thelifelinemedia
Latest Odisha News, Breaking News Today

ବିଜେଡିର ୫ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, କଟିଲା ୪ବିଧାୟକଙ୍କ ଟିକେଟ

ଭୁବନେଶ୍ୱର : ବିଜେଡିର ପଞ୍ଚମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ସାମ୍ନାକୁ ଆସିଛି। କଣ୍ଟାବାଞ୍ଜିରୁ ନବୀନ ପଟ୍ଟନାୟକ ଲଢ଼ିବାକୁ ଯାଉଛନ୍ତି। ହିଞ୍ଜିଳି ସହିତ ଏଥର କଣ୍ଟାବାଞ୍ଜିରୁ ଭାଗ୍ୟ ପରୀକ୍ଷା କରିବେ ନବୀନ। ୨୦୧୯ଭଳି ଏଥର ମଧ୍ୟ ଦୁଇଟି ଆସନରୁ ଲଢ଼ିବେ ନବୀନ। ଆଜି ଘୋଷଣା ହୋଇଥିବା ୯ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୬ ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ମହିଳା ପ୍ରାର୍ଥୀ ତାଲିକାରେ ପଦ୍ମପୁରରୁ ବର୍ଷା ସିଂ ବରିହା, ଚିତ୍ରକୁଣ୍ଡାରୁ ଲକ୍ଷ୍ମୀପ୍ରିୟା ନାୟକ, ଦେଓଗଡରୁ ଅରୁନ୍ଧତୀ ଦେବୀ, ଅନୁଗୁଳରୁ ସଂଯୁକ୍ତା ସିଂ, ସାନଖେମୁଣ୍ଡି- ସୁଲଗ୍ନା ଗୀତାଞ୍ଜଳୀ ଦେବୀ ଏବଂ ଜୟପୁରରୁ ଇନ୍ଦିରା ନନ୍ଦ ଲଢ଼ିବାକୁ ଯାଉଛନ୍ତି।

ସେହିପରି ଏହି ତାଲିକାରେ ନବୀନ ଚାରି ଜଣ ବିଧାୟକଙ୍କ ଟିକେଟ କାଟିଛନ୍ତି। ନିମାପଡାରୁ ସମୀର ଦାସଙ୍କ ଟିକେଟ କଟିଛି। ଅନେକ ସମୟରେ ବିବାଦ ଘେରରେ ଥିଲେ ସମୀର। ତେଣୁ ତାଙ୍କ ଜାଗାରେ ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରିଛି ଦଳ। ସେହିପରି କୁଚିଣ୍ଡାରୁ କିଶୋର ଚନ୍ଦ୍ର ନାୟକ, ଚିତ୍ରକୋଣ୍ଡାରୁ ପୂର୍ଣ୍ଣଚନ୍ଦ୍ର ବାକା ଏବଂ ଅନୁଗୁଳରୁ ରଜନୀକାନ୍ତ ସିଂଙ୍କ ଟିକେଟ କଟିଛି।
ଏଥର ନବୀନ ନୂଆ ପ୍ରାର୍ଥୀଙ୍କୁ ମଧ୍ୟ ଗୁରୁତ୍ବ ଦେଇଛନ୍ତି। ଆଜିର ତାଲିକାରେ ମୋଟ ୯ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୭ ଜଣ ନୂଆ ପ୍ରାର୍ଥୀ ହୋଇଛନ୍ତି । କେବଳ ପଦ୍ମପୁରରୁ ବର୍ଷା ସିଂ ବରିହା ଏବଂ କଣ୍ଟାବାଞ୍ଜିରୁ ନବୀନ ପଟ୍ଟନାୟକଙ୍କୁ ଛାଡିଦେଲେ ଅନ୍ୟ ସମସ୍ତେ ବିଜେଡିର ନୂଆ ପ୍ରାର୍ଥୀ।

Leave A Reply

Your email address will not be published.