ଖୋଲିଲା କ୍ରିପ୍ଟୋ ଠକେଇର ଗୁମର, ଦୁଇ ଜଣଙ୍କୁ ବାନ୍ଧିଲା ଅର୍ଥନୈତିକ ଅପରାଧ ଶାଖା

ଭୁବନେଶ୍ୱର: କ୍ରିପ୍ଟୋ କରେନ୍ସିରେ ବିନିଯୋଗ ନାଁରେ ୧୪ କୋଟି ଟଙ୍କା ଠକେଇର ଗୁମର ଖୋଲିଛି ରାଜ୍ୟ ଅର୍ଥନୈତିକ ଅପରାଧ ଶାଖା।ଏ ଘଟଣାରେ ଦୁଇ ଜଣ ବନ୍ଧା ହୋଇଛନ୍ତି।ଫାଇଭ ଷ୍ଟାର ହୋଟେଲରେ ମିଟିଂ କରି ଲୋକଙ୍କୁ ଚୁନା ଲଗାଉଥିଲେ ଏମାନେ । ୨ କାର୍ପଟଦାରଙ୍କୁ ଏହି ଘଟଣାରେ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା। ୨ ଅଭିଯୁକ୍ତ ହେଲେ ରାଜସ୍ଥାନ ଅନୁପଗଡ଼ର ବେଦ ପ୍ରକାଶ ଓ ସୁନ୍ଦରଗଡ଼ର ସୁଧୀର ପଟେଲ । ପ୍ରେମ ସାଗର ଖମାରୀଙ୍କ ଅଭିଯୋଗକ୍ରମେ କେସ ନମ୍ବର ୨୮ ଦଫା ୪୨୦, ୪୬୭, ୪୬୮, ୪୭୧, ୧୨୦ ବି ଓ ଆଇଟି ଆକ୍ଟ ଅଧୀନରେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ବେଦପ୍ରକାଶ ରାଜସ୍ଥାନ ପୋଲିସରେ ଜଣେ କନଷ୍ଟେବଳ ଭାବେ କାମ କରୁଥିଲେ। ୫ ବର୍ଷ ତଳେ ଟଙ୍କା ହେରଫେର ଘଟଣାରେ ଅଭିଯୁକ୍ତକୁ ପୋଲିସ ଚାକିରିରୁ ବିଦା କରାଯାଇଥିଲା । ଯୁକ୍ତ ୨ ଫେଲ ହୋଇଥିବା ବେଦପ୍ରକାଶ ନିଜକୁ କମ୍ପାନୀର ଜାତୀୟ ମୁଖ୍ୟ ବୋଲି ପରିଚୟ ଦେଉଥିଲା। ୨୦୨୨ ମସିହାରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରମସନାଲ ମିଟିଂ କରି କ୍ରିପ୍ଟ ସମ୍ପର୍କରେ ବିଶ୍ୱାସ ଜନ୍ମାଉଥିଲେ । ସୋସିଆଲ ମିଡିଆରେ କ୍ରିପ୍ଟୋର ଲାଭ ସଂପର୍କ ମିଛ ପ୍ରତିଶ୍ରୁତି ଦେଉଥିଲେ । ସରଳ ଲୋକଙ୍କ ବିଶ୍ୱାସରେ ବିଷ ମିଶାଉଥିଲେ। ମୁଖ୍ୟତଃ ଅଶିକ୍ଷିତ ଲୋକଙ୍କୁ ଟାର୍ଗେଟ କରୁଥିଲେଏ ଦୁହେଁ । କିନ୍ତୁ ଉଦବେଗର କଥା ଟଙ୍କାଟିଏ ମଧ୍ୟ ଲୋକଙ୍କ ଟଙ୍କାକୁ କ୍ରିପ୍ଟୋରେ ବିନିଯୋଗ କରିନଥିଲେ । ପୁରୀ, ଭୁବନେଶ୍ୱର, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ ଓ ବରଗଡ଼ର ୫ ଶହଲୋକଙ୍କ ଠାରୁ ଟଙ୍କା ଲୁଟୁଥିଲେ।