉଛନ୍ତି। ପ୍ରତିଦିନ ସେ ମିଠା ଓ ଆମ୍ବ ଖାଇ ନିଜର ରକ୍ତ ସର୍କରାକୁ ବୃଦ୍ଧି କରିବାରେ ଲାଗିଛନ୍ତି। ରକ୍ତ ସର୍କରା ବା ବ୍ଲଡ ସୁଗାର ବଢ଼ିବା ପରେ ସେ ମେଡିକାଲ ଗ୍ରାଉଣ୍ଡରେ ଜାମିନ ପାଇଯିବେ ବୋଲି ଲକ୍ଷ୍ୟ ରଖିଛନ୍ତି ବୋଲି ଇଡି କୋର୍ଟକୁ ଜଣାଇଛି। ଯାହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି।
କେଜ୍ରିୱାଲ ଟାଇପ ୨ ମଧୁମେହ ରୋଗରେ ପୀଡ଼ିତ। ଏଣୁ ସେ କଦଳୀ, ମିଠା, ପୁରୀ, ଆଳୁ ତରକାରୀ ଇତ୍ୟାଦି ଖାଇବା ଅନୁଚିତ। କାରଣ ଏହା ଖାଇଲେ ରକ୍ତ ସର୍କରା ବୃଦ୍ଧି ପାଇବ। ତଥାପି ସେ ଜାଣିଶୁଣି ମିଠା ଜାତୀୟ ଖାଦ୍ୟ ଖାଉଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶରୀରର ସୁଗାର ମାତ୍ରାର ନିୟମିତ ଯାଞ୍ଚ କରିବା ପାଇଁ କୋର୍ଟଙ୍କ ଅନୁମତି ଲାଗି ଆବେଦନ କରିଥିଲେ । ଏହା ଉପରେ ଆଜି ଶୁଣାଣି ହୋଇଥିଲା । ଶୁଣାଣି ସମୟରେ ଇଡି ପକ୍ଷରୁ ଆଇନଜୀବୀ ଜୋହେବ ହୁସୈନ କହିଥିଲେ, “ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଶରୀରର ସୁଗାର ମାତ୍ରା ବଢାଇବା ଲାଗି ଘର ଆସୁଥିବା ଖାଦ୍ୟ ଖାଉଛନ୍ତି । ତାଙ୍କୁ ଘରରୁ ଆଳୁ ପୁରୀ, ଆମ୍ବ, ମିଠା ଓ ମିଠା ଜାତୀୟ ଖାଦ୍ୟ ଦିଆଯାଉଛି । ମେଡିକାଲ ଯାଞ୍ଚ ଲାଗି ଜାମିନ ଆବେଦନ ପାଇଁ ଏପରି ଜାଣିଶୁଣି କରୁଛନ୍ତି କେଜ୍ରିୱାଲ ।” କେଜ୍ରିୱାଲଙ୍କ ମେଡିକାଲ ରିପୋର୍ଟକୁ ଦେଖାଇ ଇଡି କହିଛି ଯେ ଏପ୍ରିଲ ୧ରେ କେଜ୍ରିୱାଲ ତିହାର ଜେଲକୁ ଆସିଥିଲେ। ସେହି ସମୟରେ ତାଙ୍କ ସୁଗାର ୧୩୯ ଏମଜି/ଡିଏଲ ଥିଲା। କିନ୍ତୁ ଏପ୍ରିଲ ୧୪ ତାରିଖ ସକାଳ ସୁଦ୍ଧା ଏହା ୨୭୬ ଏମଜି/ଡିଏଲରେ ପହଞ୍ଚି ଯାଇଛି।
ସୂଚନା ଥାଉ କି ମାର୍ଚ୍ଚ 15 ରେ କୋର୍ଟ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତକୁ ଏପ୍ରିଲ 23 ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ମାର୍ଚ୍ଚ 21ରେ କେଜ୍ରିୱାଲଙ୍କୁ ଗିରଫରୁ ସୁରକ୍ଷା ପ୍ରଦାନ ନକରିବା ଲାଗି ଦିଲ୍ଲୀ ହାଇକୋର୍ଟ ମନା କରିବା ପରେ ସେହି ଦିନ ବିଳମ୍ବିତ ରାତିରେ ପଚରାଉଚରା ପରେ ଇଡି ତାଙ୍କୁ ଗିରଫ କରିଥିଲା । କେଜ୍ରିୱାଲ ବର୍ତ୍ତମାନ ଏହି ମାମଲାରେ ତିହାର ଜେଲରେ ବନ୍ଦୀ ଅଛନ୍ତି