ସ୍ୱାଧୀନ ଭାରତର ପ୍ରଥମ ଭୋଟର, ଜୀବନ କାଳ ଭିତରେ ଦେଇଥିଲେ ୩୪ଥର ଭୋଟ

ନୂଆଦିଲ୍ଲୀ:ପୁରା ଦେଶ ଏବେ ନିର୍ବାଚନୀ ମୁଡ଼ରେ। ରାସ୍ତା ଘାଟ ଗାଳି କନ୍ଦି ସବୁଠି ନିର୍ବାଚନକୁ ନେଇ ଚର୍ଚ୍ଚା। ବିଭିନ୍ନ ଦଳ ନିର୍ବାଚନ ପ୍ରଚାର ଆରମ୍ଭ ଲାରିଦେଲେଣି। ପ୍ରାର୍ଯ୍ୟାୟ କ୍ରମେ ପ୍ରାର୍ଥୀ ତାଲିକା ଘୋଷଣା ଜାରି ରହିଛି। ନେତାଙ୍କ ଠାରୁ ଆରମ୍ଭ କରି କର୍ମୀ ସମସ୍ତେ ଉତ୍କଣ୍ଠା ଭିତରେ ଅଛନ୍ତି। କିନ୍ତୁ ସବୁଠୁ ଅଧିକ ଉତ୍କଣ୍ଠା ଭିତରେ ଅଛନ୍ତି ଭୋଟର। ଦେଶ ଗଠନରେ ଯାହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ସେ ହେଉଛନ୍ତି ଦେଶର ପ୍ରତିଟି ନାଗରିକ। ସେମାନଙ୍କ ମତଦାନ ଦେଶ ଗଠନରେ ସହାୟକ ହୋଇଥାଏ। ତେବେ ଜାଣିଛନ୍ତି ସ୍ୱାଧୀନ ଭାରତର ପ୍ରଥମ ଭୋଟର କିଏ। କିଏ ସର୍ବ ପ୍ରଥମେ ନିଜ ଭୋଟ ଦେଇଥିଲେ।
୧୯୫୨ରେ ଦେଶରେ ପ୍ରଥମ ଲୋକସଭା ନିର୍ବାଚନ ହୋଇଥିଲା । ଏହି ନିର୍ବାଚନରେ ସର୍ବପ୍ରଥମେ ଭୋଟ ଦେଇଥିବା ବ୍ୟକ୍ତିଙ୍କ ନାଁ ହେଉଛି
ଶ୍ୟାମ ଶରଣ ନେଗୀ। ସେ ଦେଶର ପ୍ରଥମ ଭୋଟର ଭାବରେ ପରିଚିତ । ୧୨ ଫେବୃୟାରୀ ୧୯୫୨ରେ ଯେତେବେଳେ ପ୍ରଥମ ଥର ଲୋକସଭା ନିର୍ବାଚନ ହୋଇଥିଲା ସେତେବେଳେ ମାଷ୍ଟର ଶ୍ୟାମ ଶରଣ ନେଗୀ ୬ ମାସ ପୂର୍ବରୁ ହିଁ ନିଜ ଭୋଟ୍ କାଷ୍ଟ କରିଥିଲେ । କାରଣ ଥଣ୍ଡା ଋତୁ ଆରମ୍ଭ ହୋଇଯିବାର ଥିଲା ଓ ଭୀଷଣ ବରଫପାତ ହେବାର ଆଶଙ୍କା ଥିଲା । ଏହି କାରଣରୁ ଜନଜାତି ଅଞ୍ଚଳରେ ୪ ମାସ ପୂର୍ବରୁ ଅକ୍ଟୋବର ୨୫, ୧୯୫୧ରେ ମତଦାନ କରାଇବାକୁ ନିଷ୍ପତ୍ତି ନିଆଯାଇଥିଲା । ସେ ସମୟରେ ୨୧ ବର୍ଷ ପୂରଣ କରିଥିବା ବ୍ୟକ୍ତିଙ୍କୁ ଭୋଟଦାନର ଅଧିକାର ମିଳୁଥିଲା । ଏବେ ଶ୍ୟାମ ଶରଣ ନେଗୀ ଆଉ ଏ ଦୁନିଆରେ ନାହାନ୍ତି । ନିଜ ଜୀବନ କାଳ ମଧ୍ୟରେ ସେ ୩୪ଥର ଭୋଟ ଦେଇଛନ୍ତି। ୧୦୦ ବର୍ଷରୁ ଅଧିକ ବୟସ ବଂଚିଥିବା ନେଗୀଙ୍କ ପାଇଁ ପ୍ରତ୍ୟକ ନିର୍ବାଚନରେ ରେଡ କର୍ପେଟ ବିଛା ଯାଉଥିଲା। ୨୦୨୨ ନଭେମ୍ବର ୫ ତାରିଖରେ ତାଙ୍କର ଦେହାନ୍ତ ହୋଇଛି।