thelifelinemedia
Latest Odisha News, Breaking News Today

ଆକାଶ ଛୁଆଁ ସୁନା ଦର, କିଣିବା ପାଇଁ ପ୍ଲାନ ଥିଲେ ଅଟକି ଯାଆନ୍ତୁ

ନୂଆଦିଲ୍ଲୀ : ହୁ ହୁ ହୋଇ ବଢ଼ି ଚାଲିଛି ସୁନା ଦର। ବ୍ରେକ ଲାଗୁନି ସୁନା ଦରରେ। ଗତ ୬ ମାସରେ 25 ପ୍ରତିଶତ ମହଙ୍ଗା ହୋଇଛି ସୁନା। ୭୦ହଜାରରୁ ଅଧିକ ଦର ଅତିକ୍ରମ କରିଛି ସୁନା। ଯାହା ଗ୍ରାହକଙ୍କ ମୁଣ୍ଡ ଘୁରେଇ ଦେଇଛି। ଦାମ ଏତେ ବଢିଛି ଯେ ସୁନା କିଣିବାକୁ ଲୋକ ଡରିଲେଣି।ସେହିପରି ରୂପା ମୂଲ୍ୟ ୮୧ହଜାରରୁ ଅଧିକ ହୋଇଛି। ବର୍ତ୍ତମାନ ବଜାରରେ ୨୨କ୍ୟାରେଟ୍‌‌ ସୁନାର ମୂଲ୍ୟ ୧୦ ଗ୍ରାମ ପ୍ରତି ୬୪ହଜାର ୭୭୨ଟଙ୍କାକୁ ବୃଦ୍ଧି ହୋଇଥିବା ବେଳେ ୨୪କ୍ୟାରେଟ ସୁନାର ମୂଲ୍ୟ ୧୦ଗ୍ରାମ ପ୍ରତି ୭୦,୬୬୦ଟଙ୍କାରେ ପହଞ୍ଚିଛି। ରୂପା ମୂଲ୍ୟରେ ଅହେତୁକ ବୃଦ୍ଧି ହେତୁ ଏହା କିଲୋଗ୍ରାମ ପିଛା ୮୧ହଜାର ୧୩୦ ଟଙ୍କା ହୋଇଛି। ଏହି ସପ୍ତାହରେ ସମସ୍ତ ଧାତୁର ମୂଲ୍ୟ ବୃଦ୍ଧି ଘଟିଛି। ଗତ ସପ୍ତାହରେ ସୁନା ମୂଲ୍ୟ ୨୪୪୦ ଟଙ୍କା ବୃଦ୍ଧି ପାଇଥିବା ବେଳେ ରୂପା ମୂଲ୍ୟ ୫ହଜାର ୮୬୦ଟଙ୍କା ବୃଦ୍ଧି ପାଇଥିଲା।

ବିଶ୍ୱ ମାନ୍ଦାବସ୍ଥା, ଭୂ ରାଜନୀତିକ ଅସ୍ଥିରତା ସୁନା ବୃଦ୍ଧିର ପ୍ରମୁଖ କାରଣ। ଆଉ ଏକ କାରଣ ହେଉଛି ଆମେରିକାରେ ସୁଧ ହାର ହ୍ରାସ ପାଇବା ଏବଂ ଅନିଶ୍ଚିତତା ମଧ୍ୟରେ ଡଲାରର ଦୁର୍ବଳତା ଯୋଗୁଁ ସୁନା ବୃଦ୍ଧି ହେଉଛି ବୋଲି ବିଶେଷଜ୍ଞ କହୁଛନ୍ତି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ କହିଛନ୍ତି ମୁଦ୍ରାସ୍ପିତି ଯୋଗୁଁ ସୁନା ଦର ଆଗକୁ ବଢ଼ିପାରେ। ଏମିତିକି ଏ ଦରବୃଦ୍ଧି ଆଉ କେତେ ଦିନ ଲାଗି ରହିବ, ତାହା ଆକଳନ କରିବା ସମ୍ଭବ ନୁହେଁ ବୋଲି କହିଛନ୍ତି ଗହଣା ବ୍ୟବସାୟୀ।

ବାହାଘର ହେଉ କି ଯାନୀ ଯାତ୍ରା ସବୁଠି ଖୋଜାପଡ଼େ ସୁନା। ଆବଶ୍ୟକତା ଦୃଷ୍ଟିରୁ ସୁନା କିଣିଥାନ୍ତି ଲୋକେ। କିନ୍ତୁ ଦର ଏତେ ଉଚ୍ଚା ରହିଛି ଯେ ଲୋକେ ସୁନା କିଣିବା ପୂର୍ବରୁ ଶହେ ଥର ଭାବୁଛନ୍ତି।

Leave A Reply

Your email address will not be published.