ଗିରଫଦାରୀ ଏଡାଇବା ପାଇଁ ହାଇକୋର୍ଟ ଗଲେ ମୋକିମ, ମାଗିଲେ ଅନ୍ତରୀଣ ସୁରକ୍ଷା

କଟକ :ଗିରଫଦାରୀ ଏଡାଇବା ପାଇଁ ଆଇନଗତ ପଦକ୍ଷେପ ନେଲେ
କଂଗ୍ରେସ ନେତା ମହମ୍ମଦ ମୋକିମ।ଓଆରଏଚଡିସି ମାମଲାରେ ଅନ୍ତରୀଣ ସୁରକ୍ଷା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ମହମ୍ମଦ ମୋକିମ। ଏକ ମାସର ଅନ୍ତରୀଣ ସୁରକ୍ଷା ମାଗିଛନ୍ତି କଂଗ୍ରେସ ନେତା ମହମ୍ମଦ ମୋକିମ।
ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି ହାଇକୋର୍ଟ। ଓଆରଏଚଡିସି ଦୁର୍ନୀତି ମାମଲାରେ ୩ ବର୍ଷର ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ। ଗତ ୧୦ ତାରିଖରେ ଭିଜିଲାନ୍ସ କୋର୍ଟ ରାୟକୁ କାଏମ ରଖିଥିଲେ ହାଇକୋର୍ଟ। ତେବେ ଅପିଲରେ ସୁପ୍ରିମକୋର୍ଟ ଯିବା ପାଇଁ ଏକ ମାସର ସମୟ ମାଗିଛନ୍ତି ମହମ୍ମଦ ମୋକିମ।
ଓଡ଼ିଶା ରୁରାଲ ହାଉସିଂ ଆଣ୍ଡ୍ ଡେଭଲପମେଣ୍ଟ କର୍ପୋରେସନ ଋଣ ଦୁର୍ନୀତି ମାମଲାରେ ଆଇନ ଜାଲରେ ଛନ୍ଦି ହୋଇ ପଡିଛନ୍ତି ମୋକିମ । ଏହି ମାମଲାରେ ମୋକିମଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ ଭୁବନେଶ୍ବର ଭିଜିଲାନ୍ସ କୋର୍ଟ । ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ମୋକିମ । ହେଲେ ନିମ୍ନ କୋର୍ଟଙ୍କ ରାୟକୁ ହାଇକୋର୍ଟ କାଏମ ରଖିବା ମୋକିମଙ୍କ ପାଇଁ ଚିନ୍ତା ବଢାଇଛି । ଆଗାମୀ ନିର୍ବାଚନରେ ସେ ଲଢ଼ି ପାରିବେ କି ନାହିଁ ତାହାକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।