thelifelinemedia
Latest Odisha News, Breaking News Today

ବଳକା ଆସନରେ ଛିଣ୍ଡୁନି ଅଙ୍କ, ଆଶାୟୀ ନେତା ଓ କର୍ମୀ ଦ୍ଵନ୍ଦରେ

ଭୁବନେଶ୍ୱର : ପାଖେଇଲାଣି ନିର୍ବାଚନ ତାରିଖ। ଭୋଟକୁ ନେଇ ବିଭିନ୍ନ ରାଜନୀତିକ ଦଳ ଯେତିକି ଉତ୍କଣ୍ଠା ଭିତରେ ଅଛନ୍ତି ତାଠାରୁ ଶହେ ଗୁଣା ଉତ୍କଣ୍ଠା ଭିତରେ ଅଛନ୍ତି ସାଧାରଣ ଜନତା। ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ନିର୍ଵାଚନ ପାଇଁ ପ୍ରାର୍ଥୀ ଘୋଷଣା ଜାରି ରଖିଛନ୍ତି। କିନ୍ତୁ ଏବେ ବି କିଛି ଆସନ ବଳକା ରହିଛି। ଯାହାକୁ ନେଇ ଟିକେଟ ଆଶାୟୀଙ୍କ ଠାରୁ ଆରମ୍ଭ କରି ନେତା ଓ କର୍ମୀ ସମସ୍ତେ ଦ୍ୱନ୍ଦ୍ୱ ଭିତରେ। ବିଜେଡିର ୩୮ ଏବଂ ବିଜେପିର 39 ଆସନକୁ ନେଇ ଅଙ୍କ କଷା ଚାଲିଛି। ସେହିପରି କଂଗ୍ରେସ ୧୦୦ ଆସନ ପାଇଁ ପ୍ରାର୍ଥୀ ଦେବା ବାକି ରହିଛି। ବଳକା ଆସନ ପାଇଁ ତିନି ପ୍ରମୁଖ ଦଳ କାହାକୁ ପ୍ରାର୍ଥୀ କରିବେ ସେ ନେଇ ହିସାବ ନିକାଶ ଚଳାଇ ଛନ୍ତି।
ଦଳୀୟ ସନ୍ତୁଳନ ସହିତ ବିଜୟ ସମ୍ଭାବନା ଓ ଦଳୀୟ ଆନୁଗତ୍ୟ ଟିକେଟ ମାପକାଠି ବୋଲି କୁହାଯାଉଛି। ଦଳଡ଼ିଆଁ ପର୍ବ ଜାରି ରହିଥିବାରୁ ଏହି ଆସନ ଗୁଡିକରେ ଅଙ୍କ ଛିଣ୍ଡୁନି।

ରାଜ୍ୟ କଂଗ୍ରେସ ସଭାପତି କହିଛନ୍ତି ଖୁବ ଶୀଘ୍ର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଅଣାଯିବ। ଏପ୍ରିଲ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ଦଳ ପ୍ରାର୍ଥୀ ଘୋଷଣା କରିଛି। ବିଜେପି ପାଇଁ ବଳକା ଆସନରେ ଟିକେଟ ଘୋଷଣା ଟିକେ କଷ୍ଟକର ହୋଇପାରେ। କାରଣ ଟିକେଟକୁ ନେଇ ଦଳରେ ବିଦ୍ରୋହ ଦେଖା ଦେଲାଣି। ପ୍ରିୟା ପ୍ରୀତି ପୋଷଣ କରି ଟଙ୍କା ନେଇ ଟିକେଟ ବଣ୍ଟନ ହେଉଛି ବୋଲି ବିଜେପି କର୍ମୀ ଅଭିଯୋଗ କରିଛନ୍ତି। ତେଣୁ ବଳକା ରହିଥିବା ଟିକେଟକୁ ନେଇ ପ୍ରାର୍ଥୀ ଘୋଷଣା ବିଜେପି ପାଇଁ ଜଟିଳ ସ୍ଥିତି ସୃଷ୍ଟି କରିପାରେ। ସେହିପରି ବିଜେଡ଼ି ପାଇଁ ବଳକା ଆସନକୁ ନେଇ ପ୍ରାର୍ଥୀ ଘୋଷଣା ମଧ୍ୟ୍ୟ କଷ୍ଟ ହୋଇପାରେ। ବିଭିନ୍ନ ଦଳରୁ ହେଭି ୱେଟ ନେତା ବିଜେଡିରେ ମିଶୁଛନ୍ତି। ତେଣୁ ଦଳ ଆମଦାନୀ ନେତାଙ୍କୁ ଥଇଥାନ କରିବା କଷ୍ଟ ହୋଇପାରେ।

Leave A Reply

Your email address will not be published.