thelifelinemedia
Latest Odisha News, Breaking News Today

ଜୋରଦାର ହେବ ଭୁବନେଶ୍ୱର ଲଢେଇ, ଏଥର ତ୍ରିମୁଖୀ ଲଡେଇ ଦେଖିବେ ରାଜଧାନୀବାସୀ

ଭୁବନେଶ୍ୱର :ଭୁବନେଶ୍ବରରେ ଲୋକସଭା କ୍ଷେତ୍ର ପାଇଁ ୩ ଯୋଦ୍ଧା ତୟାର। ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ, ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଓ କଂଗ୍ରେସ ପ୍ରାର୍ଥୀ ୟାସିର ନୱାଜ। ହାଇ ପ୍ରୋଫାଇଲ୍ ଭୁବନେଶ୍ୱର ଲୋକସଭା କ୍ଷେତ୍ର ହାତେଇବା ପାଇଁ ହୋଇଛି ବ୍ଲୁ ପ୍ରିଣ୍ଟ କରିଛନ୍ତି ବିଭିନ୍ନ ଦଳ। ଗତଥର ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକ ୨୩ହଜାର ୮୩୯ଭୋଟରେ ପରାସ୍ତ ବି ହୋଇଥିଲେ। ଚାରୋଟି ବିଧାନସଭା କ୍ଷେତ୍ର ଏକାମ୍ର, ମଧ୍ୟ, ଉତ୍ତର, ଖୋର୍ଦ୍ଧା ବିଜେଡି ଜିତିଥିବା ବେଳେ ଏହି ଚାରୋଟି ଆସନରୁ ୪୪ହଜାର ରୁ କମ ଭୋଟ ବିଜେଡି ସାଂସଦ ପ୍ରାର୍ଥୀ ଙ୍କୁ ମିଳିଥିଲା। ଗତ ନିର୍ବାଚନରେ ରେ କଂଗ୍ରେସ ପ୍ରାର୍ଥୀ ନ ଦେଇ ସିପିଏମ ପ୍ରାର୍ଥୀ ଦେଇଥିଲେ। ୨୦୦୯ ଓ ୨୦୧୪ରେ କଂଗ୍ରେସ ପ୍ରାର୍ଥୀ ଏକ ଲକ୍ଷ ୪୦ହଜାର ରୁ ଅଧିକ ଭୋଟ ପାଇଥିଲେ। ଏଥର କଂଗ୍ରେସ ଯୁବ ଚେହେରା ୟାସିର ନୱାଜ୍ ଙ୍କୁ ପ୍ରାର୍ଥୀ କରିଛି।

ତେବେ ଏହି ଗୁରୁତ୍ବପୂର୍ଣ୍ଣ ଆସନରେ ସବୁବେଳେ କଂଗ୍ରେସର ଭୂମିକା ମହତ୍ବପୂର୍ଣ୍ଣ ରହିଛି । ୨୦୧୯ରେ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ୨୩ ହଜାର ୮୩୯ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ। ତାଙ୍କୁ ମିଳିଥିଲା ମୋଟ ୪ଲକ୍ଷ ୮୬ହଜାର ୯୯୧ ଖଣ୍ଡ ଭୋଟ। ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କୁ ମିଳିଥିଲା ୪ ଲକ୍ଷ ୬୩୧୫୨ ଭୋଟ୍। କଂଗ୍ରେସ ଓ ସିପିଏମ୍ ପକ୍ଷରୁ ମେଣ୍ଟ କରାଯାଇ ଜନାର୍ଦ୍ଦନ ପତିଙ୍କୁ ପ୍ରାର୍ଥୀ କରାଯାଇଥିଲା। ଜନାର୍ଦ୍ଦନଙ୍କୁ ମିଳିଥିଲା ମାତ୍ର୨୩ ହଜାର ୨୬ ଖଣ୍ଡ ଭୋଟ। ତେବେ ଗତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଦେଇ ନଥିବାରୁ ଫଳାଫଳ ଉପରେ ଏହାର ବଡ଼ ପ୍ରଭାବ ଦେଖିବାକୁ ମିଳିଥିଲା। କାରଣ ୨୦୦୯ ଓ ୨୦୧୪ରେ କଂଗ୍ରେସକୁ ଭଲ ଭୋଟ୍ ମିଳିଥିଲା । ୨୦୦୯ରେ କଂଗ୍ରେସ ର ସନ୍ତୋଷ ମହାନ୍ତି ୧ଲକ୍ଷ ୪୭ହଜାର ୭୧୨ଭୋଟ ପାଇଥିଲେ ଓ ଦ୍ଵିତୀୟ ସ୍ଥାନ ରେ ଥିଲେ। ତାଙ୍କ ଭୋଟ ପ୍ରତିଶତ ଥିଲା ୨୦.୬୬।୨୦୧୪ରେ କଂଗ୍ରେସ କଂଗ୍ରେସର ବିଜୟ ମହାନ୍ତି ୧ଲକ୍ଷ ୪୫ହଜାର ୭୮୩ଭୋଟ ପାଇଥିଲେ। ଯାହା ୧୬.୩୪ ପ୍ରତିଶତ।ତେଣୁ ୨୦୨୪ ନିର୍ବାଚନରେ କଂଗ୍ରେସ ଭୁବନେଶ୍ବର ଫଳାଫଳ ନେଇ ବଡ଼ ଭୂମିକା ନେଇ ପାରେ । ଚଳିତ ଥର ଯୁବ ପ୍ରାର୍ଥୀ ୟାସିର ନୱାଜଙ୍କୁ ଟିକେଟ୍ ଦେଇଛି ଦଳ। ଛାତ୍ର ରାଜନୀତିରେ ୟାସିର ସକ୍ରିୟ ରହିଥିବାରୁ ଯୁବ ଭୋଟ ହାତେଇବାରେ ସହାୟକ ହେବେ। ଏହାସହ ସଂଖ୍ୟାଲଘୁ ସଂପ୍ରଦାୟର ଭୋଟ ମଧ୍ୟ କଂଗ୍ରେସ ଖାତାକୁ ଯାଇପାରେ। ଯାହାର ପ୍ରଭାବ ୨୦୨୪ ନିର୍ବାଚନରେ କଂଗ୍ରେସର ଭୋଟ ମାର୍ଜିନ ଉପରେ ବଡ଼ ପ୍ରଭାବ ପକାଇପାରେ। …

Leave A Reply

Your email address will not be published.