ପ୍ରେମରେ ଧୋକା ଖାଇଲେ ରାଣୀ ପଣ୍ଡା, ପୁରୁଷ ବନ୍ଧୁଙ୍କ ନାଁରେ ଦେଲେ ଏତଲା

ଭୁବନେଶ୍ୱର : ପୁରୁଷ ବନ୍ଧୁଙ୍କୁ କାଠଗଡାକୁ ଟାଣିଛନ୍ତି ରାଣୀ ପଣ୍ଡା। ପ୍ରେମ-ପ୍ରତାରଣା ଅଭିଯୋଗ ଆଣି ମହିଳା ଥାନାରେ ହଜାର ହେଲେ ରାଣୀପଣ୍ଡା I ସବୁବେଳେ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ରାଣୀ ପଣ୍ଡା ପୁଣି ଥରେ ଚର୍ଚ୍ଚା ପରିସର ଭିତରକୁ ଆସିଛନ୍ତି। ପ୍ରେମ ପ୍ରତାରଣାର ଅଭିଯୋଗ ସହିତ ପହଂଚିଛନ୍ତି ଥାନାରେ। ପୁରୁଷ ବନ୍ଧୁଙ୍କ ନାଁରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ବିବାହର ପ୍ରଲୋଭନ ଦେଖାଇ ପ୍ରେମ ଓ ପରେ ପ୍ରତାରଣା କରିଥିବା ରାଣୀ ଅଭିଯୋଗ କରିଛନ୍ତି।
୮ବର୍ଷ ସମ୍ପର୍କ ରଖିବା ପରେ ଧୋକା ଦେଇଥିବା ଏତଲାରେ ଦର୍ଶାଇଛନ୍ତି। ଉଭୟ ଲିଭ୍-ଇନ୍ରେ ରହୁଥିଲେ। ହେଲେ ବର୍ତ୍ତମାନ ପୁରୁଷ ବନ୍ଧୁ ତାଙ୍କୁ ଠାରୁ ଦୁରେଇ ଯାଇ ଅନ୍ୟ ଏକ ଝିଅକୁ ବିବାହ କରିବା ପାଇଁ ଯୋଜନା କରୁଛନ୍ତି। ପ୍ରେମିକର ଏଭଳି କାରନାମା ବାବଦରେ ଖବର ପାଇ ତାକୁ ପାନେ ଦେବା ପାଇଁ ଥାନାରେ ଏତଲା ଦେଇଛନ୍ତି ପ୍ରେମିକା ରାଣୀ ପଣ୍ଡା।
ଖାଲି ବୟଫ୍ରେଣ୍ଡଙ୍କ ନାଁରେ ଏତଲା ଦେଇ ନାହାନ୍ତି ଅନ୍ୟ ୩ ଜଣଙ୍କ ନାଁରେ ମଧ୍ୟ ଥାନାରେ ଏତଲା ଦେଇଛନ୍ତି ରାଣୀ ପଣ୍ଡା। ନିଜ ଅଭିନୟ ଓ ସୋସିଆଲ ମେଡ଼ିଆ ପୋଷ୍ଟ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ରାଣୀ ଏବେ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ।