thelifelinemedia
Latest Odisha News, Breaking News Today

ଘୁଞ୍ଚିଲା ରାହୁଲ ଗାନ୍ଧିଙ୍କ ବିରୋଧରେ ମାନହାନି ମାମଲାର ଶୁଣାଣି, ଏପ୍ରିଲ ୨୨ରେ ହେବ ଶୁଣାଣି

ନୂଆଦିଲ୍ଲୀ : ରାହୁଲ ଗାନ୍ଧିଙ୍କ ବିରୋଧରେ ୨୦୧୮ ମାନହାନି ମାମଲାର ଶୁଣାଣି ଘୁଞ୍ଚିଛି।ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ତାଙ୍କ ନାଁରେ ମାନହାନି ମାମଲା ହେଇଥିଲା। ୨୦୧୮ରେ ବିଜେପି ନେତା ବିଜୟ ମିଶ୍ର ରାହୁଲ ଗାନ୍ଧିଙ୍କ ବିରୋଧରେ ମାନହାନି ଅଭିଯୋଗ କରିଥିଲେ। ରାହୁଲ ଗାନ୍ଧିଙ୍କ ବିରୋଧରେ ଜାମିନ ବିହୀନ ପରୱାନା ଜାରି କରିବାକୁ ଅଦାଲତରେ ଆବେଦନ କରାଯାଇଥିଲା। ହେଲେ ସେ ସମ୍ପର୍କିତ ଶୁଣାଣି ହୋଇ ପାରିଲାନି। ଯେହେତୁ ବିଚାରପତି ଛୁଟିରେ ଅଛନ୍ତି ଶୁଣାଣି କୁ ଘୁଞ୍ଚାଇ ଦିଆଯାଇଛି। ଏପ୍ରିଲ ୨୨ ତାରିଖକୁ ଧାର୍ଯ୍ୟ କରା ଯାଇଛି ଶୁଣାଣି କାର୍ଯ୍ୟକ୍ରମ।

କର୍ଣ୍ଣାଟକ ନିର୍ବାଚନ ସମୟରେ ବେଙ୍ଗାଲୁରୁରେ ଏକ ସାମ୍ବାଦିକ ସମ୍ମିଳନୀରେ ଶାହଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ସେତେବେଳେ ରାଜନୀତି ଉଷ୍ମ ହୋଇଥିଲା।ବିଜେପି ସଚ୍ଚୋଟ ଓ ସ୍ୱଚ୍ଛ ରାଜନୀତିରେ ବିଶ୍ୱାସ କରେ ବୋଲି ଦାବି କରୁଥିବା ବେଳେ ଦଳର ଜଣେ ସଭାପତି ଅଛନ୍ତି ଯିଏ କି ଏକ ହତ୍ୟା ମାମଲାରେ ’ଅଭିଯୁକ୍ତ’ ବୋଲି ରାହୁଲ ଗାନ୍ଧି ମନ୍ତବ୍ୟ ଦେଇଥିଲେ।
ରାହୁଲ ଗାନ୍ଧି ଯେତେବେଳେ ମନ୍ତବ୍ୟ ଦେଇଥିଲେ ସେତେବେଳେ ଅମିତ ଶାହା ବିଜେପି ଅଧ୍ୟକ୍ଷ ଥିଲେ। ମୁମ୍ବାଇର ଏକ ସ୍ୱତନ୍ତ୍ର ସିବିଆଇ ଅଦାଲତ ୨୦୦୫ରେ ଏକ ନକଲି ଏନକାଉଣ୍ଟର ମାମଲାରେ ଶାହାଙ୍କୁ ଦୋଷମୁକ୍ତ କରିଥିଲେ। ଏହି ଘଟଣାର ୪ ବର୍ଷ ପରେ ରାହୁଲ ଏଭଳି ମନ୍ତବ୍ୟ ଦେଇ ବିବାଦୀୟ ହୋଇପଡ଼ିଥିଲେ।
ରାହୁଲଙ୍କ ବିରୁଦ୍ଧରେ ମାମଲା ହେବା ପରେ ଗତ ବର୍ଷ ଡିସେମ୍ବରରେ କୋର୍ଟ ରାହୁଲ ଗାନ୍ଧିଙ୍କ ବିରୋଧରେ ୱାରେଣ୍ଟ ଜାରି କରିଥିଲେ। ପରେ ଫେବ୍ରୁଆରି ୨୦ ତାରିଖରେ ରାହୁଲ ଗାନ୍ଧି ଆମେଠିରେ ତାଙ୍କର ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ସ୍ଥଗିତ ରଖି କୋର୍ଟରେ ହାଜର ହୋଇଥିଲେ ଏବଂ ପରେ ତାଙ୍କୁ ଜାମିନ ମିଳିଥିଲା।

Leave A Reply

Your email address will not be published.