thelifelinemedia
Latest Odisha News, Breaking News Today

କମାଲ କଲେ ଓଡ଼ିଆ ପୁଅ, ୟୁପିଏସି ଦ୍ୱିତୀୟ ସ୍ଥାନରେ ଅନିମେଶ

ନୂଆଦିଲ୍ଲୀ : ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷାରେ ବାଜି ପାରିଲେ ଓଡ଼ିଆ ପୁଅ ଅନିମେଶ। ତାଳଚେରର ଅନିମେଶ ଦ୍ୱତୀୟ ସ୍ଥାନରେ ରହି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷାରେ ଓଡିଶାରୁ ୨୦ରୁ ଅଧିକ ପରୀକ୍ଷାର୍ଥୀ କୃତ କାର୍ଯ୍ୟ ହୋଇଛନ୍ତି। ଓଡିଶାରୁ ଐଶ୍ଵର୍ଜ୍ୟମ ପ୍ରଜାପତି ୧୦ମ ସ୍ଥାନରେ, ପ୍ରଜ୍ଞାନନ୍ଦ ଗିରି ୨୪ତମ ସ୍ଥାନରେ, ଆୟୁଷି ପ୍ରଧାନ୩୬ତମ ସ୍ଥାନରେ, ଜୟଶ୍ରୀ ପ୍ରଧାନ ୫୨ତମ ସ୍ଥାନରେ, ଅଭିମନ୍ୟୁ ମଲ୍ଲିକ ୬୦ତମ ସ୍ଥାନରେ ରହି ସଫଳତା ହାସଲ କରିଛନ୍ତି।

ଆଦିତ୍ୟ ଶ୍ରୀବାସ୍ତବ ଏହି ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଓଡ଼ିଶାର ଅନିମେଶ ପ୍ରଧାନ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ତେବେ ଡୋନୁରୁ ଅନନ୍ୟା ରେଡ୍ଡୀ ତୃତୀୟ ଏବଂ ପିକେ ସିଦ୍ଧାର୍ଥ ରାମକୁମାର ୪ର୍ଥ ଏବଂ ରୁହାନୀ ପଞ୍ଚମ ସ୍ଥାନ ହାସଲ କରିଛନ୍ତି । ଏଥର ୫ ଜଣ ଝିଅ ଶ୍ରେଷ୍ଠ ୧୦ ରେ ସ୍ଥାନ ପାଇଛନ୍ତି । ୟୁପିଏସସି ପରୀକ୍ଷାରେ ଓଡ଼ିଶାର ଅନେକ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ମୋଟ ୧୦୧୬ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅନୁଗୋଳ ଜିଲ୍ଲା ତାଳଚେରର ଭାଲୁଗାଡିଆ ଗ୍ରାମର ପୁଅ ଅନିମେଷ ପ୍ରଧାନ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି ।ରେଜଲ୍ଟ ବାହାରିବା ପରେ ୧୦୧୬ରୁ ଅଧିକ ପ୍ରାର୍ଥୀଙ୍କ ନା ଭାରତୀୟ ପ୍ରଶାସନିକ ସେବା, ଭାରତୀୟ ବୈଦେଶିକ ସେବା, ଭାରତୀୟ ପୋଲିସ ସେବା ଏବଂ କେନ୍ଦ୍ରୀୟ ସେବା ପଦବୀରେ ନିଯୁକ୍ତି ପାଇଁ ସୁପାରିଶ କରାଯାଇଛି।ଟପ୍ ୨୦ ମେରିଟ୍ ତାଲିକାରେ ଆଦିତ୍ୟ ଶ୍ରୀବାସ୍ତବଙ୍କ ନାଁ ପ୍ରଥମେ ରହିଥିବା ବେଳେ, ଅନିମେଶ ପ୍ରଧାନ, ଡୋନୁରୁ ଅନନ୍ୟା ରେଡ୍ଡୀ, ପି.କେ ସିଦ୍ଧାର୍ଥ ରାମକୁମାର, ରୁହାନୀ, ସୃଷ୍ଟି ଦାବସ, ଅନମୋଲ ରାଠୋର, ଆଶିଷ କୁମାର, ନୌସିନ୍, ଐଶ୍ୱର୍ୟ୍ୟାମ ପ୍ରଜାପତି, କୁସ୍ ମତୱାନି, ଅନିକେତ୍ ସାଣ୍ଡିଲ୍ୟ, ମେଧା ଆନନ୍ଦ, ଶୌର୍ୟ୍ୟ ଅରୋରା, କୁନାଲ ରସ୍ତୋଗି, ଅୟାନ ଜୈନ, ସ୍ୱାତୀ ଶର୍ମା, ୱାର୍ଦା ଖାନ୍, ଶିବମ କୁମାର, ଆକାଶ ବର୍ମାଙ୍କ ନାଁ ରହିଛି।

ଅନିମେଶ ପ୍ରଧାନ NIT ରାଉରକେଲାରୁ କମ୍ପ୍ୟୁଟର ସାଇନ୍ସରେ ସ୍ନାତକ ହାସଲ କରିଛନ୍ତି। ତାଙ୍କ ଘର ଅନୁଗୁଳ ଜିଲ୍ଲା ତାଳଚେର ର ଭାଲୁଗଡ଼ିଆ ଗାଁରେ।୨୦୨୧ ମସିହାରୁ ସେ ଦିଲ୍ଲୀ ସ୍ଥିତ ଇଣ୍ଡିଆନ ଅଏଲରେ କାମ କରୁଛନ୍ତି। ସେ ପ୍ରଥମ ଥର ୟୁପିଏସସି ପରୀକ୍ଷାଦେଇ ସଫଳତା ହାସଲ କରିଛନ୍ତି।

Leave A Reply

Your email address will not be published.