ବିଜେଡିରେ ବର୍ଷା ବିଜେପିରେ ଅନୁଭବ, ମଇଦାନରେ ମୁହାଁମୁହିଁ ହେବେ ବର୍ଷା ଅନୁଭବ

ଭୁବନେଶ୍ୱର : ବିଜେଡିରେ ସାମିଲ ହୋଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ପୂର୍ବରୁ ଯଦିଓ ପଂଚାୟତ ନିର୍ବାଚନ, ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରୁଥିଲେ । ଏବେ କିନ୍ତୁ ବର୍ଷା ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ବର୍ଷା ବିଜେଡିରେ ସାମିଲ ହେବା ପରେ ଏବେ ରାଜନୀତି ମଇଦାନ ସରଗରମ ହେବାରେ ଲାଗିଛି। କୁହାଯାଉଛି ବର୍ଷା ଓ ଅନୁଭବ ରାଜନୀତି ମଇଦାନରେ ମୁହାଁ ମୁହିଁ ହୋଇପାରନ୍ତି। ବର୍ଷାଙ୍କ ପୂର୍ବତନ ସ୍ୱାମୀ ଅନୁଭବ କିଛି ଦିନ ପୂର୍ବରୁ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି।ତେଣୁ ପ୍ରଚାର ବେଳେ ମୈଦାନରେ ବର୍ଷା ଓ ଅନୁଭବ ମୁହାଁମୁହିଁ ହୋଇପାରନ୍ତି ।
ପୂର୍ବରୁ ଦୁହେଁ ବିଜେଡି ସହିତ ଜଡିତ ଥିଲେ, ଅନୁଭବ ବିଜେଡିରେ ସକ୍ରିୟ ରାଜନୀତି କରଥିବା ବେଳେ ବର୍ଷା ବିଜେଡି ପାଇଁ ଅନେକ ନିର୍ବଚନରେ ଦଳ ପାଇଁ ଷ୍ଟାର କ୍ୟାମ୍ପେନର ଭାବେ ପ୍ରଚାର କରିଛନ୍ତି।ପାରିବାରିକ କାରଣରୁ ବିବାଦରେ ଆସିବା ପରେ ଅନୁଭବଙ୍କ ଠାରୁ ବିଜେଡି ଦୂରତା ବଜାୟ ରଖିଥିଲା, କିନ୍ତୁ ସମାନ ସମୟରେ ବର୍ଷା ଅନେକ ଉପନିର୍ବାଚନ ଏବଂ ପଂଚାୟତ ନିର୍ବାଚନରେ ବିଜେଡିର ଷ୍ଟାର କ୍ୟାମ୍ପେନର ସାଜି ପ୍ରଚାର ସମ୍ଭାଳିଥିଲେ।
ଆଜି ଶଙ୍ଖ ଭବନରେ ସାଂସଦ ସସ୍ମିତ ପାତ୍ରଙ୍କ ଉପ୍ଥିତିରେ ବର୍ଷା ବିଜେଡ଼ିରେ ସାମିଲ ହୋଇଛନ୍ତି। ଦଳରେ ସାମିଲ ପରେ ସାଂସଦ କହିଛନ୍ତି ଆଜି ଏକ ଖୁସିର ଦିନ। ବର୍ଷା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ତାରକା, ଲେଖିକା, ସମାଜ ସେବି, ନାରୀ ସଶକ୍ତିକରଣ କ୍ଷେତ୍ରରେ ଵି ତାଙ୍କ ଯୋଗଦାନ ଉଲ୍ଲେଖନୀୟ. ନିମକି ଫିଲ୍ମରେ ବର୍ଷା ଯେପରି ନବୀନ ବାବୁ ଓ ବିଜୁ ବାବୁଙ୍କ ନେତୃତ୍ୱ ପାଇଁ ଏକ ପ୍ରେରଣା। ଋତୁଶ୍ରାବ ନେଇ ଝିଅ ମାନଙ୍କ ଜୀବନ ସୁଧାରିବା, ଭିନ୍ନକ୍ଷମଙ୍କ ସେବା, ମହାମାରୀ ସମୟରେ ମହିଳା ମାନଙ୍କ ଜୀବନ ଜୀବିକା ସୁଦୃଢ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ମହିଳା ସଶକ୍ତିକରଣ, ବିକଶିତ ଓଡିଶାର ଯାତ୍ରା ବର୍ଷାଙ୍କ ଯୋଗଦାନ ଦ୍ୱାରା ସଫଳ ହେବ। ଦଳରେ ସାମିଲ ହେବା ପରେ ବର୍ଷା କହିଛନ୍ତି, ମୁଁ ନବୀନ ପଟ୍ଟନାୟକଙ୍କ ଫ୍ୟାନ । ତାଙ୍କ ବ୍ୟକ୍ତିତ୍ୱ ମତେ ଅନୁପ୍ରାଣିତ କରିଛି. ସେ ବହୁତ ସରଳ। କମ କଥା ଅଧିକ କାମ କରନ୍ତି, ତାଙ୍କ କାର୍ଯ୍ୟ କଥା କୁହେ।