ଗୋପରେ ବଢୁଛି ଭୁବନେଶ୍ୱର ସାଂସଦ, ପୁଅ ମନ୍ମଥଙ୍କୁ ନେଇ ଏମିତି କହିଲେ ସୁର

ଭୁବନେଶ୍ୱର : ଗୋପରେ ବଢୁଛି ଭୁବନେଶ୍ୱର ସାଂସଦ ବିଚକ୍ଷଣ ଭୋଟ ନେଇ ସେ ଆସିବ ତାଙ୍କର ବିଜୟ ଚମତ୍କାର ହେବ ସମସ୍ତେ ସମୟକୁ ଅପେକ୍ଷା କରନ୍ତୁ। ଦେଖିବେ କେଉଁଭଳି ବିଜୟ ହେବ। ଏମିତି କିଛି କଥା କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ପୁଅ ମନ୍ମଥ ରାଉତରାୟଙ୍କ ପାଇଁ ପ୍ରଚାର କରୁଥିବାର ଅଭିଯୋଗକୁ ବାରମ୍ବାର ଖଣ୍ଡନ କରି ଆସୁଥିବା ସୁର ଏବେ ପୁଣି ଥରେ ଚର୍ଚ୍ଚାରେ। ସେ କହିଛନ୍ତି ଭୁବନେଶ୍ୱର ଲୋକସଭା ସଂସଦୀୟ କ୍ଷତ୍ର ପାଇଁ ମୁଁ ପ୍ରଚାରକୁ ଯିବିନାହିଁ। କେବଳ ବେଗୁନିଆରେ ପ୍ରଚାର କରିବି। ଗତକଲି ମଧ୍ୟ ପ୍ରଚାର କରିକି ଆସିଛି। ଯେହେତୁ ଜାନକୀ ବର୍ଲଭ ପଟ୍ଟନାୟକ ମୋ ଗୁରୁ ତେଣୁ ତାଙ୍କ ପୁଅ ପୃଥ୍ୱୀବର୍ଲଭ ପାଇଁ ମୁଁ ପ୍ରଚାର କରିବି। ସୁର ରାଉତରାୟ ଜୀବନ ଥିବା ପର୍ଯନ୍ତ ଆମ ଲୋକ ହିଁ ଜଟଣୀ ନିର୍ବାଚନରେ ପାର୍ଥି ହେବେ। ମୋ ବଡ ପୁଅ ସିଦ୍ଧାର୍ଥ ହେଉଛି ପେଣ୍ଡି ଗରାଖ। ସିଏ ହିଁ ସନ୍ତୋଷ ଜେନାଙ୍କୁ ଟିକେଟ କରାଇଛି। କିନ୍ତୁ ସିଏ ଜିତିବେ କି ନାହିଁ ତାହା ମୁଁ କହିପାରିବି ନାହିଁ।
ପୁଅପାଇଁ ପ୍ରଚାର ଅଭିଯୋଗ ବାବଦରେ ସୁରଙ୍କ ପାଖକୁ ସୋ କଜ ନୋଟିସ ଆସିଥିଲା। ଯାହାର ଉତ୍ତର ଦେଇଛନ୍ତି ସୁର। ସୁର କହିଛନ୍ତି
ମୋତେ ସୋ କଜ ନୋଟିସ ହୋଇଥିଲା ମୁଁ ତାହାର ଉତ୍ତର ଲେଖିକି ଦେଇଛି ଦଳ ଯାହା ଉଚିତ ଭାବିବ ସେହିଭଳି ନିଷ୍ପତି ନେବ। ଦଳ ଯାହା କାଯ୍ୟନୁଷ୍ଠାନ ନେବ ମୁଁ ତାକୁ ଗ୍ରହଣ କରିବି। ସୁର ରାଉତରାୟ କାହାକୁ ଡରେ ନାହିଁ। ଦଳର ଆକ୍ସନ ମଧ୍ୟ ମୋର ଖାତିର ନାହିଁ। କିନ୍ତୁ ଶେଷ ଜୀବନ ପର୍ଯନ୍ତ କଂଗ୍ରେସ ଦଳ ସହ ରହିବି।
ସେପଟେ ପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର କହିସାରିଛନ୍ତି ଯେ ସୁରଙ୍କ ବିରୁଦ୍ଧରେ ଦଳୀୟ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରେ। ସୁର ଯଦି ଦଳର ନୀତି ନିୟମ ଉଲଂଘନ କରିବେ ତା ହେଲେ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କଠୋର ନିଷ୍ପତ୍ତି ନିଆଯାଇପାରେ।