thelifelinemedia
Latest Odisha News, Breaking News Today

କଂଗ୍ରେସରେ ଟିକେଟ ବିକ୍ରି ସିଣ୍ଡିକେଟ, ପୁଳା ପୁଳା ଟଙ୍କାରେ ଟିକେଟ ବିକୁଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ

ଭୁବନେଶ୍ୱର : ରାଜ୍ୟ କଂଗ୍ରେସରେ ଚାଲିଛି ଟିକେଟ ବିକ୍ରି ସିଣ୍ଡିକେଟ।ଟଙ୍କା ଦିଅ ଟିକେଟ ନିଅ। ଟଙ୍କା ନାହିଁ ମାନେ ଟିକେଟ ନାହିଁ। ସଂଗଠନ ଯାଉ ଚୁଲିକି, ଟଙ୍କା ନ ଦେଲେ ଟିକେଟ ମିଳିବନି। ଟିକେଟ ବିକ୍ରିକୁ ନେଇ ଏକ ବଡ ସିଣ୍ଡିକେଟ ଚାଲିଛି ରାଜ୍ୟ କଂଗ୍ରେସରେ। ଯାହାର ମାଷ୍ଟର ମାଇଣ୍ଡ ହେଉଛନ୍ତି ନିଜେ ଖୋଦ ପିସିସି ସଭାପତି ଶରତ ପଟ୍ଟନାୟକ। ନିଜେ ଏକାକୀ ଶରତ ଏଇ ଟିକେଟ ବିକ୍ରି ସରଞ୍ଚନା ରଚି ନାହାନ୍ତି ତାଙ୍କୁ ସହଯୋଗ କରୁଛନ୍ତି ବରିଷ୍ଠ ନେତା ତାରା ପ୍ରସାଦ ବାହିନୀପତି ଓ ରାଜ୍ୟ କଂଗ୍ରେସ ପ୍ରଭାରୀ ଡ଼ଃ ଅଜୟ କୁମାର। ଅନ୍ୟ ବରିଷ୍ଠ କଂଗ୍ରେସ ନେତା ମଧ୍ୟ ଏଇ ସିଣ୍ଡିକେଟ ସାମିଲ ହୋଇଛନ୍ତି। ବରିଷ୍ଠ ବିଧାୟକ ନରସିଂହ ମିଶ୍ର ମଧ୍ୟ ଟଙ୍କା ନେଇ ଟିକେଟ ବିକ୍ରି କରିଥିବା କଥା ଚର୍ଚ୍ଚା ହେଉଛି। ସେ କୁଆଡେ ଏକାକୀ 6 ବିଧାନସଭା ଓ ଗୋଟିଏ ଲୋକସଭା ଟିକେଟ ପାଇଁ ଟଙ୍କା ନେଇଛନ୍ତି ବୋଲି କୁହାଯାଉଛି। ସେହିପରି ଅନ୍ୟ ବରିଷ୍ଠ ନେତା ଭକ୍ତ ଚରଣ ଦାସ ମଧ୍ୟ ଏଇ ଟିକେଟ ବିକ୍ରି ସିଣ୍ଡିକେଟରେ ସାମିଲ ହୋଇଛନ୍ତି। ଅର୍ଥାତ ମିଳିମିଶି ଟିକେଟ ବିକ୍ରି କରି ଟଙ୍କା ଖାଇଛନ୍ତି କଂଗ୍ରେସର ବହୁ ବରିଷ୍ଠ ନେତା।ଶାଗ ମାଛ ଦରରେ ଟିକେଟ ବିକିଛନ୍ତି ଏମାନେ। କୁହାଯାଉଛି ୬୪ ବିଧାନସଭା ସିଟ ସହିତ ଅନେକ ଲୋକସଭା ସିଟ ବିକ୍ରି କରାଯାଇଛି। ରାଜ୍ୟ କଂଗ୍ରେସର ନିର୍ବାଚନୀ ପ୍ରଭାରୀ ଡ଼ଃ ଅଜୟ କୁମାରଙ୍କ ନିର୍ଦ୍ଧେଶରେ ଏହି ସବୁ କାମ ହେଉଛି। କନ୍ଧମାଳ, ପୁରୀ, କଳାହାଣ୍ଡି ଭଳି ସଂସଦୀୟ କ୍ଷେତ୍ରରେ ଅଧିକ ମାତ୍ରାରେ ଟିକେଟ ବିକ୍ରି ହୋଇଥିବା କଥା କୁହାଯାଉଛି। ସବୁଠୁ ଟଙ୍କା ନେଇ ଟିକେଟ ଡିଲ କରିବାରେ ଆଗରେ ଅଛନ୍ତି ତାରା ବାହିନୀ ପତି। ସେ କୁଆଡେ ୧୩ଟି ବିଧାନସଭା ସିଟ ହାତେଇ ନେଇ ଟଙ୍କା ଅସୁଲ କରିଛନ୍ତି। ଗୋଟିଏ ଟିକେଟ ପିଛା ୪ରୁ ୫ଲକ୍ଷ ଦରରେ ଟିକେଟ ବିକ୍ରି କରିଛନ୍ତି ସେ।

ଯେଉଁମାନଙ୍କ ସଂଗଠନ ଅଛି, ଯେଉଁମାନେ ଦଳ ସହିତ ବର୍ଷ ବର୍ଷ ଧରି ଅଛନ୍ତି ସେମାନଙ୍କୁ ଟିକେଟ ନଦେଇ ପୁଳା ପୁଳା ଟଙ୍କା ଦେଉଥିବା ଲୋକଙ୍କୁ ଟିକେଟ ଦେଉଛି କଂଗ୍ରେସ।ଯାହାକୁ ନେଇ ରାଜ୍ୟ କଂଗ୍ରେସରେ କମ୍ପନ ସୃଷ୍ଟି ହୋଇଛି। ଏହାକୁ ନେଇ ବିଦ୍ରୋହ ଦେଖା ଦେଲାଣି।

Leave A Reply

Your email address will not be published.