thelifelinemedia
Latest Odisha News, Breaking News Today

ନିର୍ବାଚନ ପୂର୍ବରୁ ବଡ ଏନକାଉଣ୍ଟର, ଟଳିଲେ ୧୮ ମାଓବାଦୀ

ଛତିଶଗଡ :ନିର୍ବାଚନ ପୂର୍ବରୁ ଛତିଶଗଡ଼ରେ ବଡ଼ ଧରଣର ଏନକାଉଣ୍ଟର । ଯବାନଙ୍କ ଗୁଳିରେ ଟଳିଲେ ମାଓବାଦୀ। ୧୮ ମାଓବାଦୀ ନିହତ ହୋଇଥିବା କୁହାଯାଉଛି। ନିର୍ବାଚନ ପୂର୍ବରୁ ଏତେ ସଂଖ୍ୟକ ମାଓବାଦୀ ନିହତ ହେବା ଯବାନଙ୍କ ପାଇଁ ବଡ ସଫଳତା ବୋଲି କୁହାଯାଉଛି।କାଙ୍କେର ଜିଲ୍ଲା ଛୋଟେବେଥିଆରେ ଏହି ଏନକାଉଣ୍ଟର ହୋଇଛି ।ଏହି ଗୁଳି ବିନିମୟରେ ୨ ଯବାନ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ଜଙ୍ଗଲରୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲ ପଠା ଯାଇଛି। ଏବେ ବି ସର୍ଚ୍ଚ ଅପେରସନ ଚାଲିଛି। ଆଉ କିଛି ମାଓବାଦୀ ଛତ୍ର ଭଙ୍ଗ ଦେଇଛନ୍ତି। ସେମାନଙ୍କ ପତ୍ତା ପାଇଁ ସୁରକ୍ଷା କର୍ମୀ ସର୍ଚ୍ଚ ଅପେରସନ ଚଳାଇ ଛନ୍ତି।
ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ପାରେ ବୋଲି ସ୍ଥାନୀୟ ଏସପି କଲ୍ୟାଣ ଇଲ୍ଲିସେଲା ସୂଚନା ଦେଇଛନ୍ତି। ଘଟଣାସ୍ଥଳରୁ ଏକେ-୪୭ ଓ ଇନସାସ ରାଇଫଲ ଜବତ ହୋଇଛି। ଆଜି କାଙ୍କେର ସ୍ଥିତ ଛୋଟେବେତିୟା ପୁଲିସ୍‌ ଷ୍ଟେସନ ନିକଟସ୍ଥ ମାଦ ଅଞ୍ଚଳରେ ଥିବା ଗୋଟିଏ ଜଙ୍ଗଲରେ କିଛି ନକ୍ସଲ ଲୁଚି ରହିଥିବା ଖବର ମିଳିଥିଲା। ଏହାପରେ ଡିଆରଜି ଯବାନ ଓ ପୁଲିସ୍‌ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଦିନ ୧.୩୦ରୁ ଅପରେସନ ଆରମ୍ଭ କରାଯାଇଥିଲା ବୋଲି ସୂଚନା ମିଳିଛି।

ତେବେ ଜଙ୍ଗଲ ଭିତରେ ସୁରକ୍ଷାକର୍ମୀଙ୍କୁ ଦେଖିବା ମାତ୍ରେ ନକ୍ସଲମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହାର ଜବାବ ମଧ୍ୟ ସୁରକ୍ଷାକର୍ମୀମାନେ ଦେଇଥିଲେ। ଦୀର୍ଘ ସମୟ ଧରି ଚାଲିଥିବା ଏହି ଗୁଳି ବିନିମୟରେ ଏଯାଏ ୧୨ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିବା ସୂଚନା। ସେମାନଙ୍କ ମୃତଦେହକୁ ମଧ୍ୟ ଘଟଣାସ୍ଥଳରୁ ଜବତ କରାଯାଇଛି। ଏମାନଙ୍କ ମଧ୍ୟରେ ମାଓବାଦୀ ସଂଗଠନର କିଛି ଟପ ଲିଡର ରହିଛନ୍ତି। ନକ୍ସଲ ସଂଗଠନର ଟପ୍‌ ନେତା ଶଙ୍କର ରାଓର ମୃତଦେହକୁ ପୁଲିସ୍‌ ଚିହ୍ନଟ କରିଛି। ତା’ ମୁଣ୍ଡ ଉପରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା। ଏକାଧିକ ହିଂସା ଓ ଆକ୍ରମଣ ଘଟଣାରେ ଶଙ୍କର ରାଓ ସାମିଲ ଥିଲା।
ସେପଟେ ଛତିଶଗଡ଼ରେ ଏଭଳି ଘଟଣା ଘଟିବା ପରେ ଓଡିଶା ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥାକୁ କଡା କଡ଼ି କରାଯାଇଛି। ପୂର୍ବରୁ ଅନେକ ସମୟରେ ମାଓବାଦୀ ମାନେ ଛତିଶଗଡରେ ଅସ୍ଥିରତା ସୃଷ୍ଟି କରି ଓଡିଶା ଆଡେ ମୁହାଇଥାନ୍ତି। ତେଣୁ ସେ ଦୃଷ୍ଟିରୁ ଓଡିଶା ସୀମାନ୍ତରେ ହାଇ ଏଲେର୍ଟ ଜାରି ହୋଇଛି। ନିକଟରେ ଓଡିଶାରେ ମାଓମାଦୀଙ୍କ ଗତିବିଧିକୁ ନେଇ ପୋଲିସ ଡିଜି ସମୀକ୍ଷା କରିଥିଲେ। ଯେପରି ନିର୍ବାଚନ ସମୟରେ ମାଓବାଦୀ ଅପ୍ରତିକର ପରିସ୍ଥିତି ସୃଷ୍ଟି ନ କରିବେ ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ସମୀକ୍ଷା କରିଥିଲେ ପୋଲିସ ଡ଼ିଜି।

Leave A Reply

Your email address will not be published.