ଇସିଙ୍କ ପାଖରେ ବିଜେଡିର ଫେରାଦ, ଆଚରଣ ଵିଧି ଅବମାନନା କରୁଛନ୍ତି ବିଜେପି ନେତା

ଭୁବନେଶ୍ୱର : ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହେଲା ବିଜେଡି। ଓଡିଶା ବିଜେପିର ନେତା ମାନେ ସବୁବେଳେ ଆଇନର ଉଲଂଘନ କରିବା ସହିତ ଆଚରଣ ଵିଧି ଅବମାନନା କରୁଛନ୍ତି ହିଂସାତ୍ମକ ଆକ୍ରମଣ କରୁଛନ୍ତି। କିନ୍ତୁ ଗତ କାଲିର ଏକ ଘଟଣା ଅତିକ୍ରମ କରିଛି ସବୁ ସୀମା। ଛଣଗିରି ଜଙ୍କିଆ ଖୋର୍ଦ୍ଧା ଜିଲ୍ଲାର ଅଂଚଳ ରରେ ଭାରତୀୟ ଜନତା ପାର୍ଟି ର ନେତା ଚିଲିକାର ବିଧାୟକ ପ୍ରଶାନ୍ତ ଜଗଦେବ ତାଙ୍କର ଯୋଉ ଆଚରଣ ରହିଲା ତାହା ସମସ୍ତ ଙ୍କୁ ଆଚର୍ଯ୍ୟ କରିଥିଲା। ପ୍ରଶ୍ନ ଉଠୁଛି ଏହି ନିର୍ବାଚନ ମଣ୍ଡଳୀ
ହିଂସାତ୍ମକ ଆଚରଣ କରିବାକୁ କଣ ଲାଇସେନ୍ସ ପାଇଛନ୍ତି କି ପ୍ରଶାନ୍ତ ଜଗଦେବ ? ଏକ ଶୋଭାଯାତ୍ରା ଚାଲିଥିଲା ଶୋଭାଯାତ୍ରା ଚାଲିବା ସମୟରେ ଏକ କର୍ତ୍ତବ୍ୟ ରତ ସାମ୍ବାଦିକ ଯାହାଙ୍କ ନାଁ ହେଉଛି ପ୍ରକାଶ ହାତୀ ତାଙ୍କ ଉପରେ ମରଣତ୍ମକ ଆକ୍ରମଣ କରିଛନ୍ତି ପ୍ରଶାନ୍ତ ଜଗଦେବ। ଏହାକୁ ନେଇ ବିଜେଡିର ଏକ ଟିମ ନିର୍ବାଚନ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିଛି। କାର୍ଯ୍ୟରତ ସାମ୍ବାଦିକ ଙ୍କ ଜିଲ୍ଲା ସଭାପତି ହେଉଛନ୍ତି ପ୍ରକାଶ ହାତୀ। ପ୍ରଶ୍ନ ଉଠୁଛି ଏଭଳି ଆଚରଣ କଣ ପାଇଁ ପ୍ରକାଶ ଜଗଦେବଙ୍କର ବୋଲି ପ୍ରଶ୍ନ ଉଠାଇଛି ବିଜେଡି।ଯେତେବେଳେ ଭାରତୀୟ ଜନତା ପାର୍ଟିର ଏକ ଶୋଭା ଯାତ୍ରା ଚାଲିଥିଲା ସେଠି ଭାରତୀୟ ଜନତା ପାର୍ଟି ର ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଉପସ୍ଥିତ ଥିଲେ। ସେହି ସମୟରେ କିଛି ଯୁବକ କିଛି ପ୍ରଶ୍ନ ପଚରିବା ଆରମ୍ଭ କରିଥିଲେ ଯାହାକୁ ନେଇ ଉତକ୍ତ ହୋଇଥିଲେ ପ୍ରଶାନ୍ତ ଜଗଦେବ ଏବଂ ତାଙ୍କର ଉଗ୍ର ରୂପ ଦେଖାଇବା ଆରମ୍ଭ କରିଥିଲେ ଏହି ସବୁ ଘଟଣା ଘଟିଥିଲା ଅପରାଜିତା ଷଡ଼ଙ୍ଗୀଙ୍କ ଉପସ୍ଥିତରେ।ଏଥିରୁ ସ୍ପଷ୍ଟ କୁହାଯିବ ଯଦି ଜଣେ ସାମ୍ବାଦିକ ଭାରତୀୟ ଜନତା ପାର୍ଟି ର ନେତା ଙ୍କୁ ପ୍ରଶ୍ନ ପଚାରିବ ତାହେଲେ କଣ ତାହେଲେ କଣ ଭାରତୀୟ ଜନତା ପାର୍ଟି ର ନେତା ମାନେ ତାଙ୍କୁ ମାରାତ୍ମକ ଆକ୍ରମଣ କରିବେ। ଏଇ ସବୁ ଘଟଣା ଘଟିଲା ବେଳେ ନୀରବ ରହିବା ଭାରତୀୟ ଜନତା ପାର୍ଟି ର ସାଂସଦ ପାର୍ଥୀ ଅପରାଜିତା ଙ୍କ ଏଇ ନୀରବକୁ କେବେ ବି ଜନ ସାଧାରଣ ଗ୍ରହଣ କରିବେ ନାହିଁ ବୋଲି ବିଜେଡି ପକ୍ଷରୁ କୁହାଯାଇଛି।