ଭାରି ପଡିଲା ପୁତ୍ର ମୋହ: କଂଗ୍ରେସରୁ ବହିଷ୍କୃତ ସୁର, ଦଳ ବିରୋଧୀ କାମ ନେଇ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : କଂଗ୍ରେସରୁ ବହିସ୍କୃତ ହେଲେ ବିଧାୟକ ସୁରେଶ ରାଉତରାୟ। ଦଳ ବିରୋଧୀ କାମ ପାଇଁ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତାଙ୍କୁ ୬ ବର୍ଷ ପାଇଁ ବହିଷ୍କାର କରିଛନ୍ତି କଂଗ୍ରେସ ସଭାପତି। ପୁଅ ମନ୍ମଥଙ୍କ ପାଇଁ ପ୍ରଚାର ଅଭିଯୋଗ ବାବଦରେ ସୁରଙ୍କ ପାଖକୁ ସୋ କଜ ନୋଟିସ ଆସିଥିଲା। ଯାହାର ଉତ୍ତର ଦେଇଛନ୍ତି ସୁର। ସୁର କହିଥିଲେ ମୋତେ ସୋ କଜ ନୋଟିସ ହୋଇଥିଲା ମୁଁ ତାହାର ଉତ୍ତର ଲେଖିକି ଦେଇଛି ଦଳ ଯାହା ଉଚିତ ଭାବିବ ସେହିଭଳି ନିଷ୍ପତି ନେବ। ଦଳ ଯାହା କାଯ୍ୟନୁଷ୍ଠାନ ନେବ ମୁଁ ତାକୁ ଗ୍ରହଣ କରିବି। ସୁର ରାଉତରାୟ କାହାକୁ ଡରେ ନାହିଁ। ଦଳର ଆକ୍ସନ ମଧ୍ୟ ମୋର ଖାତିର ନାହିଁ। କିନ୍ତୁ ଶେଷ ଜୀବନ ପର୍ଯନ୍ତ କଂଗ୍ରେସ ଦଳ ସହ ରହିବି।
ଏବେ କିନ୍ତୁ ଦଳ ତାଙ୍କ ବିରୁଦ୍ଧରେ କଠୋର ନିଷ୍ପତ୍ତି । ପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ମଧ୍ୟ କହିଥିଲେ ଯେ ସୁରଙ୍କ ବିରୁଦ୍ଧରେ ଦଳୀୟ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରେ। ସୁର ଯଦି ଦଳର ନୀତି ନିୟମ ଉଲଂଘନ କରିବେ ତା ହେଲେ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କଠୋର ନିଷ୍ପତ୍ତି ନିଆଯାଇପାରେ। ଏବେ ଦେଖିବାର କଥା ସୁରଙ୍କୁ ବହିସ୍କୃତ କରିବା ପରେ ତାର ପ୍ରଭାବ କିଭଳି ପଡୁଛି। ସୁର ରାଉତରାୟଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦଳ ଉପରେ କିପରି ପ୍ରଭାବ ପକାଉଛି ତାରି ଉପରେ ସମସ୍ତଙ୍କ ଉପରେ ନଜର ରହିବ।
ନିଜ ବିରୁଦ୍ଧରେ ଏଭଳି କାର୍ଯ୍ୟାନୁଷ୍ଠାନକୁ ନେଇ ସୁର ଅଭିନନ୍ଦନ କାମ ବୋଲି କହିଛନ୍ତି ସୁର। ଆନନ୍ଦର ସହିତ ସେ ଦଳୀୟ ନିଷ୍ପତ୍ତିକୁ ଗ୍ରହଣ କରିଛନ୍ତି।ସେ କହିଛନ୍ତି ୫୦ ବର୍ଷ ଧରି କଂଗ୍ରେସ ସହିତ ଅଛି ଆଗକୁ ରହିବି ମଧ୍ୟ। ପୁଅ ବିଜେଡି ଟିକେଟ ପାଇଲା ବୋଲି ଦଳ ଏଭଳି ନିଷ୍ପତ୍ତି ନେଇଛି ବୋଲି ସେ କହିଛନ୍ତି।