thelifelinemedia
Latest Odisha News, Breaking News Today

ବିଜେଡିର ପଶ୍ଚିମ ଓଡ଼ିଶା ମିଶନ, କଣ୍ଟାବାଞ୍ଜିରୁ କାହିଁକି ଲଢ଼ିବେ ନବୀନ, ଜାଣନ୍ତୁ

ଭୁବନେଶ୍ୱର : କଣ୍ଟାବାଞ୍ଜିରୁ ନବୀନ ଲଢ଼ିବେ। ଚର୍ଚ୍ଚାର ଶିରୋନାମା ପାଲଟିଯାଇଛି ଏ ଖବର। ଏଥର ହିଞ୍ଜିଳି ସହିତ କଣ୍ଟାବାଞ୍ଜିରେ ଭାଗ୍ୟ ପରୀକ୍ଷା କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। କେବଳ ବଲାଙ୍ଗୀର ଜିଲ୍ଲା ପାଇଁ ନୁହେଁ ଏହା ନବୀନଙ୍କ ପୁରା ପଶ୍ଚିମ ଓଡିଶା ପାଇଁ ମାଷ୍ଟର ଷ୍ଟ୍ରୋକ ବୋଲି କୁହାଯାଉଛି।
୨୦୧୯ରେ ନବୀନ ହିଞ୍ଜିଳି ସହିତ ବିଜେପୁରରୁ ଲଢ଼ିଥିଲେ। ଯାହାର ପ୍ରଭାବ ସ୍ୱରୂପ ବରଗଡ଼ ସଂସଦୀୟ କ୍ଷେତ୍ରର ସମସ୍ତ ବିଧାନସଭା ଆସନରେ ବିଜେଡି ବାଜିମାତ କରିଥିଲା। ଏଥର କଣ୍ଟାବଞ୍ଜିରୁ ଲଢ଼ି ବଲାଙ୍ଗୀରି ସମେତ ବରଗଡ଼, ସମ୍ବଲପୁର, କଳାହାଣ୍ଡି ଓ ନୂଆପଡା ସଂସଦୀୟ କ୍ଷେତ୍ରର ସମସ୍ତ ବିଧାନସଭା ଆସନ ବାଜି ମାରିବାକୁ ନବୀନ ଲକ୍ଷ୍ୟ ରଖିଛନ୍ତି। ନବୀନଙ୍କ ନିଷ୍ପତ୍ତିର ପ୍ରମୁଖ ଉଦ୍ଦେଶ୍ୟ ହେଲା ପଶ୍ଚିମ ଓଡିଶାରେ ବିରୋଧୀଙ୍କ ଗଡ଼ ଭାଙ୍ଗିବା। ପଶ୍ଚିମ ଓଡିଶାରେ ନବୀନଙ୍କ ଉପସ୍ଥିତି ସମ୍ବଲପୁରରେ ବିଜେଡିକୁ ଅଧିକ ବଳ ଦେବା ସହିତ ଦଳୀୟ ନେତା ଓ କର୍ମୀଙ୍କ ଭିତରେ ଅମାପ ଉତ୍କଣ୍ଠା ଭରିବ।
ଅନ୍ୟପଟେ କୁହାଯାଉଛି କଣ୍ଟାବାଞ୍ଜି ପାଇଁ ଅନେକ ଟିକେଟ ଆଶାୟୀ ଥିଲେ। ବିଦ୍ରୋହୀ ପ୍ର୍ରସ୍ତୁତ ହେଉଥିଲେ ବିଦ୍ରୋହ କରିବା ପାଇଁ କିନ୍ତୁ ଏବେ ନବୀନଙ୍କ ନିଷ୍ପତ୍ତି ପରେ ଏକା ଥରେ ସବୁ ବିଦ୍ରୋହୀ ପ୍ରଶମିତ ହୋଇ ଯାଇଛନ୍ତି।

Leave A Reply

Your email address will not be published.